ନିମାପଡା ଜେଲ୍ରେ ସଜ୍ଜା କାଟୁଥିବା କଏଦୀଙ୍କ ମୃତ୍ୟୁ
31/08/2018 at 11:26 PM

ଭୁବନେଶ୍ବର ୧|୯: କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ମା’କୁ ହତ୍ୟା କରିବା ଅଭିଯୋଗରେ ନିମାପଡା ସବ୍ ଜେଲରେ ସଜ୍ଜା କାଟୁଥିଲେ । ମୃତ କଏଦୀ ଅସ୍ତରଙ୍ଗ ବଳଭଦ୍ରପୁର ଗାଁର ମୁନା ବର । ଗତକାଲି ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ନିମାପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି କଏଦୀ ମୁନାଙ୍କର ମୃତ୍ୟୁ ହୋଇଛି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021