Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କେନ୍ଦୁଝର ଜିଲ୍ଲା ଜେଲ୍‌ରେ କଏଦୀର ମୃତ୍ୟୁ

21/08/2019 at 3:20 PM

କେନ୍ଦୁଝର ୨୧|୮:  କେନ୍ଦୁଝର ଜିଲ୍ଲା କାରାଗାରରେ ସଜ୍ଜା କାଟୁଥିବା କଏଦୀର ମୃତ୍ୟୁ ହୋଇଛି । ମୃତ କଏଦୀ ହେଲେ ହିସାବୁର ଅଞ୍ଚଳର ବିପିନ ନାଏକ ।

ଜେଲ୍ ସୁପରିଟଣ୍ଡେଣ୍ଟଙ୍କ କହିବା ଅନୁସାରେ ବିପିନ ଆଜି ସକାଳ ଜଳଖିଆ ଖାଇ ଜେଲ୍ ଭିତରେ ବୁଲା ବୁଲି କରୁଥିଲେ । ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ଜେଲ୍ ଡାକ୍ତର ପ୍ରଥମେ ଜେଲ୍ ଭିତରେ ବିପିନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ବିପିନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

୨୦୧୩ ମସିହାରେ ୩୦୪ ଦଫାରେ ଏକ ଯୌତୁକଜନିତ ହତ୍ୟା ମାମଲାରେ ୭ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଏକ ବର୍ଷ ଜେଲ୍ ଦଣ୍ଡରେ ସେ ଦଣ୍ଡିତ ହୋଇ ସଜ୍ଜା କାଟୁଥିଲେ । ୨୦୧୭ ମସିହା ଅପ୍ରେଲ ୬ ତାରିଖରେ ସେ ଚମ୍ପୁଆ ଜେଲ୍ ରୁ କେନ୍ଦୁଝର ଜେଲକୁ ଆସିଥିଲେ । 

   Related Posts