Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଲକଡାଉନ ନିୟମ ଉଲଙ୍ଘନ କଲେ ୨ବର୍ଷ ଜେଲ ସହ ଜରିମାନା : ଲାଗିବ ଆଇପିସିର ଧାରା ୧୮୮ ସହ ଆଉ ୯ ଧାରା

16/04/2020 at 11:55 AM

ନୂଆଦିଲ୍ଲୀ ୧୬/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବାର ଠିକ ୨୪ ଘଣ୍ଟା ପରେ ସରକାର ବୁଧବାର ଦିନ ଲକଡାଉନର ନୂଆ ଗାଇଡଲାଇନ ଜାରି କରିଛନ୍ତି | ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ ୩ ତାରିଖ ପର୍ଯ୍ୟନ୍ତ ୧୯ ଦିନ କରାଯାଇଛି | ଲକଡାଉନ ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି | ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଦଣ୍ଡବିଧାନ ଓ ଜରିମାନା ବ୍ୟବସ୍ଥା କରାଯାଇଛି | ସର୍ବସାଧାରଣ ସ୍ଥାନରେ ଏବଂ କର୍ମକ୍ଷେତ୍ରରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି |

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ ଜରିମାନା ଏବଂ ଦଣ୍ଡ ବିଧାନ ରହିଛି | ଗାଇଡଲାଇନରେ ନିୟମ ଉଲଙ୍ଘନକାରୀ ଓ ଅନ୍ୟ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସ୍ଥିତିରେ ବିପର୍ଯ୍ୟୟ ପରିଚାଳନା ଆଇନ ୯ ଧାରାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ସରକାରୀ କର୍ମଚାରୀ ଆଦେଶ ଅମାନ୍ୟ କଲେ ଆଇପିସି ଧାରା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଯଦି କୌଣସି ବ୍ୟକ୍ତି କୌଣସି ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧା ଦିଏ ତାହେଲେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଅଥବା ସକ୍ଷମ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ନିର୍ଦେଶ ପାଳନ କରିବା ପାଇଁ ଅସ୍ବୀକାର କରେ ତାହେଲେ ଧାରା ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ |

ଉଦାହରଣସ୍ୱରୂପ : ଏହି ଧାରା ଅନୁଯାୟୀ, କୌଣସି ନିୟମ ଉଲଙ୍ଘନ ଯେପରିକି ମନ୍ଦିର ଯିବା, ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କଲେ ଧାରା ଅନୁଯାୟୀ ଏହାକୁ ଅପରାଧ ବୋଲି ଗ୍ରହଣ କରାଯିବ | ଏହି ଧାରା ଅନୁଯାୟୀ, ବର୍ଷେ ଜେଲ ଦଣ୍ଡ ଓ ଜରିମାନା ଲଗାଯିବ | ଯଦି ଦୋଷୀଙ୍କ ତରଫରୁ କାହାର ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ ତାହେଲେ ଜରିମାନା ସହ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ |

ଯଦି କୌଣସି ବ୍ୟକ୍ତି ରିଲିଫ୍ ପ୍ରୟାସ ପାଇଁ କୌଣସି ଟଙ୍କା କିମ୍ବା ସାମଗ୍ରୀର ଅପବ୍ୟବହାର କିମ୍ବା ନିଜ ପାଇଁ ବ୍ୟବହାର କରନ୍ତି କିମ୍ବା ଚୋରାରେ ବିକ୍ରି କରନ୍ତି ତାହେଲେ ଧାରା ୫୩ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ | ଏହି ଧାରା ଅନୁଯାୟୀ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ଏବଂ ଜରିମାନା ଦେବାକୁ ପଡିପାରେ |ଯଦି କୌଣସି ବ୍ୟକ୍ତି ବିପର୍ଯ୍ୟୟ ବିଷୟରେ ମିଥ୍ୟା ଖବର ପ୍ରଚାର କରନ୍ତି କିମ୍ବା ଚେତାବନୀ ଦେଇଥାଏ କିମ୍ବା ମିଥ୍ୟା ଆତଙ୍କ ସୃଷ୍ଟି କରେ ତେବେ ଧାରା ୫୪ ଅନୁଯାୟୀ ତାଙ୍କୁ ଜରିମାନା ସହ ବର୍ଷେ ଜେଲ ଦଣ୍ଡ ହୋଇପାରେ |

