କୋଭିଡ ଯୋଗୁ ପ୍ରିନ୍ସ ଫିଲିପ୍ ଅନ୍ତ୍ୟେଷ୍ଟି ଅତିଥି ସୂଚୀରେ କାଣ୍ଟଛାଣ୍ଟ , ସର୍ଭିସ୍‌ରେ କେବଳ ସାମିଲ ହେବେ ରାଜ ପରିବାରର ୩୦ ସଦସ୍ୟ

Published By : Prameya-News7 Bureau | April 17, 2021 IST

ଲଣ୍ଡନ : ବ୍ରିଟେନ୍‌ ମହାରାଣୀଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କର ଅନ୍ତ୍ୟେଷ୍ଟି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେଣ୍ଟ ଜର୍ଜ ଚାପେଲରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୮୦୦ ଜଣ ଅତିଥି ଯୋଗଦେବାର ବିଧି ରହିଛି। ତେବେ ଦେଶରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀ ଲାଗି ଅତିଥି ସୂଚୀରେ କାଣ୍ଟଛାଣ୍ଟ କରାଯାଇଛି। ରାଜପରିବାର ଓ ଅତ୍ୟନ୍ତ ନିକଟ ସମ୍ପର୍କୀୟଙ୍କ ମଧ୍ୟରୁ ୩୦ ଜଣଙ୍କ ସୂଚୀ ପ୍ରସ୍ତୁତ ହୋଇଛି। ତେବେ  ସର୍ଭିସ୍‌ରେ ସାମିଲ ଲାଗି ପ୍ରସ୍ତୁତ ସୂଚୀରେ କେଉଁମାନେ ଅଛନ୍ତି ଆସନ୍ତୁ ଜାଣିବା।

କାର୍ଯ୍ୟକ୍ରମରେ ସର୍ବସାଧାରଣଙ୍କ ଉପସ୍ଥିତି ବାରଣ କରାଯାଇଛି। ଅନ୍ତ୍ୟେଷ୍ଟି ଶୋଭାଯାତ୍ରାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମ ୱିଣ୍ଡସର କାଷ୍ଟଲ ପରିସରସ୍ଥ ପଡିଆରେ ଅନୁଷ୍ଠିତ ହେବ। ଏଣୁ ଜନସାଧାରଣଙ୍କୁ କାର୍ଯ୍ୟକ୍ରମରେ ସାମିଲ ନ ହୋଇ ଟେଲିଭିଜନରେ ସିଧାପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି।

{"id":439954,"sizeSlug":"large","linkDestination":"none"}

ରାଣୀଙ୍କ ସହ ଏମାନେ ଉପସ୍ଥିତ ରହିବେ ଅନ୍ତ୍ୟେଷ୍ଟିରେ
ପ୍ରିନ୍ସ ଫିଲିପଙ୍କ ଅନ୍ତ୍ୟେଷ୍ଟିରେ ତାଙ୍କ ପୁଅ, ଝିଅ ଓ ସେମାନଙ୍କ ପତ୍ନୀ ଓ ସ୍ୱାମୀମାନେ ରାଣୀ ଏଲିଜାବେଥଙ୍କ ସହ ଉପସ୍ଥିତ ରହିବେ। ଫିଲିପଙ୍କ ପୁତ୍ର ପ୍ରିନ୍ସ ଚାର୍ଲସ୍‌ ତାଙ୍କ ପତ୍ନୀ କାମିଲା ପାର୍କର ଯୋଗଦେବାକୁ ଥିବା ବେଳେ ଶବାଧାର ପଛରେ ପ୍ରିନ୍ସ ଚାର୍ଲସ୍‌ ଚାଲିଚାଲିଯିବେ। ଫିଲିପଙ୍କ ଏକମାତ୍ର କନ୍ୟା ପ୍ରିନ୍ସ ଆନେ ଓ ତାଙ୍କ ସ୍ୱାମୀ ସାର୍ ଟିମୋଥି ଲରେନ୍ସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି କନିଷ୍ଠ ପୁତ୍ର ପ୍ରିନ୍ସ ଏଡୱାର୍ଡ ତାଙ୍କ ପତ୍ନୀ ସୋଫି ୱେସେକ୍ସଙ୍କ ସହ ଅନ୍ତ୍ୟେଷ୍ଟିକୁ ଆମନ୍ତ୍ରିତ ହୋଇଛନ୍ତି। 

