ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
3/12/2020 at 7:30 AM

ଜୟପୁର ୩।୧୨: କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କ ଉନ୍ମତ କାଣ୍ଡ । ଜାମିନ ନହେବା ଶୁଣିବା ପରେ ହତୋତ୍ସାହିତ ହୋଇ କଏଦୀ ଜଣକ ନିଜେ ନିଜ ବେକ କାଟିବାକୁ ଉଦ୍ୟମ କରିଛନ୍ତି । ବୁଧବାର ଦିନ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଫଳରେ କଏଦୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର କଏଦୀକୁ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ କଏଦୀ ଜଣକ ସୁସ୍ଥ ଥିବା ଜେଲ୍ ସୂତ୍ରରୁ ପ୍ରକାଶ ।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧ ତାରିଖରେ ଗଞ୍ଜେଇ ମାମଲାରେ ଧରାପଡି ଜେଲରେ ରହିଛି ବିକାଶ ପାତ୍ର । କରୋନା କଟକଣା ଦୃଷ୍ଟିରୁ ଭିଡିଓ କନଫରେନ୍ସିଂରେ କୋରାପୁଟ ଏଡିଜେ ଶୁଣାଣି କରିଥିଲେ । ଜାମିନ ଆବେଦନ ନାମଞ୍ଜୁର ହେବାରୁ କଏଦୀ ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।
Related Posts
ଝାରସୁଗୁଡାରେ ଟୋକନ ସମସ୍ୟାକୁ ନେଇ ତାତିଲେ ଚାଷୀ, ଅବରୋଧ କଲେ ଜାତୀୟ ରାଜପଥ
25 January 2021
ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
25 January 2021