Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

‘ଜନ୍ମଜାତ ଶାସକ’ ନଥିଲା ଶାସନର ଭୋକ ! ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ପ୍ରିନ୍ସ ଫିଲିପ୍

9/04/2021 at 9:30 PM

‘’ପ୍ରଶଂସା ଶୁଣିବା ତାଙ୍କର ଅଭ୍ୟାସ ନୁହେଁ, ହେଲେ ଏତେବର୍ଷ ଧରି ସେ ମୋର ସାମର୍ଥ୍ୟ ହୋଇ ରହିଛନ୍ତି। ମୁଁ, ମୋର ସମ୍ପୂର୍ଣ୍ଣ ପରିବାର,ଏହି ଦେଶ ଓ ବିଶ୍ୱର ଅନେକ ଦେଶ ତାଙ୍କ ନିକଟରେ ଋଣୀ, ଯାହାର ସେ ନିଜେବି କେବେ ଆକଳନ କରି ନାହାନ୍ତି ନା କେହି ଏହାକୁ ଅନ୍ଦାଜ କରିଛି।’’ ୫୦ତମ ବିବାହ ବାର୍ଷିକରେ ଏହା ଥିଲା ପ୍ରିନ୍ସ ଫିଲିପ୍‌ଙ୍କ ଉଦ୍ଦେଶ୍ୟରେ ବ୍ରିଟେନ ରାଣୀ ଏଲିଜା ବେଥ୍‌-ଦ୍ୱିତୀୟଙ୍କ ବାର୍ତ୍ତା। ତେବେ ପ୍ରିନ୍ସ ଫିଲପ୍‌ ଆଉ ନାହାନ୍ତି। ଶୁକ୍ରବାର ବକିଂହମ ପାଲେସ ତାଙ୍କ ପରଲୋକ ଘୋଷଣା କରିଛନ୍ତି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ କେବଳ ବ୍ରିଟେନ୍‌ ନୁହେଁ ବିଶ୍ୱରେ ବେଶ୍ ସମ୍ମାନୀତ ଥିଲେ ପ୍ରିନ୍ସ ଫିଲିପ୍‌। ଆସନ୍ତୁ ଜାଣିବା କିପରି  ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପ୍ରିନ୍ସ ଫିଲିପ୍‌।

ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଧନୀ ଥିଲେ ପ୍ରିନ୍ସ ଫିଲିପ୍‌। ଯଦିଓ ସେ ଜନ୍ମଜାତ ଶାସକ, ହେଲେ ସାରା ଜୀବନ ଶାସନ ସହାୟକ ଭାବେ କଟାଇଥିଲେ ବି ଏପରି ଜୀବନ ଲାଗି କେବେବି ବିତସ୍ପୃହ ନଥିଲେ ବରଂ ଶାସନରୁ ବଞ୍ଚିତ ରହି ପାଇଥିବା ସମୟକୁ ସେ ମାନବତା ଓ ମାନବ ସଭ୍ୟତାର ବିକାଶରେ ବିନିଯୋଗ କରି ସାଧାରଣ ଜୀବନ ଅତିବାହିତ କରିବାରେ ବେଶ୍ ଖୁସି ଥିଲେ। ଗ୍ରୀକରାଜ ପରିବାରରେ ସେ ଜନ୍ମ ହୋଇଥିଲେ।  ହେଲେ ବ୍ରିଟେନ ରାଜକୁମାରୀଙ୍କୁ ବିବାହ କରିବା ବେଳକୁ ତାଙ୍କୁ ପରିଚୟର ଆବଶ୍ୟକତା ପଡିଥିଲା।

 ନା ଥିଲେ ସେ ରାଜା ନା ଥିଲା ତାଙ୍କ ରାଜକୂଳର ପରିଚୟ। ଏଣୁ ସେ ଏଲିଜାବେଥ୍ ଦ୍ୱିତୀୟଙ୍କୁ ବିବାହ କରବା ଲାଗି ମାତୁଳଙ୍କ ପରିବାରର ମାଉଣ୍ଟବେଟେନ୍ ସଂଜ୍ଞା ଗ୍ରହଣ କରିବା ସହ ବ୍ରିଟେନର ନାଗରିକତା ଗ୍ରହଣ କରିଥିଲେ। ବିବାହ ଦିନ ବ୍ରିଟେନ୍‌ ରାଜା କିଙ୍ଗ ଜର୍ଜ-ଷଷ୍ଠ ତାଙ୍କୁ ଡ୍ୟୁକ୍ ଅଫ ଏଡିନବର୍ଗ, ଅର୍ଲ ଅଫ ମେରିୟୋନେଥ ଓ ବ୍ୟାରନ ଗ୍ରନୱିଚ୍ ଅଫ ଗ୍ରୀନୱିଚ୍‌ ଉପାଧିରେ ଭୂଷିତ କରିଥିଲେ।  

