ବିଚାରାଧୀନ କଏଦୀର ମୃତ୍ୟୁ : ସ୍ତ୍ରୀ ହତ୍ୟା ଅଭିଯୋଗରେ ଡିସେମ୍ବର ୪ତାରିଖରେ ହୋଇଥିଲା ଗିରଫ

Published By : Prameya-News7 Bureau | December 13, 2020 IST

ଝାରସୁଗୁଡ଼ା ୧୩/୧୨ : ସ୍ତ୍ରୀ ହତ୍ୟା ଅଭିଯୋଗରେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିବା ସନ୍ତୋଷ ପ୍ରଧାନର ଆଜି ମୃତ୍ୟୁ ହୋଇଛି। ଝାରସୁଗୁଡ଼ା ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲା ଭୀମଜୋରର ସନ୍ତୋଷ ପ୍ରଧାନ (୪୪) ।

{"id":376752,"sizeSlug":"large","linkDestination":"none"}

ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ କୋଲାବିରା ପୋଲିସ ଡିସେମ୍ବର ୪ତାରିଖ ଦିନ ସନ୍ତୋଷକୁ ଗିରଫ କରିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଥିଲା ସନ୍ତୋଷ। ତାର ନାଳ ଝାଡା ହେଉଥିଲା ଏବଂ ସେ ଜେଲରେ ହିଁ ଚିକିତ୍ସିତ ହେଉଥିବା ଜେଲର ସୂଚନା ଦେଇଛନ୍ତି। ଆଜି ସକାଳୁ ସକାଳୁ ତାର ଦେହ ଅସୁସ୍ଥ ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ସନ୍ତୋଷର ମୃତ୍ୟୁ ହୋଇଥିବା ଜେଲର ଦେବେନ୍ଦ୍ର କୁମାର ଥାର୍ତୀ କହିଛନ୍ତି। ଝାରସୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.