ମୋବାଇଲ୍ ପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ କଏଦୀର ଆକ୍ରମଣ, ଅଭିଯୁକ୍ତ ଧଳସାମନ୍ତ ଗ୍ୟାଙ୍ଗର

Published By : Prameya-News7 Bureau | January 16, 2020 IST

କଟକ ୧୬।୧: ମୋବାଇଲ ବ୍ୟବହାରକୁ ବିରୋଧ କରିବାରୁ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଆକ୍ରମଣ ହୋଇଛି । ଚୌଦ୍ବାର ଜେଲରେ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଅପରାଧୀ ଆକ୍ରମଣ କରିଛନ୍ତି । ଆକ୍ରମଣ କରିଥିବା ଅଭିଯୁକ୍ତ ହେଉଛନ୍ତି ଭରତ ବେହେରା ଓରଫ ଲିଟୁଆ । ଲିଟୁଆ ଧଳସାମନ୍ତଙ୍କ ସହଯୋଗୀ ବୋଲି ସୂଚନା ମିଳିଛି ।

ପୂର୍ବରୁ ବାରମ୍ବାର ଚୌଦ୍ବାର ଜେଲରେ ମୋବାଇଲ ବ୍ୟବହାର ନେଇ ଭିଡିଓ ଭାଇରାଲ୍ ହୋଇଥିଲା । ଜେଲ୍ ଚାରିକାନ୍ଥ ଭିତରେ ଥାଇ ଅପରାଧ ଘଟାଉଛନ୍ତି ଅପରାଧୀ । ଦାଦାବଟି ମାଗିବାଠାରୁ ଆରମ୍ଭ କରି ବଡ ବଡ କ୍ରାଇମ୍ କରିବାରେ ସକ୍ଷମ ହେଉଛନ୍ତି ଗ୍ୟାଙ୍ଗଷ୍ଟର । କେବଳ ଏତିକି ନୁହେଁ ଆଣ୍ଡ୍ରଏଡ ଫୋନରେ ସେଲଫି ଉଠାଇବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଥିଲା ।

ଜେଲ୍ ଭିତରେ ଅପରାଧୀ, ବାହାରେ ଚାଲୁଛି ନେଟଓ୍ବର୍କ । ଭାୟା ଫୋନରେ ଭାଇଗିରି। ଦାଦାବଟି ମାଗିବାଠାରୁ ଆରମ୍ଭ କରି ସ୍ମଗଲିଙ୍ଗ ଭଳି କ୍ରାଇମ୍ । ସକିଲ, ଧଳସାମନ୍ତ ଭଳି ଗ୍ୟାଙ୍ଗଷ୍ଟର ଜେଲରେ ଥାଇ ଇସାରା ଦେଉଛନ୍ତି । ଆଉ ଭାଇମାନଙ୍କର ନିର୍ଦ୍ଦେଶରେ ଅପରାଧକୁ ରୂପ ଦେଉଛନ୍ତି ବାହାରେ ଥିବା ସହଯୋଗୀ । ଏ ସବୁ ସମ୍ଭବ ହେଉଛି କେବଳ ମୋବାଇଲ୍ ଫୋନ୍ ମାଧ୍ୟମରେ ।

କେବଳ ଏତିକି ନୁହେଁ ବହୁ ଅପରାଧୀ ଜେଲ ଭିତରେ ମୋବାଇଲରେ ସେଲଫି ମଧ୍ୟ ପଠାଉଛନ୍ତି । ଜେଲ କର୍ମଚାରୀଙ୍କ ହାତ ଯୋଗୁଁ ଅପରାଧୀଙ୍କ ପାଖରେ ଅତି ସହଜରେ ମୋବାଇଲ ଫୋନ ପହଞ୍ଚି ପାରୁଥିବା କହିଥିଲେ ପୂର୍ବତନ ପୋଲିସ ଅଧିକାରୀ । ଜେଲ ଚାରିକାନ୍ଥ ଭିତରେ ଥାଇ ମଧ୍ୟ ଅଭିଯୁକ୍ତମାନେ ଅପରାଧ ଘଟାଇବାର ସୁଯୋଗ ପାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.