ପ୍ରିନ୍ସ ଫିଲିପ୍‌ଙ୍କ ଜନ୍ମ ଓ ପରବର୍ତ୍ତି ଜୀବନ
୧୦ ଜୁନ ୧୯୨୧ରେ ଗ୍ରୀକ ରାଜପରିବାରରେ ପ୍ରିନ୍ସ ଫିଲିପ୍‌ଙ୍କ ଜନ୍ମ ହୋଇଥିଲା। ତାଙ୍କ ଜେଜେ ଗ୍ରୀସ୍‌ ର ଶାସକ ଥିଲେ। ଗ୍ରିକ୍ ଓ ଡେନମାର୍କ ରାଜକୁମାର ପ୍ରିନ୍ସ ଏଣ୍ଡ୍ର୍ୟୁ ଓ ବେଟେନବର୍ଗ ରାଜକୁମାରୀ ଏଲିସ୍‌ଙ୍କ ଔରସରୁ ଫିଲିପଙ୍କ ଜନ୍ମ ହୋଇଥିଲା। ବିଧିର ବିଧାନ ଥିଲା ବିଚିତ୍ର । ଫିଲିପଙ୍କ ଜନ୍ମର ୧୮ମାସ ପରେ ପ୍ରଜା ବିଦ୍ରୋହରେ ତାଙ୍କ ପରିବାର ଦେଶରୁ ବିତାଡିତ ହୋଇଥିଲା। ସେପଟେ ଫିଲିପ୍‌ଙ୍କ ପିୟୁଷୀ ଥିଲେ ଋଷ ଜାରଙ୍କ ପତ୍ନୀ ମହାନ ଏଲ୍ଲା । ବାଲସୋଭିକମାନେ ଏକ୍ଟରାଇନବର୍ଗରେ ତାଙ୍କ ପିଇସା ଓ ପିୟୁସୀଙ୍କୁ ହତ୍ୟା କରିଥିଲେ। ଅଗତ୍ୟା ପରିବାର ସହ ଫିଲିପ ପହଞ୍ଚିଥିଲେ ଫ୍ରାନସ୍‌ରେ।

ଫିଲିପ୍‌ଙ୍କ ରାଜକୀୟ ଜୀବନର ସମାପ୍ତ ହୋଇସାରିଥିଲା।  ପିତା ଏଣ୍ଡ୍ର୍ୟୁ ମା ଓ ପରିବାରଙ୍କୁ ଛାଡି ମୋଣ୍ଟେକାର୍ଲୋ ଚାଲିଯାଇଥିଲେ। ଫିଲିପ୍‌ଙ୍କ ଶୈଶବ ଫ୍ରାନ୍ସରେ କଟି ଯାଇଥିଲା । ୭ବର୍ଷର ହେବା ବେଳକୁ ତାଙ୍କୁ ବ୍ରିଟେନରେ ରହୁଥିବା ସମ୍ପର୍କୀୟଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିବା ବେଳେ ମା ଏଲିସ୍‌ ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା। ଏଣୁ ମାଙ୍କୁ ପାଗଳଖାନା ପଠାଯାଇଥିବା ବେଳେ ଫିଲିପ୍‌ ସମ୍ପୂର୍ଣ୍ଣ ଏକାକୀ ହୋଇପଡିଥିଲେ। 

ତେବେ ଇହୁଦୀ ଶିକ୍ଷାବିଦ୍‌ କୁର୍ତ୍ତ ହାନ ତାଙ୍କ ଜୀବନରେ ବରଦାନ ହୋଇ ଆସିଥିଲେ। ଫ୍ରାନସରେ ତାଙ୍କୁ ଘରୋଇ ଶିକ୍ଷା ଦେଉଥିବା ହାନ୍‌ଙ୍କ ଗାର୍ଡନଷ୍ଟନ୍‌ ସ୍କୁଲରେ ଫିଲିପ୍‌ଙ୍କ ପାଠପଢା ହୋଇଥିଲା। ହାନଙ୍କ ବିଦ୍ୟାଳୟରେ ଫିଲିପ୍‌ଙ୍କୁ ଜଣେ ଆତ୍ମନିର୍ଭର ବ୍ୟକ୍ତିଭାବେ ଗଢିତୋଳିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫିଲିପ୍‌ ରୟାଲ ଏୟାରଫୋର୍ସରେ ଯୋଗଦେବାକୁ ଚାହିଁଥିଲେ। ହେଲେ ନୌସେନାରେ ମାତୁଳ ପରିବାରଙ୍କ ଇତିହାସ ତାଙ୍କୁ ଡର୍ଟମାଉଥ ରୟାଲ ନାଭାଲ କଲେଜରେ ସ୍ଥାନ ଦେଇଥିଲା।

