Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସୁନ୍ଦରୀ କ୍ୟାଟରିଂ ମ୍ୟାନେଜରଙ୍କ ଅବୈଧ ପ୍ରେମ: କଏଦୀ ସହ ଶାରୀରିକ ସମ୍ପର୍କ, ଅନ୍ତବସ୍ତ୍ରରେ ଲୁଚେଇ ନେଉଥିଲେ ନିଶା

21/05/2021 at 9:55 PM

ଗ୍ରେଟର ମଞ୍ଚେଷ୍ଟର ୨୧/୫: ପ୍ୟାର କେଲିଏ କୁଛ୍‌ ଭି କରେଗା ! ପ୍ରେମ ଆଗରେ ସବୁ ତୁଚ୍ଛ । ବୟସ,ବର୍ଣ୍ଣ ଏବଂ ପେଶା କିଛି ନଜରକୁ ଆସେନାହିଁ। କିନ୍ତୁ ଏଥିପାଇଁ ପରେ କେତେ ଯେ ଯନ୍ତ୍ରଣା ସହିବାକୁ ପଡ଼େ ତାର ଏକ ନିଚ୍ଛକ ଉଦାହରଣ ସାମ୍ନାକୁ ଆସିଛି। ଜେଲ୍‌ରେ କ୍ୟାଟେରିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ୩୪ ବର୍ଷୀୟା ମହିଳା ଗୋଟିଏ ଛୁଆର ମା’ ହୋଇଥିଲେ ମଧ୍ୟ ସେ ପ୍ରେମରେ ପଡ଼ିଯାଇଥିଲେ। ପ୍ରେମ ହୋଇଥିଲା କିନ୍ତୁ ଜଣେ କଏଦୀକୁ। କଏଦୀ ସହ ଭାବ ଏତେ ବଢ଼ିଥିଲା ଯେ, ଜେଲରେ ଦିନକୁ ଦୁଇ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ। କେତେବେଳେ ଷ୍ଟୋର ରୁମରେ ତ କେତେବେ​‌ଳେ ରୋଷେଇ ଘରେ।  ସେପଟେ କଏଦୀ ପ୍ରେମିକ ପାଇଁ ମାଡାମ ନିଜ ଅନ୍ତବସ୍ତ୍ରରେ ନେଇ ଆସୁଥିଲେ ଗଞ୍ଜେଇ ଏବଂ ଯାବତୀୟ ଅବକାରୀ ଦ୍ରବ୍ୟ।

ଏପରିକି ହାତରେ କିଛି ଟଙ୍କା ମଧ୍ୟ ଦେଉଥିଲେ ପ୍ରେମିକା। ଏହା ସହ ପରଷ୍ପର ମଧ୍ୟରେ କଥା ହେବା ପାଇଁ କଏଦୀକୁ ଫୋନ୍‌ ବି ଦେଇଥିଲେ। ଏମିତି ଅନେକ ଦିନ ଯିବା ପରେ ଏବେ କ୍ୟାଟରିଂ ମ୍ୟାନେଜର ମାଡାମାଙ୍କ କଏଦୀଙ୍କ ସହ ଅବୈଧ ସମ୍ପର୍କର ପର୍ଦ୍ଦାଫାସ ହୋଇଛି। ଏହା ସହ ପ୍ରେମିକାକୁ ୩୦ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ଘଟଣା  ଗ୍ରେଟର ମଞ୍ଚେଷ୍ଟର ସ୍ଥିତ ଓ୍ବିଗାନର ସି ହିଣ୍ଡଲେ ଜେଲ୍‌ରେ ଘଟିଛି। କ୍ୟାଟରିଂ ମ୍ୟାନେଜର ୩୪ ବର୍ଷୀୟ ଆନିତି କଜି ୩୧ ବର୍ଷୀୟ କଏଦୀ ଜେମି ଏଲି ସହ ଶାରୀରିକ ସମ୍ପର୍କ ରଖିଥିଲେ।

ପ୍ରେମ ମାମଲାରେ ସେକ୍ସ ଚାଟ ଏବଂ ଲଭ୍‌ ଲେଟର ପୋଲିସ ହାତରେ ଲାଗିଛି।  ମିଳିଥିବା ସୂଚନା ଅନୁସାରେ ସେମାନେ ଷ୍ଟୋରରୁମରେ ଶାରୀରିକ ସମ୍ପର୍କ ରଖୁଥିଲେ। ଆନିତି ଦେଇଥିବା ଫୋନରେ ଦୁହେଁ କଥା ହେଉଥିଲେ ଏବଂ ଚାଟ କରୁଥିଲେ। ଆଣ୍ଟି କରପ୍ସନ ୟୁନିଟ୍‌ ଏହି ଅବୈଧ ସମ୍ପର୍କରେ ଜାଣିବାକୁ ପାଇଥିଲା। ପରେ ଏଲିର ଫୋନ୍‌ ପାଇଥିଲା ପୋଲିସ। ଫୋନ୍‌ରେ ଥିବା ଡାଏଲ ଲିଷ୍ଟରେ ଆନିତିଙ୍କ ନମ୍ବର ଥିଲା।  କଜିଙ୍କ ଘରେ ଚଢ଼ାଉ କରି ପୋଲିସ ଲଭ ଲେଟର ଏବଂ ବହୁ ପରିମାଣର ଗଞ୍ଜେଇ ଜବତ କରିଛି।

ସେପଟେ ଆନିତି ନିଜର ଦୋଷ ସ୍ବୀକାର କରିବା ପରେ କୋର୍ଟ ତାଙ୍କୁ ଅଢ଼େଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆନିତି କଜି ୨୦୧୧ରେ ଜେଲରେ କ୍ୟାଟରିଂ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ତାଙ୍କ ନାଁରେ କାର୍ଯ୍ୟର ଅବହେଳା ନେଇ ବହୁବାର ଅଭିଯୋଗ ଆସିଥିଲା। କିନ୍ତୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ ଜେଲ୍‌ କର୍ତ୍ତୃପକ୍ଷ । ଏହି ଭଳି ଭାବେ ସବୁକିଛି ଚାଲିଥିବା ବେଳେ ୨୦୧୮ରେ ସେ କଏଦୀ ଏଲିଙ୍କୁ ଭେଟିଥିଲେ । ତାପରେ ଆରମ୍ଭ ହୋଇଥିଲା ଅବୈଧ ସମ୍ପର୍କ । ଆନିତି ନିଜ ଅନ୍ତବସ୍ତ୍ରରେ ସବୁବେଳେ ଗଞ୍ଜେଇ ଲୁଚାଇ ନିଜ କଏଦୀ ପ୍ରେମିକଙ୍କ ପାଇଁ ନେଉଥିଲେ। ତେବେ ଅବୈଧ ପ୍ରେମର ପର୍ଦ୍ଦାଫାସ ହୋଇଥିବା ବେଳେ ଆନିତି କଜି ଏବେ ଅଢ଼େଇ ବର୍ଷ କାଳ କୋଠେରୀରେ ରହିବେ ।

   Related Posts