ନୟାଗଡ ଉପକାରାଗାର ପାଚେରୀ ଡେଇଁ କଏଦୀ ଚମ୍ପଟ, ଦୁଷ୍କର୍ମ ମାମଲାରେ ଥିଲେ ଜେଲ୍‌ରେ

Published By : Prameya-News7 Bureau | August 03, 2019 IST

ନୟାଗଡ ୩|୮: ନୟାଗଡ ଖଣ୍ଡପଡା ଉପକାରାଗାରରୁ କଏଦୀ ଫେରାର । ଆଜି ଦିନ ପ୍ରାୟ ୧୦ଟା ସମୟରେ ପାଚେରୀ ଡେଇଁ କଏଦୀ ତପନ ରାଉତ ଫେରାର ହୋଇଯାଇଛି । ତପନର ଘର ଫେତେପୁର ଥାନା କରବର ଗାଁରେ । ଏକ ଦୁଷ୍କର୍ମ ମାମଲାରେ ଜେଲ୍ ରେ ଥିଲା ତପନ ।

{"id":140390}

ପୂର୍ବରୁ ମେ ମାସ ୧୦ ତାରିଖରେ ମଧ୍ୟ ଜେଲରୁ ଫେରାର ହୋଇଯାଇଥିଲା । ପରଦିନ ପୋଲିସ ହାତରେ ଧରାପଡିଥିଲା । ତପନ ପୁଣି ଫେରାର ହୋଇଯାଇଥିବା ଯୋଗୁଁ ପୋଲିସର ଚିନ୍ତାର କାରଣ ହୋଇଛି । ତପନକୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.