ଏଲିଜାବେଥଙ୍କ ସହ ସାକ୍ଷାତ
ରୟାଲ ନାଭାଲ କଲେଜ୍‌ରେ ପ୍ରଶିକ୍ଷଣ ନେଉଥିବା ବେଳେ କିଙ୍ଗ ଜର୍ଜ-ଷଷ୍ଠ ପରିଦର୍ଶନରେ ଆସିଥଲେ। ତାଙ୍କ ସହ ୨ ରାଜକୁମାରୀ ଏଲିଜାବେଥ୍ ଓ ମାର୍ଗାରେଟ୍‌ ମଧ୍ୟଥିଲେ। ଏଠାରେ ଫିଲିପ୍‌ଙ୍କ ଉପରେ ପଡିଥିଲା ୨ ରାଜକୁମାରୀଙ୍କ ଦେଖରେଖ ଦାୟିତ୍ୱ। ଫିଲିପ୍‌ ଙ୍କ ବ୍ୟକ୍ତିତ୍ୱଏଲିଜାବେଥଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସେତେବେଳେ ଏଲିଜାବେଥଙ୍କ ବୟସ ଥିଲା ମାତ୍ର ୧୩। ତେବେ ଡର୍ଟମାଉଥ ନାଭାଲ କଲେଜରୁ ଫେରିବା ପରେ ମଧ୍ୟ ଫିଲିପ୍‌ଙ୍କ ସହ ଚିଠିପତ୍ରରେ ଏଲିଜାବେଥଙ୍କ ସମ୍ପର୍କଥିଲା। ଯାହା ପରବର୍ତ୍ତି ସମୟରେ ପ୍ରେମରେ ପରିଣତ ହୋଇଥିବା ବେଳେ ଫିଲିପ୍‌ ବିବାହ ଲାଗି ପ୍ରସ୍ତାବ ପକାଇଥିଲେ।

ସେତେବେଳକୁ ନୌସେନାରେ ଫିଲିପ୍‌ ନିଜକୁ ଜଣେ ଶ୍ରେଷ୍ଠ କ୍ୟାଡେଟ୍‌ ସାବ୍ୟସ୍ତ କରିପାରିଥିଲେ। ଭୂମଧ୍ୟ ସାଗରରେ ମୁତୟନ ସ୍କ୍ୱାଡ୍ରନରେ କାର୍ଯ୍ୟ କରୁଥିବା ବେଳେ  କର୍ତ୍ତବ୍ୟ ଓ ନିଷ୍ଠା ବଳରେ ନୌସେନାରେ ସର୍ବକନିଷ୍ଠ ଲେଫ୍ଟନାଣ୍ଟ ହୋଇପାରିଥିଲେ ଫିଲିପ୍‌। ୧୯୪୨ରେ ରୟାଲ ନେଭିରେ ସେ ଏଚଏମଏସ୍ ୱାଲେସ୍‌ରେ ନିଯୁକ୍ତ ଥିବା ବେଳେ ଏଲିଜାବେଥ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ୧୯୪୬ ମସିହାରେ ତାଙ୍କ ପ୍ରସ୍ତାବ କିଙ୍ଗ ଜର୍ଜ-ଷଷ୍ଠଙ୍କ ପାଖରେ ପହଞ୍ଚିଥିବା ବେଳେ ଫିଲିପ୍‌ଙ୍କ ନାଗରିକତା ଓ ପରିବାର ପରିଚୟ ଖୋଜାପଡିଥିଲା।

