ରାଷ୍ଟ୍ରପତିଙ୍କୁ ଭେଟିଲେ ଶେଷ ମୋଗଲ ଶାସକଙ୍କ ବଂଶଜ, କହିଲେ କାଶ୍ମୀର ପାଇଁ ତାଙ୍କୁ କରାଯାଉ ଶାନ୍ତିଦୂତ

Published By : Prameya-News7 Bureau | August 18, 2019 IST

ନୂଆଦିଲ୍ଲୀ:  ଦେଶର ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ବଂଶଜ ପ୍ରିନ୍ସ ୟାକୁବ ହବିବୁଦ୍ଦିନ ତୁସୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ ସହ ଏହି ସାକ୍ଷାତ ଆଲୋଚନା ବେଳେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରର ଶାନ୍ତି ସନ୍ଦେଶ ଆଗକୁ ବଢାଇବା ଲାଗି ତାଙ୍କୁ କାଶ୍ମୀରକୁ ଶାନ୍ତିଦୂତ ଭାବେ ପ୍ରେରଣ କରାଯାଉ ବୋଲି ପ୍ରିନ୍ସ ତୁସୀ ନିବେଦନ କରିଛନ୍ତି। ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ସରକାର ସେଠାରେ ଶାନ୍ତି ବଜାୟ ରଖିବା ଲାଗି ସବୁମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ତାଙ୍କୁ ଯଦି ଜମ୍ମୁ-କାଶ୍ମୀର ପାଇଁ ଶାନ୍ତିଦୂତ କରାଯାଏ ତେବେ ସରକାରଙ୍କୁ ନିଶ୍ଚିତ ସଫଳତା ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି। 

{"id":145814,"align":"center","width":456,"height":643}

କେବଳ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ନୁହେଁ ଅତୀତରେ ବିଭିନ୍ନ ପ୍ରସଙ୍ଗରେ ପ୍ରିନ୍ସ ତୁସୀ ସରକାରଙ୍କ ନିକଟରେ ନିଜର ମତାମତ ରଖିଛନ୍ତି। ଏହି କ୍ରମରେ ୩୭୦ ପ୍ରତ୍ୟାହାର ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିବା ବେଳେ ଏବେ ଆଗାମୀ ପରିସ୍ଥିତିର ସେ ସଫଳ ମୁକାବିଲା କରିପାରିବେ ବୋଲି କହିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ତୁସୀ ଗଣମାଧ୍ୟମକୁ ଭେଟିଥିଲେ। କାଶ୍ମୀରରେ ଉତ୍ତେଜନା ଲାଗି ପାକିସ୍ତାନ ମୁଖ୍ୟତଃ ଦାୟି ବୋଲି କହିଥିବା ବେଳେ ଏ ବାବଦେ ଲୋକଙ୍କୁ ସଚେତନ କରିବା ଏବେ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି।

{"id":145815}

Emperor’s Grandson Prince Yakub Haeebuddin Tucy met with Hon’ble President of India Shri Ram Nath Kovind at Rashtrapati Bhavan,President State New Delhi..
— HrH Prince Yakub Habeebuddin Tucy (@Princeofmoghals)

ତେବେ ବର୍ତ୍ତମାନ ପରିସ୍ଥିତିରେ କାଶ୍ମୀର ଗସ୍ତ ତାଙ୍କ ଲାଗି ବିପଦର କାରଣ ବି ହୋଇପାରେ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ଉଭୟ ଦେଶ ଭିତରେ ଓ ବାହାରୁ ରାଷ୍ଟ୍ର ବିରୋଧୀ ତତ୍ୱ ତାଙ୍କୁ ନିଶ୍ଚିତ ପ୍ରଭାବିତ କରିପାରନ୍ତି ବୋଲି ତୁସୀ କହିଛନ୍ତି । ହେଲେ ଲୋକେ ନିଶ୍ଚିତ ତାଙ୍କ ଉଦ୍ଦେଶ୍ୟ ବୁଝିବା ସହ ସରକାରଙ୍କ ପ୍ରଗତିଶୀଳ ବିଚାରଧାରାରେ ନିଜକୁ ସାମିଲ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏ ନେଇ ସେ ରାଷ୍ଟ୍ରପତିଙ୍କୁ ଏକ ପତ୍ର ମଧ୍ୟ ଦେଇଥିବା କହିଛନ୍ତି। ଯେଉଁଥିରେ ସେ ଦେଶର ଶେଷ ମୋଗଲ ସମ୍ରାଟଙ୍କ ବଂଶଜ ଭାବେ ଦେଶପ୍ରତି ଥିବା ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ ନିମନ୍ତେ ସାମ୍ବିଧାନିକ ମୁଖ୍ୟ(ରାଷ୍ଟ୍ରପତି) ତାଙ୍କୁ ଶାନ୍ତିଦୂତ ନିଯୁକ୍ତ କରନ୍ତୁ ବୋଲି ନିବେଦନ କରିଥିବା ଗଣମାଧ୍ୟମକୁ ସୂଚିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.