ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା : ପେଟରୁ ମିଳିଲା ସୁଇସାଇଡ ନୋଟ୍

Published By : Prameya-News7 Bureau | October 16, 2020 IST

ନାସିକ ୧୬/୧୦: ମହାରାଷ୍ଟ୍ରର ନାସିକ କେନ୍ଦ୍ର କାରାଗାରରେ ଜଣେ କଏଦୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଏବେ ଡାକ୍ତରମାନେ ସେହି କଏଦୀଙ୍କ ପେଟରୁ ସୁଇସାଇଡ ନୋଟ୍ ଜବତ କରିଛନ୍ତି। ଏଥିରେ ଜେଲ୍ ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି।

ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଅସଗର ଅଲି ମନସୁରୀ ନିଜ ସୁଇସାଇଡ ନୋଟରେ ଜେଲ୍ କର୍ମଚାରୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ କରିଥି​‌ଲେ। ସୁଇସାଇଡ ନୋଟକୁ ପୋଷ୍ଟମର୍ଟମ ସମୟରେ ତାଙ୍କ ପେଟରୁ ଜବତ କରାଯାଇଥିଲା ଯାହା ପ୍ଲାଷ୍ଟିକରେ ଆବୃତ ହୋଇଥିଲା।

କଏଦୀଙ୍କ ଆତ୍ମହତ୍ୟାକୁ ନେଇ ନାସିକ ରୋଡ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ମନସୁରୀଙ୍କୁ ଏକ ହତ୍ୟା ମାମଲାରେ ଦଣ୍ଡ ହୋଇଥିଲା। ଅକ୍ଟୋବର ୭ତାରିଖରେ ମନସୁରୀଙ୍କ ମୃତଦେହ ତାଙ୍କ ସେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଶବ ପରୀକ୍ଷଣ ସମୟରେ ତାଙ୍କ ପେଟରୁ ପଲିଥିନରେ ଆବୃତ ସୁଇସାଇଡ ନୋଟ୍ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.