ନିରାକାରପୁର ଥାନା ହାଜତରୁ ଫେରାର କଏଦୀ ଗିରଫ

Published By : Prameya-News7 Bureau | July 28, 2021 IST

ଟାଙ୍ଗୀ ୨୮।୭: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର ହୋଇଯିବା ପରେ ପୁଣି ଗିରଫ କରିଛି ନିରାକାରପୁର ପୋଲିସ । ଏହି ଅଭିଯୁକ୍ତ ଜଣଙ୍କ ନିରାକାରପୁର ଥାନା ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ । ୨୦୧୩ ମସିହାରେ ଏକ ଚୋରି-ଡକାୟତି ଘଟଣାରେ ସଂପୃକ୍ତ ଯୁବକ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ସେହିଦିନଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ରହିଥିଲେ । ତେବେ ଯୁବକ ଜଣଙ୍କୁ ପୋଲିସ ଧରିବା ସହିତ ଥାନାରେ ୨ ଦିନ ଧରି ଥାନା ହାଜତରେ ରଖିଥିଲା ।

ମଙ୍ଗଳବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଅତି ଚତୁରତାର ସହିତ ଥାନାରୁ ଫେରାର ହୋଇଗଲା । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ ହୋଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଣି  ଗିରଫ କରିବାରେ ସଫଳ ହୋଇଛି । ନିରାକାରପୁର ଥାନା ନିରୀକ୍ଷକ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି । ଥାନାରେ ଥିବା ଏହି ଅଭିଯୁକ୍ତ କିଭଳି ଚମ୍ପଟ ମାରିଲା, କାହାର ଦାଇତ୍ବ ହୀନତା ଯୋଗୁଁ ଏହି ଘଟଣା ଘଟିଲା ତାହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି । ଏହା ସହିତ ଆଉ ଜଣେ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.