Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହାଇକୋର୍ଟଙ୍କ ଐତିହାସିକ ରାୟ, ସନ୍ତାନ ଜନ୍ମ ପାଇଁ କଏଦୀଙ୍କୁ ଦେଲେ ୧୫ ଦିନର ପାରୋଲ

20/04/2021 at 10:42 PM

ପାଟନା ୨୦।୦୪: କୁହାଯାଏ ଯେ, ଫିଲ୍ମରେ ଦେଖାଯାଉଥିବା ଦୃଶ୍ୟ ବାସ୍ତବତାଠୁ ଭିନ୍ନ ହୋଇଥାଏ। ମାତ୍ର ମଙ୍ଗଳବାର କୋର୍ଟ ଯେଉଁ ନିଷ୍ପତ୍ତି ଶୁଣାଇଛନ୍ତି, ତାହା ମିଥୁନ ଚକ୍ରବର୍ତ୍ତୀ ଓ ଜୟାପ୍ରଦାଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ମୁଦ୍ଦତ’କୁ ମନେ ପକାଇ ଦେଇଛି। ଏଥିରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ବଞ୍ଚାଇବା ପାଇଁ ଓକିଲ ଜୟା ପ୍ରଦା ବଂଶ ବୃଦ୍ଧି ପାଇଁ ନିଜର ମହକିଲ ତଥା ସ୍ଵାମୀ ମିଥୁନ ଚକ୍ରବର୍ତ୍ତୀଙ୍କୁ କିଛି ଦିନ ପାଇଁ ପାରୋଲ ଦେବାକୁ ଦାବି କରିଥିଲେ। ଏହାକୁ ଜଜ ଉଚିତ୍ ଦର୍ଶାଇ ବଂଶ ବୃଦ୍ଧି ପାଇଁ ମିଥୁନଙ୍କୁ ଅନୁମତି ଦେଇଥିଲେ। ପାଟନା ହାଇକୋର୍ଟ ମଧ୍ୟ ଠିକ୍ ଏହିଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି।

ସୂଚନା ଅନୂଯାୟୀ, ସନ୍ତାନ ଜନ୍ମ ପାଇଁ ଆଜୀବନ କାରାଦଣ୍ଡ ବିତାଉଥିବା କଏଦୀଙ୍କୁ ୧୫ ଦିନର ପାରୋଲ ଦିଆଯାଇଛି। ନାଳନ୍ଦା ଜିଲ୍ଲା ରହୁଇ ଥାନା ଅନ୍ତର୍ଗତ ଉତ୍ତରନାଆ ଗାଁ ନିବାସୀ ଭିକ୍କି ଆନନ୍ଦ ଏକ ହତ୍ୟା ଅଭିଯୋଗରେ ୨୦୧୨ରୁ ବିହାରସରିଫ  ଜେଲ୍‌ରେ ସଜା କାଟୁଛନ୍ତି। ତାଙ୍କ ପତ୍ନୀ ରଞ୍ଜିତା ପଟେଲ୍ ବଂଶ ବୃଦ୍ଧି ପାଇଁ ପାରୋଲ ଦେବାକୁ ଆବେଦନ କରିଥିଲେ। କୋର୍ଟ ତାଙ୍କ ଦଲିଲ୍‌କୁ ଯୋଗ୍ୟ ଦର୍ଶାଇ କଏଦୀଙ୍କୁ ୧୫ ଦିନ ପାରୋଲ ପ୍ରଦାନ କରିଛନ୍ତି।

ଏହି ମାମଲାରେ ସମ୍ବନ୍ଧିତ ହାଇକୋର୍ଟର ଓକିଲ ଗଣେଶ ଶର୍ମା କହିଛନ୍ତି, ହତ୍ୟା ଅଭିଯୋଗରେ ଜିଲ୍ଲା ସେସନ କୋର୍ଟ ଦୋଷୀ ଭିକି ଆନନ୍ଦକୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନାଳନ୍ଦା ବିଧିକ ସେବା ପ୍ରାଧିକାରର ଜେଲ୍ ପରିଦର୍ଶକ ଆଡଭୋକ୍ଟ ଦେବେନ୍ଦ୍ର ଶର୍ମାଙ୍କ ପରାମର୍ଶକ୍ରମେ ତାଙ୍କ ପତ୍ନୀ ୨୦୧୯ରେ ସନ୍ତାନ ଜନ୍ମ ପାଇଁ ସ୍ଵାମୀଙ୍କୁ ପାରୋଲ ଦେବାକୁ ଆବେଦନ କରିଥିଲେ। ଶୁଣାଣି ବେଳେ ପତ୍ନୀ ଯୁକ୍ତି ବାଢିଥିଲେ ଯେ, ପତିଙ୍କୁ ଆଜୀବନ କାରାଦଣ୍ଡ କାରଣରୁ ସେ ଜୀବନସାରା ସନ୍ତାନହୀନ ହୋଇ ରହିଯିବେ। ଏହି ଯୁକ୍ତି ଶୁଣି କୋର୍ଟ ପାରୋଲ ପ୍ରଦାନ କରିଛନ୍ତି।

   Related Posts