ତେବେ ଏଲିଜାବେଥ୍‌ଙ୍କ ସହ ତାଙ୍କର ବିବାହ କରାଇଦେଇଥିଲେ କିଙ୍ଗ ଜର୍ଜ୍ଜ-ଷଷ୍ଠ। ୨୦ ନଭେମ୍ବର ୧୯୪୭ରେ ୱେଷ୍ଟମିନେଷ୍ଟର ଏବେରେ ଏଲିଜାବେଥ ଓ ଫିଲିପ୍‌ଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ତତ୍କାଳୀନ ବ୍ରିଟେନ ପ୍ରଧାନମନ୍ତ୍ରୀ ଏକ ଟିପ୍ପଣୀ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ରଙ୍ଗ ହରାଇଥିବା ବ୍ରିଟେନ ରାଜପରିବାର ରେ ଏହି ବିବାହ ଯେପରି ରଙ୍ଗର ବର୍ଷା କରିଛି ବୋଲି ସେ କହିଥିଲେ।

ଯେତେବେଳେ ଏଲିଜାବେଥଙ୍କ ଉପରେ ନ୍ୟସ୍ତ ହେଲାଦେଶର ଶାସନ
ଫିଲିପ୍‌ ଓ ଏଲିଜାବେଥ କେନ୍ୟାରେ ଅବସ୍ଥାନ କରୁଥିବା ବେଳେ ଫେବୃଆରୀ ୧୯୫୨ରେ ଅଚାନକ ବ୍ରିଟେନ ରାଜା କିଙ୍ଗଜର୍ଜ୍-ଷଷ୍ଠଙ୍କ ପରଲୋକ ହୋଇଥିଲା। ଏହା ଏପରି ଏକ କ୍ଷଣ ଥିଲା ଯେତେବେଳେ ଏଲିଜାବେଥ୍‌ଙ୍କୁ ସେ ରାଣୀ ହେଉଥିବାର ସୂଚନା ଦେବା ସହ ନିଜ ଲାଗି ନୂଆ ଭୂମିକା ସନ୍ଧାନ କରିବା ଫିଲିପ୍‌ଙ୍କ ଲାଗି ବଡ଼ ଆହ୍ୱାନ ଥିଲା। ହେଲେ ସେ ବେଶ୍‌ ସାଧାରଣ ଭାବେ ପରିସ୍ଥିତିର ପରିଚାଳନା କରିଥିଲେ ଓ ଏଲିଜାବେଥ୍‌ଙ୍କ ହାତ ଧରି ରାଣୀ ଭାବେ ବ୍ରିଟେନ ରାଜସିଂହାସନରେ ବସାଇ ପାଖ ଆଶନରେ ନିଜେ ବସିଥିଲେ। ସେ ବ୍ରିଟେନର ରାଜା ହୋଇପାରିଲେନି ଏଥି ଲାଗି ଯେତିକି ଦୁଃଖିତ ନଥିଲେ ନୌସେନାରେ ତାଙ୍କର ସମାପ୍ତ ହୋଇଥିବା କ୍ୟାରିୟରକୁ ନେଇ ଅଧିକ ବ୍ୟଥିତ ଥିଲେ।

ରାଣୀ ଏଲିଜାବେଥଙ୍କ ରାଜ୍ୟାଭିଷେକରେ ତାଙ୍କ ପରିବାର ପକ୍ଷରୁ  ପୂର୍ବରୁ ପ୍ରସ୍ତୁତ ଏକ ରାଜପତ୍ର ଜାରି ହୋଇଥିଲା। ଯେଉଁଥିରେ ବ୍ରିଟେନ ରାଜ ଶାସନରେ ଏଲିଜାବେଥଙ୍କ ପରେ ପ୍ରିନ୍ସ ଫିଲିପ୍‌ଙ୍କୁ ଦ୍ୱିତୀୟ ଶୀର୍ଷ ବ୍ୟକ୍ତି ଭାବେ ଅଧିଷ୍ଠିତ କରିଥିଲା। ହେଲେ ତାଙ୍କୁ କୌଣସି ପଦ ଓ ସାମ୍ବିଧାନିକ ଅଧିକାର ଦିଆଯାଇନଥିଲା। ସେତେବେଳେ ପ୍ରଚଳିତ ରାଜଶାସନର ଆଧୁନିକରଣ ଲାଗ ପ୍ରିନ୍ସ ଫିଲିପ୍‌ଙ୍କ ଉଚ୍ଚ ଦର୍ଶନ ଥିଲା। ହେଲେ ଏଲିଜାବେଥଙ୍କ ରାଜପରିବାରର ପୁରୁଣା ବିଶ୍ୱସ୍ଥଙ୍କ ବ୍ୟବହାର ତାଙ୍କ ଇଛାକୁ ଦୁର୍ବଳ କରିବା ସହ ସେ ନିଜକୁ ବାହାର ଦୁନିଆରେ ବ୍ୟସ୍ତ ରଖିବାକୁ ପସନ୍ଦ କରିଥିଲେ।

