Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କରୋନାରୁ ଭଲ ହେଲେ, ଡେଙ୍ଗୁରେ ପଡ଼ିଲେ: ଭାବପ୍ରବଣତାର ଫଟୋ ସେୟାର କଲେ ସେଲିବ୍ରିଟି ଦମ୍ପତି

20/10/2020 at 8:10 PM

ନୂଆଦିଲ୍ଲୀ ୨୦/୧୦: ରୋଡିଜ୍‌ ଷ୍ଟାର ପ୍ରିନ୍ସ ନରୁଲା ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଯୁବିକା ଚୌଧୁରୀ ଏବେ ଚଣ୍ଡିଗଡ଼ରେ ରହୁଛନ୍ତି। ସେଲିବ୍ରିଟି ଦମ୍ପତିଙ୍କୁ କିଛି ଦିନ ପୂର୍ବରୁ ଡେଙ୍ଗୁ ହୋଇଥିଲା। ତାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟରେ ବିଗ୍‌ବସ୍‌-୯ ବିଜେତା ପ୍ରିନ୍ସ ଫଟୋ ସେୟାର କରିଥିଲେ। ଯେଉଁଥିରେ ଯୁବିକାଙ୍କୁ ଆଲିଙ୍ଗନ କରିଥିଲେ ପ୍ରିନ୍ସ। ଏହାସହ ଡେଙ୍ଗୁ ପୂର୍ବରୁ ସେମାନଙ୍କୁ କରୋନା ହୋଇଥିଲା ବୋଲି ଲେଖିଥିଲେ।

କରୋନା ଯୋଗୁ ଇମ୍ୟୁନିଟି କମିଥିବା ପରେ ସେମାନଙ୍କୁ ଡେଙ୍ଗୁ ହୋଇଥିବା ନେଇ ଅଭିନେତ୍ରୀ ଯୁବିକା ଚୌଧୁରୀ କହିଛନ୍ତି। ଇମ୍ୟୁନିଟି କମିବା କାରଣରୁ ଉଭୟଙ୍କୁ ପୁଣିଥରେ ଡେଙ୍ଗୁର ଶିକାର ହେବାକୁ ପଡ଼ିଲା। ଭଗବାନ କରନ୍ତୁ ଏଭଳି ଅନ୍ୟ କହା ସହ ନହେଉ ବୋଲି କହିଛନ୍ତି ଯୁବିକା।

ଅନ୍ୟପଟେ ପ୍ରିନ୍ସ ନରୁଲା କିନ୍ତୁ କୋଭିଡ ହୋଇଥିବା ନେଇ କହିବାକୁ ଇଚ୍ଛା ପ୍ରକାଶ କରୁ ନଥିଲେ। କାରଣ ସେଲିବ୍ରିଟିମାନଙ୍କୁ ଲୋକେ ଫଲୋ କରନ୍ତି। ସେଲିବ୍ରିଟି ଯାହା କରନ୍ତି ଫଲୋଅର୍ସ ସେମିତି କରିବାକୁ ଭଲ ପାଆନ୍ତି। କମ୍‌ ଲକ୍ଷଣ ଥିବାରୁ ଆମେ ୨୧ ଦିନ ଆଇସୋଲେସନ୍‌ରେ ରହିଥିଲୁ। କିନ୍ତୁ  ପୁଣିଥରେ କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପୂର୍ବରୁ ଡେଙ୍ଗୁ ହୋଇଥିଲା । ତେଣୁ ସମସ୍ତଙ୍କ ଶରୀର ଏକା ପ୍ରକାର ନଥାଏ। ସେଲିବ୍ରିଟିଙ୍କ ଦେହ ଖରାପ ଶୁଣିଲେ ଫଲୋଅର୍ସ ଅଯଥାରେ ଚିନ୍ତାରେ ପଡ଼ୁଥିବାରୁ ସେ କରୋନା ପଜିଟିଭ୍‌ ଥିବା କହିବାକୁ ଚାହିଁନଥିଲେ ବୋଲି ପ୍ରିନ୍ସ କହିଛନ୍ତି।

   Related Posts