ଏମାନଙ୍କ ବ୍ୟତୀତ ପ୍ରିନ୍ସ ଫିଲିପ୍‌ଙ୍କ ନାତି, ନାତୁଣୀ ଓ ନାତୁଣୀବୋହୂମାନେ ମଧ୍ୟ କାର୍ଯ୍ୟକ୍ରମରେ ଦେଖାଯିବେ। ଏଥିରେ ଆଗାମୀ ରାଜା ଓ ରାଣୀ ପ୍ରିନ୍ସ ୱିଲିୟମ ଓ କେଟ୍‌ ମିଡିଲ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବେଳେ ଅନ୍ତ୍ୟେଷ୍ଟିରେ ଅଂଶ ଗ୍ରହଣ କରିବାକୁ ପ୍ରିନ୍ସ ହାରୀ ତାଙ୍କ ଗର୍ଭବତୀ ପତ୍ନୀ ମେଘାନଙ୍କ ସହ କାଲିଫର୍ଣ୍ଣିଆରୁ ଆସୁଛନ୍ତି। ସେହିପରି ପ୍ରିନ୍ସ ଏଣ୍ଡ୍ର୍ୟୁଙ୍କ କନ୍ୟାମାନେ ଯଥା ପ୍ରିନ୍ସେସ୍‌ ବିଏଟ୍ରିସ୍‌, ପ୍ରିନ୍ସେସ୍ ୟୁଜେନୀ ସେମାନଙ୍କ ସ୍ୱାମୀ ଏଡୋର୍ଡୋ ମାପେଲି ମୋଜୋ ଓ ଜ୍ୟାକ୍‌ ବ୍ରୁକ୍ସବ୍ୟାଙ୍କ ମଧ୍ୟ ସର୍ଭିସରେ ଉପସ୍ଥିତ ରହିବେ।

ପ୍ରିନ୍ସ ଫିଲିପ୍‌ଙ୍କ ବଡ଼ ନାତି ପିଟର ଫିଲିପ୍‌ ତାଙ୍କ ଭଉଣୀ ଜାରା ଟିଣ୍ଡର ସ୍ୱାମୀ ମାଇକ୍‌ ଟିଣ୍ଡରଙ୍କ ସହ ସଂସ୍କାରରେ ସାମିଲ ହେବେ।  ସେହିପରି ରାଣୀ ଓ ପ୍ରିନ୍ସ ଫିଲପଙ୍କ ସର୍ବ କନିଷ୍ଠ ନାତି ଲେଡିଲୁଇସ୍‌ ୱିଣ୍ଡସର, ଜେମ୍ସ, ଭିସ୍କାଉଣ୍ଟ ସେଭରନ୍ ସର୍ବ କନିଷ୍ଠ ଶୋକ ସନ୍ତପ୍ତ ଭାବେ ଯୋଗ ଦେବେ। ପ୍ରିନ୍ସ ୱିଲିୟମଙ୍କ ଦୁଇ ସନ୍ତାନ ପ୍ରିନ୍ସ ଜର୍ଜ ଓ ପ୍ରିନ୍ସେସ ଚାର୍ଲୋଟ ମଧ୍ୟ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିବେ।

{"id":439952,"sizeSlug":"large","linkDestination":"none"}

ପ୍ରିନ୍ସ ଫିଲିପ୍‌ଙ୍କ ଭଣଜା ଓ ଭାଣଜୀ ମଧ୍ୟ ରହିବେ ସଂସ୍କାରରେ
ଫ୍ରିନ୍ସ ଫିଲିପଙ୍କ ଭଉଣୀ ପ୍ରିନ୍ସେସ୍‌ ମାର୍ଗାରେଟ୍‌ଙ୍କ ପୁଅ ଓ ଝିଅ ଡେଭିଡ ଆର୍ମଷ୍ଟ୍ରଙ୍ଗ ଜୋନ୍ସ ଓ ସାରା ଚାଟୋ ମଧ୍ୟ ଯୋଗ ଦେଉଛନ୍ତି। କାର୍ଯ୍ୟକ୍ରମରେ ସାରାଙ୍କ ପତି ଡାନିୟେଲ ଚାଟୋ ମଧ୍ୟ ଉପସ୍ଥିତ ରହିବେ। ଏହା ଛଡା ଜର୍ମାନରେ ରହୁଥିବା ବଡ ଭଣଜା ମଧ୍ୟ ବ୍ରିଟେନ ଆସିଛନ୍ତି।  

ରାଣୀଙ୍କ ସମ୍ପର୍କୀୟ ମଧ୍ୟ ହୋଇଛନ୍ତି ଆମନ୍ତ୍ରିତ
ଫ୍ରିନ୍ସ ଫିଲିପ୍‌ଙ୍କ ଅନ୍ତ୍ୟେଷ୍ଟି ଲାଗି ରାଣୀ ଏଲିଜାବେଥଙ୍କ ୩ କକାପୁଅ ଭାଇ ସଂସ୍କାରରେ ଯୋଗଦେବେ। ଏହା ଛଡା ପ୍ରିନ୍ସେସ ଆଲେକଜାଣ୍ଡ୍ରା ତାଙ୍କ ଭାଇ ଡ୍ୟୁକ୍‌ ଅଫ କେଣ୍ଟ ଏଡୱାର୍ଡଙ୍କ ସହ କାର୍ଯ୍ୟକ୍ରମକୁ ଆସିଛନ୍ତି। ଏଡୱାର୍ଡଙ୍କ ପିତା ରାଣୀଙ୍କ ପିତାଙ୍କ ସାନ ଭାଇଥିଲେ। ସେହିପରି ରାଣୀଙ୍କ ସଭା ସାନ ଭାଇ ଡ୍ୟୁକ୍ ଅଫ ଗ୍ଲୁସେଷ୍ଟର ପ୍ରିନ୍ସ ରିଚାର୍ଡ ମଧ୍ୟ ଅନ୍ତ୍ୟେଷ୍ଟିରେ ଯୋଗ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.