PIBର ପ୍ରଧାନ ମହାନିର୍ଦ୍ଦେଶକ କରୋନା ପଜିଟିଭ୍: ତିନି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ସମସ୍ୟା, ଏବେ ଶାସ୍ତ୍ରୀ ଭବନରୁ କାର୍ଯ୍ୟ କରିବ ମନ୍ତ୍ରାଳୟ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮।୦୬:  ସାରାଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ଥିତିକୁ ନିୟନ୍ତଣରେ ରଖିବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ ଯେତେ ପଦକ୍ଷେପ ନେଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରାଳୟ (PIB)ର ପ୍ରଧାନ ମହାନିର୍ଦ୍ଦେଶକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । PIBର ପ୍ରଧାନ ମହାନିର୍ଦ୍ଦେଶକ କେ.ଏସ୍‌ ଧତବାଲିଆ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସୋମବାର ଦିନ PIBର ମିଡିଆ ସେଣ୍ଟରକୁ ବନ୍ଦ କରାଯାଇଛି । ଆଜି ଏହି ସେଣ୍ଟରକୁ ପୁରା ସାନିଟାଇଜ୍‌ କରାଯିବ । ତେବେ ପ୍ରଧାନ ନିର୍ଦ୍ଦେଶକ କରୋନା ପଜିଟିଭ୍‌ ଜଣାପଡିବା ପରେ ନୀତିନ ଗଡ଼କୀରଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ମଧ୍ୟ ସଂକ୍ରମଣର ଭୟ ରହିଛି । ସେହିପରି   ଅନେକ ଲୋକଙ୍କ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ PIB ପ୍ରଧାନ ମହାନିର୍ଦ୍ଦେଶକ କେ.ଏସ୍‌ ଧତବାଲିଆ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ସେ କରୋନା ପଜିଟିଭ୍‌ ଜଣାପଡିବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତି AIIMSରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ନେଇ କୌଣସି ଅଧିକାରୀକ ବୟାନ ଜାରି କରାଯାଇନାହିଁ । ସୋମବାର ଦିନ ମିଡିଆ ସେଣ୍ଟର ବନ୍ଦରହିବ ବୋଲି ସୂଚନା ମିଳିଛି । କାରଣ ଏହାଦ୍ୱାରା ପୂରା ସେଣ୍ଟରକୁ ସାନିଟାଇଜ୍‌ କରାଯିବ । ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରାକିଂ କରାଯିବ । ଯେପରି ସଂକ୍ରମଣ ନବ୍ୟାପେ , ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଥିବାର ସୂଚନା ମିଳିଛି ।

ସୂଚନାନୁସାରେ ନ୍ୟାସନାଲ୍‌ ମିଡିଆ ସେଣ୍ଟରକୁ ସମ୍ପୂର୍ଣ୍ଣ ଭାବେ ସଂକ୍ରମଣମୁକ୍ତ କରାଯିବ । ଏହାପରେ ଯାଇ ଖୋଲିବ ବୋଲି ଅନୁମାନ କରାଯାଉଛି । ତେବେ ଯେପର୍ଯ୍ୟନ୍ତ ନ୍ୟାସ୍‌ନାଲ ମିଡିଆ ସେଣ୍ଟର ସମ୍ପୂର୍ଣ୍ଣ ଭାବେ ସଂକ୍ରମଣ ମୁକ୍ତ ହୋଇନାହିଁ , ସେପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଶାସ୍ତ୍ରୀ ଭବନରେ କରାଯିବାର କାର୍ଯ୍ୟକ୍ରମ ରହିଛି । କେ ,ଏସ୍‌ ଧତବାଲିଆ ସୋମବାର ଓ ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ , ନରେନ୍ଦ୍ର ସିଂହ ତୋମାର ଓ ପ୍ରକାଶ ଜାବେଡକରଙ୍କ ସହିତ ଗୋଟିଏ ମଞ୍ଚରେ ବସିଥିଲେ । ଏହି ସମୟରେ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ପ୍ରେସ୍‌ମିଟି କରିଥିଲେ । କେ.ଏସ୍‌ ଧତବାଲିଆ PIBର ପ୍ରଧାନ ନିର୍ଦ୍ଦେଶକ ହେବା କାରଣରୁ ସେ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରଧାନ ପ୍ରବକ୍ତା ମଧ୍ୟ ହୋଇଥାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.