ଗୋଟିଏ ଦିନରେ ଇସ୍ତାହାର ଘୋଷଣା କଲେ ରାଜ୍ୟ ବିଜେପି ଓ କଂଗ୍ରେସ, ଚାଷୀ ଓ ମହିଳାଙ୍କୁ ଉଭୟ ଦଳର ଗୁରୁତ୍ବ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : ବିଜେପି ଏବଂ କଂଗ୍ରେସ ଆଜି ଗୋଟିଏ ଦିନରେ ନିଜ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି। ଆସିବ କଂଗ୍ରେସ ହସିବ ଓଡ଼ିଶା  ନାଁରେ ଇସ୍ତାହାର ପ୍ରକାଶ କରିଥିବା ବେଳେ ବିଜେପିର ନୂଆ ଓଡିଶା ସଂକଳ୍ପ ପତ୍ରରେ ୯ଟି ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି। ଉଭୟ କିନ୍ତୁ କୃଷକ ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଇସ୍ତାହାର ଉନ୍ମୋଚନ କରି ବିଜେପି ସଭାପତି ଅମିତ ଶାହା କହିଛନ୍ତି ବିଜେଡି ସରକାର କଂଗ୍ରେସ ଠାରୁ ବି ନିକୃଷ୍ଟ ସରକାର। ସେପଟେ  ବିଜେଡି ତାର ଇସ୍ତାହାର ପ୍ରକ୍ରିୟା ଜାରି ରଖିଥିବା ବେଳେ ଉଭୟଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି କାଉଣ୍ଟର କରିଛନ୍ତି।

{"id":101275}

ଇସ୍ତାହାର ରାଜନୀତିରେ କମ୍ପିଲା ରାଜନୀତି। ଏକାଦିନେ ବିଜେପି ଓ କଂଗ୍ରେସ ନିଜ ନିଜର ଇସ୍ତାହାର ପ୍ରକାଶ କଲେ। ଏ ହେଉଛି ବିଜେପି ଇସ୍ତାହାର ଉନ୍ମୋଚନ ସମୟର  ଦୃଶ୍ୟ । ରାଷ୍ଟ୍ରୀୟ ସଭାପତି ଏହାର  ଉନ୍ମୋଚନ କରିଥିବା ବେଳେ ଦଳର ନୂଆ ପୁରୁଣା ସଦସ୍ୟ ଏକାଠି ଥିଲେ। ନୂଆ ଓଡ଼ିଶା ସଂକଳ୍ପ ପତ୍ର ନାଁରେ ବିଜେପି ନିଜ ପ୍ରତିଶ୍ରୁତି ଦେଇଛି। ୯  ଟି ସଙ୍କଳ୍ପକୁ ଦେଇଛି  ପ୍ରଥମିକତା। ଗୁରୁତ୍ବ ଦିଆଯାଇଛି ଚାଷୀ ଓ ମହିଳାଙ୍କୁ  - କୃଷକମାନଙ୍କୁ କିଷାନ ସମୃଦ୍ଧି ଯୋଜନା - ଚାଷୀଙ୍କୁ ବିନା ସୁଧରେ ଋଣ - କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ୬୦ ବର୍ଷ ପରେ ମାସକୁ ୩ ହଜାର ଟଙ୍କାର ପେନସନ - ଦକ୍ଷତା ବିକାଶ ପାଇଁ ୩ ହଜାର ୫ଶହ କୋଟି ଟଙ୍କାର ପାଣ୍ଠି - ୫ ବର୍ଷ ଭିତରେ ସମସ୍ତ ଆଦିବାସୀଙ୍କୁ ପଟ୍ଟା ପ୍ରଦାନ କରାଯିବ ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡର ଯୁକ୍ତି ଦର୍ଶାଇଛି ବିଜେପି ।  ସେହିପରି ପିଇବା ପାଣି, କେଜିଠାରୁ ପିଜି ମାଗଣା ଶିକ୍ଷା, ବ୍ୟବସାୟରେ ସୁବିଧା ଭଳି କିଛି ପ୍ରସଙ୍ଗକୁ ସ୍ଥାନ ଦେଇଛି। ତେବେ ଏହି ଇସ୍ତାହାର ଉନ୍ମୋଚନ ସମୟରେ ଅମିତ ଶାହା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେଡି ସରକାର କଂଗ୍ରେସ ସରକାରଠାରୁ ବି ନିକୃଷ୍ଟ ।

{"id":101278}

ସେପଟେ କଂଗ୍ରେସ ବି ପ୍ରତିଶ୍ରୁତିର ପାହାଡ଼ ଠିଆ କରିଛି। - ମାସକୁ ୬ ହଜାର ନିଯୁକ୍ତି ଗ୍ୟାରେଣ୍ଟି - ନିଯୁକ୍ତି ନଦେଇ ପାରିଲେ ବେକାର ଯୁବକଯୁବତୀଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା - ଚାକିରିର ବୟସ ସୀମା ବୃଦ୍ଧି - ଚାଷୀଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ - ଋଣ ପରିଶୋଧ କଲେ ଟଙ୍କା ଫେରସ୍ତ, ମାଗଣାରେ ସୋଲାର ପମ୍ପ - ଧାନର ସହାୟକ ମୂଲ୍ୟ ୨୬୦୦ ଟଙ୍କା - ସହଜ ସୁଲଭ ସ୍ବାସ୍ଥ୍ୟସେବାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ

{"id":101279}

ନିଜ ନିଜ ଇସ୍ତାହାରରେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ଓ କଂଗ୍ରେସ ତେବେ ରାଜ୍ୟରେ ଯୋଜନା ପରେ ଯୋଜନା ପେଶିଥିବା ବିଜେଡି ତାର ଇସ୍ତାହାର ଖୁବ ଶୀଘ୍ର ପ୍ରକାଶ କରିବ ବୋଲି କହିଛି.। ତେବେ ଉଭୟ କଂଗ୍ରେସ ଓ ବିଜେପିକୁ ୧୫ ପାଲଟା ପ୍ରଶ୍ନ ପଚାରିଛି ବିଜେଡି। ୧୪ରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା  ପ୍ରତିଶ୍ରୁତି , କୋଷ୍ଟାଲ ହାଇୱେ , ନୂଆ ବନ୍ଦର ପ୍ରତିଷ୍ଠା , ନିଯୁକ୍ତି, ମହାନଦୀ ପୋଲାଭରମ ଭଳି ପ୍ରସଙ୍ଗରେ ବିଜେଡି ଘେରିଛି।

{"id":101280}

ଇସ୍ତାହାର ମାଧ୍ୟମର ଦଳଗୁଡ଼ିକ ନିଜ ନୀତି ନିର୍ଦ୍ଧାରଣ ତ କରିଛନ୍ତି। ତେବେ ଭୋଟର କେଉଁ ଇସ୍ତାହାରକୁ ସ୍ବୀକୃତି ଦେବେ ତାହା ସେମାନଙ୍କ ଭୋଟରେ ପ୍ରତିଫଳିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.