କାରାଗାରରେ କଏଦୀଙ୍କ ଆତ୍ମହତ୍ୟା, ଧାରୁଆ ଅସ୍ତ୍ରରେ ନିଜେ କାଟିଦେଲେ ବେକ

Published By : Prameya-News7 Bureau | December 27, 2020 IST

ମାଲକାନଗିରି ୨୭।୧୨: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି । ଧାରୁଆ ଅସ୍ତ୍ରରେ ନିଜ ବେକକୁ ନିଜେ କାଟି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କଏଦୀ ଜଣଙ୍କ ହେଉଛି ଦାନୁ ଗୋଲୋରୀ ଏବଂ ତାଙ୍କ ଘର ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଖଜୁରୀଗୁଡାରେ ବୋଲି ଜଣାପଡିଛି ।

ଶନିବାର ରାତିରେ ଦାନୁ ଏଭଳି କାଣ୍ଡ ଭିଆଇଥିବା ବେଳେ ମାଲକାନଗିରି ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.