Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ମୋତେ ବାହା ହେବେ କହି ଠକିଦେଲେ ବ୍ରିଟିଶ ରାଜକୁମାର’, ପ୍ରିନ୍ସ ହ୍ୟାରୀଙ୍କ ବିରୋଧରେ ହାଇକୋର୍ଟରେ କେସ୍ କଲେ ପଞ୍ଜାବୀ ଯୁବତୀ, କୋର୍ଟ କହିଲେ…

13/04/2021 at 3:39 PM

ଚଣ୍ଡିଗଡ,୧୩/୦୪:   ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଏକ ଅଜବ ଆବେଦନ ଦାଖଲ ହୋଇଥିଲା । ଯେଉଁଥିରେ ଆବେଦନକାରୀ ବ୍ରିଟେନର ସାହି ପରିବାରର ପ୍ରିନ୍ସ ହ୍ୟାରୀଙ୍କ ବିରୋଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଆବେଦନକାରୀଙ୍କ କହିବାନୁସାରେ, ପ୍ରିନ୍ସ ହ୍ୟାରୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବିବାହ କରିନଥିଲେ । ଏହାସହ ସେ ବ୍ରିଟିଶ ଯୁବରାଜଙ୍କ ବିରୋଧରେ ଗିରଫଦାରୀ ଓ୍ୱାରେଣ୍ଟ ଜାରି କରିବାକୁ ଦାବି କରିଥିଲେ ।

ଏହି ମାମଲାର ଶୁଣାଣି କରି ପଞ୍ଜାବ-ହରିୟାଣା ହାଇକୋର୍ଟ କହିଥିଲେ ଯେ, ଆବେଦନକାରୀ ଆଖି ଖୋଲି ସ୍ୱପ୍ନ ଦେଖୁଛନ୍ତି । ଆବେଦନକାରୀ ଜଣେ ଓକିଲ । ଯାହା ଚକିତ କରୁଛି । ସେ ନିଜେ ନିଜର କେସ ଲଢିବାକୁ କୋର୍ଟରେ ପହଁଚିଥିଲେ । କୋର୍ଟ ସ୍ୱତନ୍ତ୍ର ଆବେଦନ ଉପରେ ପ୍ରତ୍ୟକ୍ଷ ଶୁଣାଣି ପାଇଁ ମଞ୍ଜୁରି ଦେଇଥିଲେ ।

ଆବେଦନକାରୀ ନିଜ ଆବେଦନରେ ଡ୍ୟୁକ୍ ଅଫ୍ ସସେକ୍ସ ପ୍ରିନ୍ସ ହ୍ୟାରୀଙ୍କ ବିରୋଧରେ ଗିରଫଦାରୀ ପାଇଁ ଓ୍ୱାରେଣ୍ଟ ଜାରି କରିବାକୁ ଦାବି କରିଥିଲେ । ଫଳରେ ବିବାହରେ ବିଳମ୍ବ ହେବ ନାହିଁ । ଲାଇଭ୍ ଲ୍ ଅନୁସାରେ, ଆବେଦନକାରୀ କୋର୍ଟରେ କିଛି ଇ-ମେଲ୍ ଦେକାଇଥିଲେ । ଯାହା ପ୍ରିନ୍ସ ହ୍ୟାରୀ ତାଙ୍କୁ ପଠାଇଥିବା ଓ ବିବାହର ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ ।

ଯେତେବେଳେ କୋର୍ଟ ଆବେଦନକାରୀଙ୍କୁ କେବେ ଇଂଲଣ୍ଡ ଯିବା କଥା ପଚାରିଥିଲେ ସେତେବେଳେ କୌଣସି ଉତ୍ତର ମିଳିନଥିଲା । କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରିନ୍ସ ହ୍ୟାରୀଙ୍କ ସହ କଥା ହୋଇଥିବା କହିଥିଲେ ।

ଆବେଦନ ଖାରଜ କରି ଜଷ୍ଟିସ୍ ଅରବିନ୍ଦ ସିଂ ସାଙ୍ଗଓ୍ୱାନ କହିଥିଲେ ଯେ, ଫେସବୁକ, ଟ୍ୱିଟର ଭଳି ସୋସିଆଲ ମିଡିଆ ସାଇଟରେ ଅନେକ ଫେକ୍ ଆକାଉଣ୍ଟ ରହିଛି । ଏହି କଥା କାହାକୁ ଅଛପା ନାହିଁ । ହୁଏ  ତ ପ୍ରିନ୍ସ ହ୍ୟାରୀ ପଞ୍ଜାବର କୌଣସି ଗାଁରେ ବସି କିଛି ବିଚାର କରୁଥାଇ ପାରେ ବୋଲି ସେ କହିଥିଲେ ।

   Related Posts