ମଦ ଭାବି ସାନିଟାଇଜର ପିଇଦେଲେ କଏଦୀ, ତାପରେ...

Published By : Prameya-News7 Bureau | March 26, 2020 IST

ଥିରୁଅନନ୍ତପୁରମ, ମାର୍ଚ୍ଚ|୨୬: କେରଳରେ ରିମାଣ୍ଡରେ ଥିବା ଜଣେ କଏଦୀ ଗୁରୁବାର ସାନିଟାଇଜରକୁ ମଦ ଭାବି ପଇବା ଦ୍ୱାରା ପ୍ରାଣ ହରାଇଛନ୍ତି । ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇବା ବେଳେ ସେ ପ୍ରାଣ ହରାଇଥିଲେ । ତେବେ କଏଦୀଙ୍କ ଶବ ବ୍ୟବଚ୍ଛେଦ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଜେଲ ଅଧିକାରୀ କହିଛନ୍ତି ଯେ, କଏଦୀଙ୍କୁ ଗତ ୧୮ ତାରିଖରେ ରିମାଣ୍ଡରରେ ଅଣାଯାଇ ଥିଲା । ତେବେ ତାଙ୍କୁ ମଙ୍ଗଳବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଜେଲରେ ବେହୋସ ହୋଇ ପଡିଥିଲେ । ସେ ଭୁଲରେ ମଦ ଭାବି ସାନିଟାଇଜରକୁ ପିଇ ଦେଇଥିବା ସନ୍ଦେହ କରାଯାଇଛି । ଏହି ସାଇଟାଇଜରକୁ କଏଦୀମାନେ ପ୍ରସ୍ତୁତ କରିଥିଲେ ।

ଜେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ରାତିରେ ତାଙ୍କ ଅବସ୍ଥା ଭଲ ଥିଲା । କିନ୍ତୁ ବୁଧବାର ସକାଳ ୧୦ଟା ୩୦ରେ ସେ ବେହୋସ ହୋଇ ପଡିଥିଲେ । ତାଙ୍କ ଶରୀର ପାଖରେ ସାଇନଇଜର ପଡିଥିଲା । ତେବେ ପୋଷ୍ଟମଟର୍ମ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.