Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ବାଲେଶ୍ବର ଜେଲରେ ଆଜୀବନ ସଜା ଭେଗୁଥିବା କଏଦୀର ଆକ୍ରମଣରେ ବିଚାରାଧୀନ କଏଦୀର ମୃତ୍ୟୁ

11/11/2018 at 6:54 PM

ବାଲେଶ୍ବର ୧୧|୧୧: ଜେଲ କର୍ମଚାରୀଙ୍କର ଅବହେଳାପାଇଁ ଆଜି ଜଣେ ବିଚାରାଧୀନ କଏଦୀର ମୃତ୍ୟୁଘଟିଛି। ଜେଲରେ ଆଜୀବନ କରାଦଣ୍ଡ ଭୋଗୁଥିବା ଜଣେ  କଏଦୀ  ନୂଆକରି ଆସିଥିବା ଜଣେ ବିଚାରାଧୀନ କଏଦୀକୁ ଉପରେ ପଥରରେ ଆକ୍ରମଣ କରିବାଫଳରେ କଏଦୀ ଜଣକ ଗୁରୁତର ହୋଇ ପଡ଼ଥିଥିଲେ। ପରେ ତାଙ୍କୁ ବାଲେଶ୍ବର ମୁଖ୍ୟ ଜିକିତ୍ସାଳୟକୁ ଅଣା ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ବର ଜେଲରେ ୪୮୦ ଜଣ କୟେଦୀ ରହିବାର ବ୍ୟବସ୍ଥା ଥିବାବେଳେ ଏବେ ଓକିଲ ମାନଙ୍କ ଆନ୍ଦୋଳନ ପାଇଁ ଜାମିନ ନପାଇ ରହିଛନ୍ତି ୫୦୨ ଜଣ କଏଦୀ। ଗତ ୯ତାରିଖ ଦିନ ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ଦଉଡ଼ଭିଙ୍ଗାର ରାମଚନ୍ଦ୍ର ଦାସକୁ ବେଆଇନ ମଦ ବିକ୍ରୀ ଅଭିଯୋଗରେ  ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରିଥିଲେ । ବେଲ ହେବା ସମ୍ଭବ ନଥିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା ।୬୫ ବର୍ଷ ବୟସ୍କ ରାମଚନ୍ଦ୍ର ଅସୁସ୍ଥ ଥିବାରୁ ତାଙ୍କୁ ଜେଲର ହସ୍ପିଟାଲରେ ରଖାଯାଇଥିଲା

ସେହିଭଳି ସେହି ହସ୍ପିଟାଲ ମଧ୍ୟରେ ଥିଲା ଖଇରା ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ଶରତ ଚନ୍ଦ୍ର ଗିରି। ଶରତ ୨୦୦୯ ମସିହାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛି। ତାର  ମସ୍ତିଷ୍କ ବିକୃତି ଥିବାରୁ ତାକୁ ମଧ୍ୟ କିଛିଦିନ ହେବ ଜେଲ ହସ୍ପିଟାଲରେ ରଖା ଯାଇଥିଲା। ଆଜି ସକାଳେ ହଠାତ୍ ଶରତ ଚନ୍ଦ୍ର ରାମଚନ୍ଦ୍ରଙ୍କର ମୁଣ୍ଡକୁ ଏକ ପଥରରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ହେତୁ ରାମଚନ୍ଦ୍ରଙ୍କର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା।  ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ।ସେଠାରେ ଚିକିତ୍ସା ଚାଲିଥିବାବେଳେ  ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି ।

ବାଲେଶ୍ବର ଜେଲରେ କ୍ଷମତାଠାରୁ ଏବେ ଅଧତ୍କ ସଂଖ୍ୟକ କଏଦୀ ଅଛନ୍ତି। ଆଜି ଦିନ ୧୦.୪୫ମିନିଟରେ  ହସ୍ପିଟାଲ ମଧ୍ୟରେ ଶରତଙ୍କର ଏପ୍ରକାର ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି। ତା ବିରୋଧରେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ତଦନ୍ତ ପରେ ଆଇନ ଅନୁସାରେ ଶରତ ଚନ୍ଦ୍ର ଗିରି ବିରୋଧରେ କାର୍ଯୟାନଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ଅଦୀକ୍ଷକ ଶୁଭ୍ରକାନ୍ତ ମିଶ୍ର କହିଛନ୍ତି। ସହଦେବଖୁଣ୍ଟା ଥାନା ପୁଲିସ ଏହି ଘଟଣାର ଅନୁସନ୍ଧାନ କରୁଛି।

   Related Posts