Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କଲେଜରେ ସାପ ଧରିବା କୌଶଳ ପ୍ରଦର୍ଶନ, ଛାତ୍ରଛାତ୍ରୀଙ୍କୁ ସାପ ଧରିବା ଶିଖାଉଛନ୍ତି ଖୋଦ୍ ପ୍ରିନ୍ସିପାଲ ! ଦେଖନ୍ତୁ ଭିଡିଓ…

11/11/2021 at 11:28 AM

ଆନନ୍ଦପୁର ୧୧।୧୧: ବେଆଇନ ଭାବେ କଲେଜରେ ପ୍ରଦର୍ଶନ ହେଉଛି ସାପ ଧରିବା କୌଶଳ । ଶହ ଶହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କଲେଜ ପରିସରରେ ସାପ ଧରିବାର କୌଶଳ ଦେଖାଉଛନ୍ତି । ଏହି ସମୟରେ ଜଣେ ଛାତ୍ରୀଙ୍କ ଉପରକୁ ଫଣା ବଢାଉଛି ସାପ । କାମୁଡିବାକୁ ଉଦ୍ୟମ ମଧ୍ୟ କରୁଛି । ତେବେ ଏହି ସାପଟି ନାଗ ବୋଲି ଜଣାପଡିଛି । ଏଭଳି ଘଟଣା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସାପ ଧରିବାର କୌଶଳ ଶିଖାଉଥିବା ବ୍ୟକ୍ତି ଜଣଙ୍କ କୌଣସି କୂଶଳୀ ପ୍ରଶିକ୍ଷକ ନୁହନ୍ତି ବରଂ  ସ୍ଥାନୀୟ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରିନ୍ସିପାଲ ଆକାଶ ରଥ । ଏ ମହାଶୟ ଜଣଙ୍କ ପେଡିରେ ନାଗ ସାପ ଧରି କଲେଜ ଆସିଛନ୍ତି  । ଆନନ୍ଦପୁର ଉପଖଣ୍ଡ କୂଶଳେଶ୍ବର ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଶିଖାଉଛନ୍ତି ସାପ ଧରିବାର କୌଶଳ । ସୋସିଆଲ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି । ତେବେ କଲେଜ ଅଧ୍ୟକ୍ଷ ଏଥିପାଇଁ ଅନୁମତି ଦେଇଥିବା ପ୍ରକାଶ କରିଛନ୍ତି ।  

ଆକାଶ ରଥ ଜଣେ ପ୍ରଶିକ୍ଷିତ ସାପ ଧରାଳି ବୋଲି ଯୁକ୍ତି ବାଢିବା ସହ ଆଣିଥିବା ସାପ ଶରୀରରୁ  ବିଷ ବାହାର କରି ସେ ପ୍ରଶିକ୍ଷଣ ଦେଉଥିବା କହିଛନ୍ତି । ପୂର୍ବରୁ ବିଷଧର ସାପମାନଙ୍କୁ ସେ ରଖିଥିଲେ ବୋଲି ସଫେଇରେ କହିଛନ୍ତି । ଅନ୍ୟପଟେ ସାପ ଧରି ରଖିବା, ତାର ବିଷ ବାହାର କରିବା  ଏବଂ ସର୍ବ ସମ୍ମୁଖରେ ସାପ ଖେଳ ପ୍ରର୍ଦଶନ କରିବା ଆଇନ ସଙ୍ଗତ ନୁହଁ ।  ଆକାଶ ରଥ ପ୍ରଦର୍ଶିତ କରିଥିବା ସାପକୁ କେଉଁଠାରୁ ଆଣିଥିଲେ ? ସେ ନାଗ ସାପର ବିଷ ଥିଲା କି ନାହିଁ ? ଯଦି ବିଷ ବାହାର କରାଯାଇଥିଲା କିଏ ଓ କେଉଁ ପରିସ୍ଥିତିରେ ବାହାର କଲା ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।  ଅନ୍ୟପଟେ ଏହି ଘଟଣା  ସମ୍ପର୍କରେ ଆନନ୍ଦପୁର ଡିଏଫଓ ଅବଗତ ଥିବା କହିଛନ୍ତି । ବନ ବିଭାଗ ତରଫରୁ  ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ନୋଟିସ କରାଯାଇଥିବା କହିଛନ୍ତି ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ।

   Related Posts