Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ସାଧାରଣ ଜୀବନଯାପନ ଲାଗି ରାଜକୀୟ ଜୀବନ ଶୈଳୀକୁ good bye କହିଲେ ପ୍ରିନ୍ସ ହ୍ୟାରୀ ଓ ମେଗନ୍

10/01/2020 at 9:33 PM

ଲଣ୍ଡନ ୧୦।୧:  ଲୋକେ ରାଜକୀୟ ଜୀବନ ଶୈଳୀ ଲାଗି ଦିନରାତି ଏକ କରିଦେଇଥିବା ବେଳେ ଘଟିଛି ଅଭାବନୀୟ ଘଟଣା। ବ୍ରିଟେନ ରାଜ ପରିବାରର ସଦସ୍ୟ ତଥା ମହାରାଣୀ ଏଲିଜାବେଥଙ୍କ ନାତି ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଗନ ମାର୍କେଲ ରାଜପରିବାର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଡ୍ୟୁକ୍ ଏଣ୍ଡ ଡଚେସ୍ ଅଫ ସସେକ୍ସ ଗତ ବୁଧବାର ଏକ ବୟାନ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବ୍ରିଟିଶ ରାଜ ପରିବାରରେ ଝଡ ସୃଷ୍ଟି ହୋଇଛି।

ସେମାନେ ସାଧାରଣ ଜୀବନ ବଞ୍ଚିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ଏହି ନିଷ୍ପତ୍ତି ପରେ ହ୍ୟାରି ଓ ମେଗନ ଆଉ ବ୍ରିଟିଶ ରାଜ ପରିବାରର ବରିଷ୍ଠତମ ସଦସ୍ୟ ମାନ୍ୟ ହେବେ ନାହିଁ। ଗତ ୧୯ ମେ ୨୦୧୮ରେ ପ୍ରିନ୍ସ ହ୍ୟାରି ମେଗନଙ୍କୁ ରାଜକୀୟ ରିତିରିବାଜରେ ବିବାହ କରିଥିଲେ। ସେମାନଙ୍କର ଏକ ୮ ମାସର ପୁଅ ଆର୍ଚି ବି ଅଛି। ଗତ ବଡଦିନ ଓ ନୂଆବର୍ଷ ପାଳନ ଲାଗି ରାଜପରିବାରର ଏହି ସଦସ୍ୟମାନେ ଉତ୍ତର ଆମେରିକା ଯାଇଥିବା ବେଳେ ଏବେ ସେଠାରେ ଅବସ୍ଥାନ କରିବାକୁ ଏବେ ବିଚାର କରୁଛନ୍ତି।

ତେବେ ପ୍ରିନ୍ସ ହ୍ୟାରି ମେଗନଙ୍କ ଏହି ନିଷ୍ପତ୍ତି ପରେ ବ୍ରିଟିଶ ରାଜପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାମଲାରେ ଡ୍ୟୁକ୍ ଏଣ୍ଡ ଡଚେସ୍‌ଙ୍କ ସହ ଆଲୋଚନା କରାଯାଉଥିବା ବକିଂହମ ପାଲେସ୍ ପକ୍ଷରୁ କୁହାଯାଇଛି। ସେମାନେ ଅନେକ କିଛି ନୂଆ କରିବାକୁ ଚାହୁଁଥିବା ରାଜପରିବାର ପକ୍ଷରୁ କୁହାଯାଇଛି। ତେବେ ଏହା ପାରିବାରିକ ମାମଲା ହୋଇଥିବାରୁ ପ୍ରସଙ୍ଗ ଦୀର୍ଘ ସମୟ ଧରି ଚାଲିପାରେ ବୋଲି କୁହାଯାଇଛି।   

ସେପଟେ ମେଗନ ମାର୍କେଲ ଶୁକ୍ରବାର କାନାଡା ଫେରିଥିବା ଜଣାପଡିଛି। ସେଠାରେ ସେ ତାଙ୍କର ୮ ମାସର ପୁଅ ଆର୍ଚିକୁ ତାଙ୍କର ବାନ୍ଧବୀ ଜେସିକା ମୁଲରୋନୀଙ୍କ ଦେଖରେଖରେ ଛାଡିଯାଇଥିଲେ। ତେବେ ରାଜପରିବାର ଛାଡୁଥିବା ନେଇ ଆଲୋଚନା ଲାଗି ପ୍ରିନ୍ସ ହ୍ୟାରି ଏବେବି ବ୍ରିଟେନରେ ଥିବା ଜଣାପଡିଛି। ପ୍ରିନ୍ସ ହ୍ୟାରି ରଗବି ଲିଗ୍ ୨୦୨୧ ଲାଗି ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନରେ ଅବସ୍ଥାନ କରିବେ ବୋଲି ଜଣାପଡିଛି। ତେବେ ମେଗାନଙ୍କର ଏହା ଏକ ପରିଦର୍ଶନ ବୋଲି କୁହାଯାଉଛି । ପୁଅକୁ ସାଥିରେ ନେବା ଲାଗି ସେ ଭାଙ୍କୋଭର ଆସିଛନ୍ତି।  

ହ୍ୟାରି ଓ ମେଗନଙ୍କ ନିଷ୍ପତ୍ତି କ୍ୱିନ୍ ଏଲିଜାବେଥ ଦ୍ୱିତୀୟଙ୍କୁ ବ୍ୟଥିତ କରିଛି। ଆଗକୁ କେଟ୍ ମିଡିଲଟନଙ୍କ ୩୮ ତମ ଜନ୍ମଦିନ । ତେବେ ରାଜପରିବାର ବିଷାଦଗ୍ରସ୍ତ ହୋଇପଡିଥିବାରୁ ତାଙ୍କ ଜନ୍ନଦିନ ଉତ୍ସବ ଏବେବି ସନ୍ଦେହରେ ରହିଛି।  ହେଲେ ହ୍ୟାରି ଓ ମେଗନ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ ଲାଗି ନୂଆ ଜୀବନଶୈଳୀ ଗ୍ରହଣ କରିବାକୁ ଯାଉଥିବା କହିଛନ୍ତି। ଏହା ଦ୍ୱାରା ସେମାନଙ୍କ ପୁଅର ସେମାନେ ଉପଯୁକ୍ତ ଲାଳନପାଳନ ମଧ୍ୟ କରିପାରିବେ ବୋଲି ଆଶାପୋଷଣ କରୁଛନ୍ତି।

   Related Posts