ଯାଜପୁର ସବ୍ ଜେଲରୁ କଏଦୀ ଚମ୍ପଟ
25/10/2019 at 11:53 AM

ଯାଜପୁର ୨୫।୧୦: ଯାଜପୁର ସବ୍ ଜେଲରୁ କଏଦୀ ଚମ୍ପଟ। ଗତକାଲି ରାତିରେ କଏଦୀ ଜଣକ ପାଚେରୀ ଡେଇଁ ଚମ୍ପଟ ମାରିଛି ।ଫେରାର ହୋଇଥିବା କଏଦୀ ରାଜେଶ ମୁଣ୍ଡା ବୋଲି ଜଣାପଡିଛି। ସେ ମୟୁରଭଂଜ ଜିଲ୍ଲା କରଞ୍ଜିଆ ଡିହାଯୋଡି ଗ୍ରାମର ନନ୍ଦମୁଣ୍ଡାଙ୍କ ପୁଅ।
କିଛିଦିନ ପୂର୍ବେ ରାଜେଶ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଯାଜପୁର ସବ୍ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଦିନ କାଟୁଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ଯାଜପୁର ଟାଉନ୍ ଥାନାରେ ଏତାଲା ଦାଏର କରିଛନ୍ତି। ଏତାଲାକୁ ଭିତ୍ତିକରି ଫେରାର ହୋଇଯାଇଥିବା କଏଦୀକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021