ପାକିସ୍ତାନ ଗସ୍ତକୁ ବାତିଲ କରିପାରନ୍ତି ପ୍ରିନ୍ସ ଓ୍ବିଲିୟମ ଓ ତାଙ୍କ ପତ୍ନୀ କେଟ୍ ମିଡଲଟନ, କାରଣ ଜାଣନ୍ତୁ

Published By : Prameya-News7 Bureau | August 19, 2019 IST

ବ୍ରିଟେନ୧୯|୮: ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁ ବିଟ୍ରେନର ପ୍ରିନ୍ସ ଓ୍ବିଲିୟମ ଓ ତାଙ୍କ ପତ୍ନୀ କେଟ୍‌ ମିଡଲଟନ ଉଭୟ ପାକିସ୍ତାନ ଗସ୍ତକୁ ବାତିଲ କରି ପାରନ୍ତି ବୋଲି ବୋଲି ଆଶଙ୍କା କରାଯାଛି। ପ୍ରିନ୍ସ ଓ୍ବିଲିୟମ ଓ କେଟ୍ ମିଡଲଟନଙ୍କ ପାକିସ୍ତାନକୁ ଗସ୍ତକୁ ନେଇ ବ୍ରିଟେନର କମନଓ୍ବେଲଥ୍ ଅଫିସ୍‌ ପକ୍ଷରୁ ପୂର୍ନବିଚାର କରାଯିବ ବୋଲି ସୂଚନା ମିଳିଛି।

ପାକିସ୍ତାନ ଓ ଭାରତ ମଧ୍ୟରେ ଯେକୌଣସି ପରିସ୍ଥିତିରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନର ପରିସ୍ଥିତି ଭଲ ନାହିଁ ବୋଲି ବିଶ୍ବରେ ଚର୍ଚ୍ଚା ହେଉଛି। ତେଣୁ ପାକିସ୍ତାନକୁ ରାଜ ପରିବାର କୌଣସି ସଦସ୍ୟ ଯିବା ଠିକ୍ ହେବ ନାହିଁ ବୋଲି ବ୍ରିଟେନର କମନଓ୍ବିଲେଥ ଅଫିସରୁ ସୂଚନା ମିଳିଛି।

ଓ୍ବିଲିୟମ ଓ ତାଙ୍କ ପତ୍ନୀ ପାକିସ୍ତାନ ଗସ୍ତରେ ଯିବେ ଗତ ଜୁନ ମାସରୁ ରାଜ (ରୟାଲ ଫ୍ୟାମିଲି) ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଫସିଓ ଉପଲକ୍ଷେ ଏମାନେ ପାକିସ୍ତାନ ଗସ୍ତରେ ଯିବେ ବୋଲି କାର୍ଯ୍ୟକ୍ରମ ଥିଲା। ଦୀର୍ଘ ୧୩ ବର୍ଷ ପରେ ବିଟ୍ରେନର ରାଜ ପରିବାରରୁ ଦୁଇଜଣ ସଦସ୍ୟ ପାକିସ୍ତାନ ଗସ୍ତରେ ଯିବେ ବୋଲି କା୍ର୍ଯ୍ୟକ୍ରମ ଥିଲା। ୨୦୦୬ ମସିହାରେ ମହାରାଣୀ ଏଲିଜାବେଥ, ଓ୍ବିଲିୟମଙ୍କ ବାପା ପ୍ରିନ୍ସ ଚାର୍ଲସ୍ ଓ ତାଙ୍କ ପତ୍ନୀ କାମିଲା ପାକିସ୍ତାନ ଗସ୍ତରେ ଯାଇଥିଲେ। ଏହା ପରଠାରୁ ବ୍ରିଟେନର ରାଜ ପରିବାରରୁ ପାକିସ୍ତାନ ଗସ୍ତ କେହି ଯାଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.