ଜେଲ୍‌ରେ କଏଦୀଙ୍କୁ ଅକଥନୀୟ ଅତ୍ୟାଚାର, ମାଡ଼ ମାରି ପିଠିରେ ‘ଆତଙ୍କବାଦୀ’ ଲେଖିଲେ ଜେଲର

Published By : Prameya-News7 Bureau | November 04, 2021 IST

ଚଣ୍ଡିଗଡ଼ ୦୪/୧୧ : ପଞ୍ଜାବର ବାର୍ନାଲା ଜିଲ୍ଲାର ଜଣେ ବିଚାରଧୀନ କଏଦୀ ଜେଲରଙ୍କ ବିରୋଧରେ ଅତ୍ୟାଚାର ଅଭିଯୋଗ ଆଣିଛନ୍ତି। ଏହା ସହ ଜେଲର କଏଦୀଙ୍କ ପିଠିରେ ପଞ୍ଜାବୀ ଭାଷାରେ 'ଆତଙ୍କବାଦୀ' ଲେଖିଥିବା ଅଭିଯୋଗ ମଧ୍ୟ ହୋଇଛି । ଏନେଇ ଜଣାପଡ଼ିବା ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରମଜିତ ସିଂ ନାମକ ଜଣେ ୨୮ବର୍ଷୀୟ କଏଦୀ ମାନସା ଜିଲ୍ଲାର ଏକ ଅଦାଲତରେ ଏହି ଅଭିଯୋଗ କରିଛନ୍ତି । କଏଦୀ କହିଛନ୍ତି, 'ବନ୍ଦୀମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏଡସ୍ ଏବଂ ହେପାଟାଇଟିସ୍ ରୋଗରେ ପୀଡିତ ଲୋକଙ୍କୁ ଅଲଗା ୱାର୍ଡରେ ରଖାଯାଏ ନାହିଁ ।

ସେ କହିଛନ୍ତି 'ଯେତେବେଳେ ମୁଁ ଅତ୍ୟାଚାର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲି ସେତେବେଳେ ଜେଲ୍‌ରେ ମୋତେ କଟାକ୍ଷ କରିଥିଲେ।’ ଜେଲର ବଲବୀର ସିଂହ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କରମଜିତ ସିଂଙ୍କୁ ବାରମ୍ବାର ଏପରି ବାହାନା କରୁଥିବା ନେଇ କୋର୍ଟରେ କହିଛନ୍ତି। ସେ କହିଛନ୍ତି କଏଦୀଙ୍କର ଏପରି ମନଗଢ଼ା କାହାଣୀ ତିଆରି କରିବାର ଅଭ୍ୟାସ ଅଛି । ଏନଡିପିଏସ୍ ଆକ୍ଟରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ୧୧ଟି ମାମଲାରେ ସେ ଜେଲ୍‌ରେ ଅଛି । ଏବେ ସେ ଆମ ଉପରେ ରାଗିଥିବାରୁ ଏଭଳି ଅଭିଯୋଗ କରୁଛି । ସଙ୍ଗରୁର ଜିଲ୍ଲାରେ ରହିବା ସମୟରେ ମଧ୍ୟ ସେ ଏମିତି କରୁଥିଲା ।

{"id":538448,"width":643,"height":428,"sizeSlug":"full","linkDestination":"none"}

ଜେଲର ଆହୁରି ମଧ୍ୟ କହିଛନ୍ତି ଯେ କରମଜିତ ସିଂହ ଥରେ ପୋଲିସ ହେପାଜତରୁ ଖସି ପଳାଇଥିଲା । ଉପମୁଖ୍ୟମନ୍ତ୍ରୀ ରାନ୍ଧୱା ଜେଲ ଏଡିଜିପି ପି.କେ ସିହ୍ନାଙ୍କୁ କଏଦୀଙ୍କ ଅଭିଯୋଗକୁ ଭଲଭାବେ ଅନୁସନ୍ଧାନ ଓ ତାଙ୍କର ଡାକ୍ତରୀ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁସନ୍ଧାନକାରୀ ଅଧିକାରୀ ଭାବେ ଫିରୋଜପୁର ଡିଜି ତାଜିନ୍ଦର ସିଂହ ମୋର୍ଯ୍ୟଙ୍କୁ ନିଯୁକ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.