ଏସ୍‌ସିବି ଆଇସିୟୁରୁ କଏଦୀ ଫେରାର : ଫିନାଇଲ୍ ପିଇ ହୋଇଥିଲେ ଗୁରୁତର

Published By : Prameya-News7 Bureau | January 11, 2020 IST

କଟକ ୧୧।୧: କଟକ ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଆଲୋକ ସାହୁ । ଆଲୋକକୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରିଥିଲା ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ପୋଲିସ ।

{"id":209772,"sizeSlug":"large"}

ଫିନାଇଲ୍‌ ପିଇ ଗୁରୁତର ହେବା ପରେ ଅଭିଯୁକ୍ତକୁ ଆଣି ଏସସିବିରେ ଭର୍ତ୍ତି କରିଥିବା ପୋଲିସ । ଅଭିଯୁକ୍ତ ଜଣଙ୍କ ଆଇସିୟୁରୁ ଫେରାର ହୋଇଯାଇଥିବା ବେଳେ ବେଡରେ ହ୍ୟାଣ୍ଡକପ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଆଲୋକ ସାହୁର ବୟସ ୨୨ ବର୍ଷ । ତା ଘର କୋଣାର୍କ ଥାନାର ଧଣତ୍ରି ଗ୍ରାମରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.