ସାଲେପୁର ଜେଲରେ ବିଚାରଧୀନ କଏଦୀର ସନ୍ଦେହ ଜନକ ମୃତ୍ୟୁ
5/09/2018 at 6:27 PM

କଟକ ୫/୯:ସାଲେପୁର ଜିଲ୍ଲାରେ ବିଚାରଧୀନ କଏଦୀର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି।ମୃତକ ହେଲେ ଜଗତପୁର ଥାନା ଅଞ୍ଚଳ ବାଲିସାହି ମୁଣ୍ଡା ବସ୍ତିର ଘନଶ୍ୟାମ ପତି ।ଗତ ୧୨.୮.୧୮ତାରିଖରେ ଅବକାରୀ ମାମଲାରେ ଗିରଫ ହୋଇ ସାଲେପୁର ସବ ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିବା ବେଳେ ହଠାତ ଆଜି କୈଣସି କାରଣରୁ ରକ୍ତ ବାନ୍ତି କରି ଗୁରୁତର ହୋଇପଡ଼ିଥିଲେ।ଜେଲ କର୍ମଚାରୀ ମାନେ ତାଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଥିଲାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ଏପଟେ ସବଜେଲର ଅଧିକାରୀ କହିଛନ୍ତି ସେଆଗରୁ ବହୁବାର ଜେଲକୁ ମଦ ବିକ୍ରି ଘଟଣାରେ ଗିରଫ ହୋଇ ଜେଲକୁ ଆସିଛନ୍ତି।ଏବେ ବିଚାରଧୀନ ଥିଲା ବେଳେ ତାର ସଂମ୍ପକୀୟ କେହି କେବେ ତାକୁ ଦେଖିବାକୁ ଆସିନାହାନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ତାର କେହି ସଂମ୍ପକୀୟ ନଥିବା ଜଣାପଡିଛି।ଏ ନେଇ ସାଲେପୁର ଥାନାରେ ଅଭିଯୋଗ କଲାପରେ ତହସିଲଦାର ପୋଲିସ ଉପସ୍ଥିତିରେ ଶବକୁ ବ୍ୟବଛେଦ ପାଇଁ କଟକ ପଠାଯିବ ।ବ୍ୟବଛେଦ ପରେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାଲେପୁର ସବଜେଲ ଅଧିକାରୀ ସୂଚନା ଦେଇଛନ୍ତି।