କରୋନା ପାଇଁ ଶୁଣାଣି ଅଟକିବାରୁ ରାଗିଗଲେ କଏଦୀ: ବେଙ୍ଗଲ ଜେଲରେ ଲଗାଇଲେ ନିଆଁ, ଜଣେ ମୃତ

Published By : Prameya-News7 Bureau | March 21, 2020 IST

କୋଲକାତା, ୨୧|୦୩: ପଶ୍ଚିମବଙ୍ଗର କୋଲକାତା ନିକଟସ୍ଥ ଡୁମଡୁମରେ ଥିବା ଜେଲର ଏକ ଅଂଶରେ କଏଦୀମାନେ ଶନିବାର ନିଆଁ ଲଗାଇ ଜାଲଇ ଦେଇଛନ୍ତି। ମାର୍ଚ୍ଚ ୩୧ ଯାଏଁ ତାଙ୍କର କୌଣସି ମାମଲା ଶୁଣାଣି ହେବ ନାହିଁ କୁହାଯିବା ପରେ ସେମାନେ ଏପରି କାଣ୍ଡ ଭିଆଇଥିଲେ। ଏପରିକି ସେମାନେ ପୋଲିସ ସହ ମଧ୍ୟ ମୁହାଁମୁହିଁ ହୋଇଛନ୍ତି।

ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାର ମାର୍ଚ୍ଚ ୩୧ ଯାଏଁ କଏଦୀମାନେ ସେମାନଙ୍କ ସମ୍ପର୍କୀୟଙ୍କୁ କରୋନା ଭାଇରସ ପାଇଁ ସାକ୍ଷାତ କରିପାରିବେ ନାହିଁ ବୋଲି କୁହାଯାଇଥିଲା।

{"id":242012,"width":747,"height":487,"sizeSlug":"large"}

ଏହି ନିର୍ଦ୍ଦେଶ ପରେ କଏଦାମୀନେ ଅସନ୍ତୋଷ ପ୍ରକାଶ କରିଥିଲେ। ଶନିବାର ସେମାନେ ଜେଲ ଭାଙ୍ଗି ଖସି ଯିବାକୁ ପ୍ରୟାସ ମଧ୍ୟ କରିଥିଲେ। ଏହି ସମୟରେ ସେମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ପୋଲିସ ସହ ମୁହାଁମୁହିଁ ବେଳେ ଅନେକ କଏଦୀ ଓ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଏପରିକି ଏଥିରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଶୁଣିବାକୁ ମିଳିଛି। ଜେଲରେ ଅନେକ କୁଖ୍ୟାତ ଅପରାଧୀ ରହିଛନ୍ତି। ଏଥିରେ ମାଓନେତାଙ୍କ ସହ ବର୍ଧମାନ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ସାମିଲ ରହିଛନ୍ତି।

{"id":242013,"width":748,"height":498,"sizeSlug":"large"}

ଶନିବାର ଦିନ ପ୍ରାୟ ୧୨ଟା ୩୦ରେ କଏଦୀମାନେ ଜେଲରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପୋଲିସ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଏପରିକି କଏଦୀମାନେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ମଧ୍ୟ ଛଡାଇବାକୁ ଚେଷ୍ଟା କରୁଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲା। ତେବେ କଏଦୀମାନେ ସେମାନଙ୍କ ଉପରକୁ ଇଟା ଓ ପଥର ମାଡ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.