ସ୍ଥାପନା କରିଥିଲେ ଡ୍ୟୁକ୍ ଅଫ ଆୱାର୍ଡ ସ୍କିମ୍
୧୮ମାସର ହୋଇଥିବା ବେଳେ ରାଜଗାଦିରୁ ବେଦଖଲ ହୋଇ ପିତା ଓ ପରିବାର ଦେଶ ଛାଡିଥିଲେ। ମାଙ୍କ ମାନସିକ ରୋଗରେ ଏକାକୀ ହୋଇପଡିଥିବା ଫିଲିପ୍ ହେତୁ ପାଇବା ପରଠାରୁ ନିଜକୁ ନିଜେ କିପରି ବଞ୍ଚି ହୁଏ ତାହା ଶିଖିଯାଇଥିଲେ। ଦୀର୍ଘ ଏକାକୀ ଜୀବନ ବିତାଇଥିବା ଫିଲିପ୍‌ ସାରା ଜୀବନରେ ଏତିକି ବୁଝି ପାରିଥିଲେ ତାଙ୍କ ସହ ଜୀବନରେ ଯାହା ହୋଇଛି ତାହା ଅନ୍ୟମାନଙ୍କ ଜୀବନରେ ବି ହେବା ଆବଶ୍ୟକ ନୁହେଁ। ଏଣୁ ଯୁବବର୍ଗଙ୍କ ସମ୍ବର୍ଦ୍ଧନ ଲାଗି ସେ ୧୯୫୬ରେ ଡ୍ୟୁକ୍ ଅଫ ଏଡିନବର୍ଗ ଆୱାର୍ଡ ସ୍କିମର ଘୋଷଣା କରିଥିଲେ। ଯାହା ପରବର୍ତ୍ତି କାଳରେ ଲକ୍ଷଲକ୍ଷ ଯୁବକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଥିଲା। ସେ ସାରା ଜୀବନ ଏହି ପୁରସ୍କାର ଲାଗି କାମ କରିବାରେ କଟାଇ ଦେଇଥିଲେ।

ୱାର୍ଲଡ ୱାଇଲ୍ଡଲାଇଫ ଫଣ୍ଡର ଥିଲେ ସମର୍ଥକ
ଥରେ ଭାରତ ଗସ୍ତରେ ଆସିଥିବା ବେଳେ ସେ ଏକ ଚିତାବାଘର ଶିକାର କରିଥିଲେ। ୧୯୬୧ ମସିହାର ଏହି ଘଟଣାରେ ପ୍ରିନ୍ସ ଫିଲିପ୍‌ଙ୍କୁ ସାରା ବିଶ୍ୱରେ ସମାଲୋଚନା କରାଯାଇଥିଲା। ଏହି ଘଟଣା ସତ୍ତ୍ୱେ ସେ ଲଗାତାର ୱାର୍ଲଡ ୱାଇଲ୍ଡଲାଇଫ ଫଣ୍ଡକୁ ସମର୍ଥନ କରିବା ସହ ସେ ଏହାର ପ୍ରଥମ ଅଧ୍ୟକ୍ଷ ମଧ୍ୟ ଅବସ୍ଥାପିତ ହୋଇଥିଲେ। ଭାରତରେ ବାଘ ଶିକାରକୁ ନେଇ ସାରା ବିଶ୍ୱରେ ତାଙ୍କର ସମାଲୋଚନା ବନ୍ୟପ୍ରାଣୀଙ୍କ ଲାଗି ତାଙ୍କ ବିଚାର ବଦଳାଇ ଦେଇଥିଲା। ଏକଦା ସେ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସିକୁ ଏକ ସାକ୍ଷାତକାରରେ କହିଥିଲେ ଯେ ‘ଯଦି ମଣିଷର ଏତେ ଶକ୍ତି ଅଛି ସେ କାହାର ଜୀବନ ଓ ମୃତ୍ୟୁ ନିଶ୍ଚିତ କରିପାରୁଛି, ତେବେ ଏହି ଶକ୍ତିର ନୈତିକ ଉପଯୋଗ ହେଉ କାରଣ କାହାର ଜୀବନକୁ ଆମେ ବିପଦରେ ପକାଇପାରିବାନି’। ଏମିତି ବ୍ୟକ୍ତିତ୍ୱର ଧନୀଥିଲେ ପ୍ରିନ୍ସ ଫିଲିପ୍‌।

   Related Posts