ଯଦି ସରକାରଙ୍କ କୌଣସି ବିଭାଗ ଦ୍ୱାରା କୌଣସି ଅପରାଧ କରାଯାଇଥିବା ତାହେଲେ ବିଭାଗ ମୁଖ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ଯେପର୍ଯ୍ୟନ୍ତ ସେ ନିଜକୁ ନିର୍ଦୋଷ ପ୍ରମାଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଧାରା ୫୫ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦଣ୍ଡ ବିଧାନ କରାଯିବ |ଯଦି କୌଣସି ସରକାରୀ ଅଧିକାରୀଙ୍କୁ ଲକ୍ଦୁଁ ସମ୍ବନ୍ଧିତ କିଛି କର୍ତବ୍ୟ କରିବା ପାଇଁ ନିର୍ଦେଶ ଦିଆଯାଇଛି ଏବଂ ସେ ସେହି କାମ କରିବା ପାଇଁ ମନା କରନ୍ତି କିମ୍ବା ଅନୁମତି ନ ନେଇ କର୍ତବ୍ୟରୁ ପଛଘୁଞ୍ଚା ଦିଅନ୍ତି ତାହେଲେ ଧାରା ୫୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେବେ | ଧାରା ୫୬ ଅନୁଯାୟୀ ତାଙ୍କୁ ଜରିମାନା ସହ ବର୍ଷେ ଜେଲ ଦଣ୍ଡ ହୋଇପାରେ |

ଯଦି କୌଣସି ବ୍ୟକ୍ତି ଧାରା ୫୬ ଅଧୀନରେ ଥିବ ଆଦେଶ ପାଳନ କରିବାରେ ବିଫଳ ହୁଅନ୍ତି ତାହେଲେ ଧାରା ୫୭ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହେବେ | ଏହି ଧାରା ଅନୁଯାୟୀ ତାଙ୍କୁ ବର୍ଷେ ଜେଲ ଦଣ୍ଡ ହୋଇପାରେ ଏବଂ ଜରିମାନା ଦେବାକୁ ପଡିପାରେ | ଅଧିନିୟମ ଧାରା ୫୮ କମ୍ପାନୀ ଅପରାଧ ସମ୍ବନ୍ଧିତ | ଧାରା ୫୯ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବ ମଞ୍ଜୁରୀ ଧାରା ୫୫ ଓ ଧାରା ୫୬ ମାମଲା ସହିତ ସମ୍ବନ୍ଧିତ | ଅପରପକ୍ଷରେ ଧାରା 60 ଅଦାଲତ ଅଦାଲତ ଅପରାଧିକ ସଂଜ୍ଞା ସହ ସମ୍ବନ୍ଧିତ |ଧାରା ୧୮୮ ଅନୁସାରେ କୌଣସି ସରକାରୀ କର୍ମଚାରୀ ଦ୍ୱାରା ଦିଆଯାଇଥିବା ନିର୍ଦେଶ ଉଲଙ୍ଘନ କଲେ ଧାରା ୧୮୮ ଲାଗୁ କରାଯିବ |

ଦଣ୍ଡ ଏବଂ ଜରିମାନା ପାଇଁ ଦୁଇଟି ବ୍ୟବସ୍ଥା ଅଛି
ପ୍ରଥମ- ସରକାର କିମ୍ବା କୌଣସି ଅଧିକାରୀ ଦ୍ୱାରା ଦିଆଯାଇଥିବା ନିୟମ ଉଲଙ୍ଘନ କରନ୍ତି କିମ୍ବା ଆପଣଙ୍କ ପାଇଁ ଆଇନ ବ୍ୟବସ୍ଥାରେ କୌଣସି ବ୍ୟକ୍ତିଙ୍କ କ୍ଷତି ହୁଏ ତାହେଲେ ୨୦୦ ଟଙ୍କା ଜରିମାନା କିମ୍ବା ଅତିକମରେ ମାସେ ଜେଲ ଦଣ୍ଡ ଅଥବା ଉଭୟ ସଜା ହୋଇପାରେ |
ଦ୍ୱିତୀୟ- କୌଣସି ବ୍ୟକ୍ତିଙ୍କ ଦ୍ୱାରା ସରକାରଙ୍କ ନିୟମ ଉଲଙ୍ଘନ କଲେ ମାନବ ଜୀବନ, ସ୍ୱାସ୍ଥ୍ୟ, ସୁରକ୍ଷା ଆଦିକୁ ବିପଦ ସୃଷ୍ଟି ହୁଏ ତାହେଲେ ଅତିକମରେ ୬ ମାସ ଜେଲ ଦଣ୍ଡ କିମ୍ବା ହଜାରେ ଟଙ୍କା ଜରିମାନା ଦେବାକୁ ହେବ | କୌଣସି ସ୍ଥଳେ ଉଭୟ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି | ତେବେ ଉଭୟ ସ୍ଥିତିରେ ଜାମିନ ମିଳିବା ବ୍ୟବସ୍ଥା ମଧ୍ୟ ରହିଛି |

   Related Posts