କାଲିଫର୍ଣ୍ଣିଆ ୦୫/୦୭ : ସୁଧାର ଗୃହରେ ଚାଲିଥିଲା ଅନୈତିକ କାର୍ଯ୍ୟ । ତାହା ପୁଣି ଅନ୍ୟ କଏଦୀମାନଙ୍କ ସାମ୍ନାରେ । ଅଭିଯୁକ୍ତ ଆଉ କେହି ନୁହେଁ ବରଂ ଖୋଦ ସୁଧାର ଗୃହର ଜଣେ ମହିଳା ଅଧିକାରୀ । ୧୧ ଜଣ କଏଦୀମାନଙ୍କ ସାମ୍ନାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ମହିଳା ଅଧିକାରୀ ଶାରୀରିକ ସମ୍ପର୍କ ରଖୁଥିବା ଘଟଣା ସାମ୍ନାକୁ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ଜେଲ ବିଭାଗ । ଅଭିଯୁକ୍ତ ମହିଳା ଅଧିକାରଙ୍କୁ ୨୧୦ ଦିନ ପାଇଁ ଜେଲ ଦଣ୍ଡାଦେଶ ହେବା ସହିତ ୨ ବର୍ଷ ପାଇଁ ତାଲିମ କେନ୍ଦ୍ରକୁ ପଠାଯାଇଛି ।
ମାମଲାର ବିଚାର କରି ଜଷ୍ଟିସ୍ ମାଇକେଲ ଇଡିୟାର୍ଟ କହିଛନ୍ତି, ‘ଏଭଳି ମାନସିକତା କେବଳ ଜଣେ ଭ୍ରଷ୍ଟ ମସ୍ତିଷ୍କର ମଣିଷ ହିଁ କରିପାରିବ’ ଅଭିଯୁକ୍ତ ସୁଧାର ଗୃହ ଅଧିକାରୀ ଟିନା ଗୋଞ୍ଜାଲେଜଙ୍କୁ ଏଭଳି କଡା ଭାଷାରେ ନିନ୍ଦା କରିବା ସହିତ ଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ । ୨୦୧୯ ମସିହା ଡିସେମ୍ବର ମାସରେ କାଉଣ୍ଟି ଜେଲର କଏଦୀମାନେ ପ୍ରଥମେ ପ୍ରଥମ ଏ ବାବଦରେ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଯେ, ସେମାନେ ଜଣେ ଜେଲ ଅଧିକାରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି । ଏହା ପରେ ଘଟଣା ବାବଦରେ ତଦନ୍ତ ଆରମ୍ଭ ହୋଇଥିଲା । ଏହା ସହିତ ମହିଳା ଗାର୍ଡ ଜଣଙ୍କ ଜେଲ ଅନ୍ତେବାସୀଙ୍କୁ ମୋବାଇଲ ଫୋନ ମଧ୍ୟ ଦେଇଥିଲେ ।
ତଦନ୍ତକାରୀ ଅଧିକାରୀ ଷ୍ଟେଭ ରାଇଟ୍ କହିଛନ୍ତି, ଗାର୍ଡ ଜଣଙ୍କ ରୀତିମତ ଭାବେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏହା ସହିତ ଜେଲ ଅନ୍ତେବାସୀଙ୍କୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଫୋନ ମଧ୍ୟ ଦେଇଥିଲେ । ଯାହାକି ତଦନ୍ତ ବେଳେ ଖୁଲାସା ହୋଇଛି । ମହିଳା ଗାର୍ଡ ଗୋଞ୍ଜାଲେଜ୍ ଅନ୍ତେବାସୀ ସହିତ କେବଳ ଶାରୀରିକ ସମ୍ପର୍କ ରଖୁନଥିଲେ ବରଂ ଏଥିପାଇଁ ବିଭିନ୍ନ ଫଣ୍ଡା ମଧ୍ୟ ଆପଣାଇଥିଲେ । ଶାରୀରିକ ସମ୍ପର୍କ ରଖିବା ପାଇଁ ମହିଳା ପୋଲିସ ଗାର୍ଡ ଜଣକ ନିଜ ୟୁନିଫର୍ମରେ ଛିଦ୍ର କରିଥିଲେ ଯାହାଫଳରେ ଅନ୍ତେବାସୀ କଏଦୀ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସୁବିଧା ହେବ । ଏ ପୂରା ଘଟଣାର ମୂକସାକ୍ଷୀ ହେଉଛନ୍ତି ଜେଲର ସେଲ ମଧ୍ୟରେ ରହୁଥିବା ଅନ୍ୟ ୧୧ ଜଣ କଏଦୀ । ଘଟଣା ବାବଦରେ ଜଣାପଡିବା ପରେ ମଧ୍ୟ ଗୋଞ୍ଜାଲେଜ୍ ଉକ୍ତ କଏଦୀ ସହିତ ଫୋନ ଯୋଗେ ଯୋଗାଯୋଗରେ ରହୁଥିଲେ ।
ତଦନ୍ତକାରୀ ଅଧିକାରୀ ଏମ୍ସି କମସ୍ କହିଛନ୍ତି, ବର୍ଦ୍ଦିର ସୁରକ୍ଷା ପାଇଁ ସେ ଶପଥ ନେଇଥିଲେ କିନ୍ତୁ ସେ ଏଭଳି ଲଜ୍ଜ୍ୟାଜନକ ଏବଂ ଘୃଣ୍ୟ କାମ କରୁଥିବେ ବୋଲି କେହି ଜାଣିନଥିଲେ । ସେ ରୀତିମତ ଜେଲରେ ଥିବା କଏଦୀକୁ ଫୋନ କରୁଥିଲେ ଏବଂ ଶାରୀରିକ ସମ୍ପର୍କ ରଖୁଥିଲେ । ତେବେ ଗୋଞ୍ଜାଲେଜ୍ଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାର୍ଟିନ୍ ଟେଲିନିକ୍ କହିଛନ୍ତି ଯେ, ଗାର୍ଡ ଜଣକ କେବେ ଜେଲର କର୍ମଚାରୀମାନଙ୍କୁ ଅସୁବିଧାରେ ପକାଉନଥିଲେ କିମ୍ବା କୌଣସି କ୍ଷତି କରୁନଥିଲେ । ତାଙ୍କର ନିକଟରେ ବିବାହ ମଧ୍ୟ ହୋଇଛି ଏବଂ ସେ ସେହି ଘଟଣାଗୁଡିକ ପାଇଁ ପଶ୍ଚାତାପ ମଧ୍ୟ କରୁଛନ୍ତି ବୋଲି ଗୋଞ୍ଜାଲେଜ୍ ଓକିଲ କହିଛନ୍ତି ।
୨୦୧୬ ମସିହାରେ ଜେଲ ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଗୋଞ୍ଜାଲେଜ୍ଙ୍କୁ କୋର୍ଟ ୩ ବର୍ଷ ୮ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । କିନ୍ତୁ ତାଙ୍କ ଓକିଲ କୋର୍ଟଙ୍କୁ ୧୬ ମାସ ଜେଲ ଦଣ୍ଡାଦେଶ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହା ପରେ କୋର୍ଟ ଗୋଞ୍ଜାଲେଜ୍ଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ ।