ଦ୍ୱିତୀୟ ଥର ବାପା ହେଲେ ପ୍ରିନ୍ସ ହ୍ୟାରି, କନ୍ୟା ସନ୍ତାନକୁ ଜନ୍ମଦେଲେ ମେଘନ ମର୍କେଲ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୭/୬ : ଦ୍ୱିତୀୟ ଥର ବାପା ମାଆ ହେଲେ ପ୍ରିନ୍ସ ହ୍ୟାରି ଏବଂ ମେଗନ୍ ମର୍କଲେ । କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମେଘନ ମର୍କେଲ । ବ୍ରିଟେନର ଡ୍ୟୁକ୍ ପ୍ରିନ୍ସ ହ୍ୟାରି ତାଙ୍କ ଝିଅ ରାଣୀ ଏଲିଜାବେଥ ଏବଂ ତାଙ୍କ ମାଆ ରାଜକୁମାରୀ ଡାଏନାଙ୍କ ନାମକୁ ମିଶାଇ ଲିଲିବେଟ ଡାଏନା ନାମରେ ନାମିତ କରିଛନ୍ତି । ବର୍ତ୍ତମାନ ମାଆ ଓ ଝିଅ ଉଭୟ ସୁସ୍ଥ ଅଛନ୍ତି । ସେ ଆମେରିକାରେ ତାଙ୍କ ଝିଅକୁ ଜନ୍ମ ଦେଇଛନ୍ତି ।

ପ୍ରିନ୍ସ ହ୍ୟାରି ଏବଂ ମେଗନଙ୍କ ମୁଖପାତ୍ର କହିଛନ୍ତି ଯେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନ ଲିଲିବେଟ୍ 'ଲିଲି' ଡାଏନା ମାଉଣ୍ଟବ୍ୟାଟେନ୍-ୱିଣ୍ଡସରକୁ ସ୍ୱାଗତ କରୁଛୁ । ଶିଶୁର ଓଜନ ସାତ ପାଉଣ୍ଡ ୧୧ ଓଜ ଅର୍ଥାତ୍ ପ୍ରାୟ ୩.୪୯ କିଲୋଗ୍ରାମ । ଶିଶୁ କନ୍ୟାଙ୍କର ପ୍ରଥମ ନାମ 'ଲିଲିବେଟ୍' ରାଣୀ ଏଲିଜାବେଥଙ୍କ ପାଇଁ ଏକ ପ୍ରିୟ ନାମ ଅଟେ । ଅନ୍ୟ ନାମ ତାଙ୍କ ଜେଜେମା ଏବଂ ହ୍ୟାରିଙ୍କ ମାତାଙ୍କ ସମ୍ମାନାର୍ଥେ ଦିଆଯାଇଛି ।

ବ୍ରିଟେନର ସିଂହାସନର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏହି ଝିଅ ଅଷ୍ଟମ ସ୍ଥାନରେ ରହିବେ । ଶିଶୁର ଜନ୍ମ ଖବର ସହିତ ଏପର୍ଯ୍ୟନ୍ତ ତାଙ୍କର କୌଣସି ଚିତ୍ର ପ୍ରକାଶ ପାଇନାହିଁ । ଶିଶୁ କନ୍ୟା ଏକ ସମୟରେ ଜନ୍ମ ହୋଇଥିଲା ଯେତେବେଳେ ରାଜ ପରିବାର ଏବଂ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢିଛି । ମାର୍ଚ୍ଚରେ ଅପ୍ରା ୱିନଫ୍ରେଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ହ୍ୟାରି ଏବଂ ମେଘନ୍ ଏହିପରି ଅନେକ ଜିନିଷ ପ୍ରକାଶ କରିଥିଲେ, ଯାହା ରାଜ ପରିବାରର ଅନେକ ସମାଲୋଚନାର କାରଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.