Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ଦୁଇ ବଢ଼ିଲା ଝିଅଙ୍କୁ ହତ୍ୟା କଲେ ପ୍ରିନ୍ସିପାଲ୍‌ ଦମ୍ପତି, କହିଲେ- ‘ସୋମବାରରୁ ସତ୍ୟଯୁଗ ଆରମ୍ଭ, ପୁଣି ଜୀବିତ ହୋଇଯିବେ’

25/01/2021 at 7:52 PM

ହାଇଦ୍ରାବାଦ ୨୫/୦୧: ଏବେ ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ପଛୁଆ ଅଞ୍ଚଳର ଲୋକେ ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିଛନ୍ତି। ଉଚ୍ଚଶିକ୍ଷିତ ଲୋକେ ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସ ମଧ୍ୟରେ ଫରକ ଭଲ ଭାବେ ଜାଣିଛନ୍ତି ବୋଲି ଆମ ମନରେ ଧାରଣା ରହିଛି। କିନ୍ତୁ ଆନ୍ଧ୍ରପ୍ରଦେଶରେ ଘଟିଥିବା ଏକ ଛାତିଥରା ଘଟଣା ସମସ୍ତଙ୍କ ବିଶ୍ବାସକୁ ଚୂରମାର କରିଦେବ। ଉଚ୍ଚଶିକ୍ଷିତ ଦମ୍ପତି ନିଜର ଦୁଇ ବଢ଼ିଲା ଝିଅଙ୍କୁ ହତ୍ୟା କରି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହାର ଅର୍ଥ ସକାଳ ହେଲେ ସତ୍ୟଯୁଗ ଆସିବ ଆଉ ସୁରୁଜ ଉଇଁଲେ ଝିଅମାନେ ଜୀବନ ପାଇବେ, ଏହି ବିଶ୍ବାସ ନେଇ ଶବ ପାଖରେ ଜଗି ବସିଥିଲେ ପ୍ରିନ୍ସିପାଲ୍‌ ଦମ୍ପତି।

ଏହି ଘଟଣା ଚିତୁର ଜିଲ୍ଲାର ମଦନପାଲେ ଅଞ୍ଚଳରେ ଘଟିଛି। ନିଜ ଦୁଇ ଝିଅର ଜୀବନ ନେଇଗଲେ ବାପା-ମା। ବାପା-ମା ଦୁଇ ଜଣ ଉଚ୍ଚଶିଖିତ ହୋଇଥିବା ବେଳେ ସେମାନେ ଦୁଇ ଜଣ ପ୍ରିନ୍ସିପାଲ ଭାବେ କାର୍ଯ୍ୟରତ। ମୃତ ଦୁଇ ଝିଅଙ୍କ ନାଁ ଅଲେଖ୍ୟା (୨୭) ଏବଂ ସାଇ ଦିବ୍ୟା (୨୨)। ଏହି ପରିବାର ମଦନପାଲେର ଶିବାଳୟମ ଟେମ୍ପଲ ଷ୍ଟ୍ରିଟ୍‌ରେ ରହୁଥିଲା। ଅଭିଯୋଗ ଅନୁସାରେ ଅଭିଯୁକ୍ତ ମା’ ଦୁଇ ଝିଅଙ୍କୁ ଡମ୍ବଲରେ ଛେଚି ହତ୍ୟା କରିଛି।

ମା ପଦ୍ମଜା ଓ ବାପା ପୁରୁଷୋତ୍ତମ ଦୁଇ ଜଣ ପ୍ରିନ୍ସିପାଲ୍‌ । ବଡ଼ ଝିଅ ଅଲେଖ୍ୟା ଭୋପାଳରେ ପିଜି କରିଛନ୍ତି। ସାନ ଝିଅ ସାଇ ଦିବ୍ୟା ବିବିଏ କରିସାରିବା ପରେ ମୁମ୍ବାଇରେ ଏଆର ରହମାନ ମ୍ୟୁଜିକ୍‌ ସ୍କୁଲ୍‌ରେ ପଢ଼ୁଥିଲେ। ଲକ୍‌ଡାଉନ୍‌ ସମୟରେ ଘରକୁ ଆସିଥିଲେ। ତେବେ କୋଭିଡ ୧୯ର ଲକ୍‌ଡାଉନ୍‌ ସମୟରେ ପରିବାର ସଦସ୍ୟଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ପୋଲିସ କହିଛି। ରବିବାର ଦିନ ଘର ଭିତରୁ ଚିତ୍କାର ଶୁଣି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଦମ୍ପତି ସେମାନଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ। କିନ୍ତୁ ପୋଲିସ ବରଳପୂର୍ବକ ଘର ଭିତରକୁ ପଶି ଯାହା ଦେଖିଲା ବିଶ୍ବାସ କରିପାରିଲା ନାହିଁ। ଗୋଟିଏ ଝିଅର ଶବ ଠାକୁର ଘରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଝିଅର ମୃତଦେହ ଆଉ ଏକ ଘରେ ପଡ଼ିଥିଲା। ଦୁଇଟି ଶବକୁ ଲାଲ କପଡ଼ାରେ ଘୋଡ଼ାଯାଇଥିଲା।

ଦୁଇ ଅଭିଯୁକ୍ତ ହତ୍ୟା କରିଥିବା ବେଳେ ତାଙ୍କ ମୁହଁରୁ ଟିକିଏ ବି ସଂକୋଚ ଭାବ ଦେଖିବାକୁ ପାଇନଥିଲା ପୋଲିସ। ପୋଲିସ ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନେ କହିଥିଲେ ଆଜି (ରବିବାର) କଳିଯୁଗ ଶେଷ ହେଉଛି। ଆସନ୍ତାକାଲି (ସୋମାବାର) ସତ୍ୟଯୁଗ ଆରମ୍ଭ ହେବ। ସୂର୍ଯ୍ୟ ଉଦୟ ହେଲେ ଦୁଇ ଝିଅ ଜୀବନ ପାଇଯିବେ ବୋଲି ଅଭିଯୁକ୍ତ ଦମ୍ପତି ପୋଲିସକୁ କହିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

   Related Posts