Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପ୍ରିନ୍ସ ଚାର୍ଲସ୍‌ଙ୍କୁ କରୋନା ଡର, ହାତ ମିଳାଇଲେ ନାହିଁ, କଲେ ଭାରତୀୟଙ୍କ ଭଳି ନମସ୍ତେ

12/03/2020 at 5:54 PM

ଲଣ୍ଡନ ୧୩।୦୨ :  କରୋନା ସଂକ୍ରମଣ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି।  ବର୍ତ୍ତମାନ ସୁଦ୍ଧା କରୋନାରେ ୪୨ଶହରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୧ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସାରାବିଶ୍ବରେ ୧୦୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି କରୋନା । ଚୀନ୍‌ ପରେ ଏବେ ଇଟାଲୀ ଓ ଇରାନ ବେଶି ପ୍ରଭାବିତ ହୋଇଛି । ବିଭିନ୍ନ ଦେଶ ନିଜ ଦେଶରେ ଲୋକଙ୍କ ପ୍ରବେଶ ଉପରେ ସାମୟିକ ଭାବେ ରୋକ ଲଗାଇଛନ୍ତି । ତେବେ କରୋନାରୁ ସଂକ୍ରମଣରୁ କିପରି ନିଜକୁ ରକ୍ଷା କରିବେ , ସାରା ସାରା ଦେଶ ପାଇଇ ଚିନ୍ତାର ବିଷୟ । ତେବେ ଏହି ସମୟରେ ହାତ ମିଳାଇବା ବଦଳରେ ‘ନମସ୍ତେ’ କରିବା ସଂକ୍ରମଣର ରୋକିବାରେ ଏକମାତ୍ର ଉପାୟ ବୋଲି ଚିନ୍ତା କରୁଛନ୍ତି । ଲଣ୍ଡନର ରାଜ ପରିବାରର ସଦସ୍ୟ ମଧ୍ୟ ନମସ୍ତେ କରିବାର ଭିଡିଓ ଖୁବ୍ ଭାଇରାଲ ହେବାର ଲାଗିଛି ।

ମଙ୍ଗଳବାର ଲଣ୍ଡନ ପାଲାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରିନ୍ସ ଚାର୍ଲସ୍‌ଙ୍କୁ ନମସ୍କାର କରି ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ପ୍ରିନ୍ସ ଚାର୍ଲସ ମଧ୍ୟ ସମସ୍ତଙ୍କୁ ନମସ୍କାର କରି ଅଭିଭାଦନ ଜଣାଉଥିବାର ଦେଖିବାକୁ ମିଳିଛି । ନମସ୍କାର କରିବାର  ଏହି ଭିଡିଓଟି ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଆଇଏଫଏସ୍‌ ଅଧିକୀର ପରଭେନ୍‌ କାସଓ୍ବାନ ଏହି ଭିଡିଓ କ୍ଲିପକୁ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ‘ନମସ୍ତେ’ ବୋଲି ଲେଖିଛନ୍ତି ।

୧୨ ସେକେଣ୍ଡର ଭିଡିଓରେ ପ୍ରିନ୍ସ ଚାର୍ଲ୍ସ ତାଙ୍କ କାରରେ ଲଣ୍ଡନ ପାଲାଡିୟମରେ ପହଞ୍ଚିଥିବାର ଦେଖାଯାଇଛି | ତାଙ୍କ କାରରୁ ଓହ୍ଲାଇବା ପରେ ସେ ତାଙ୍କ ହାତ ପ୍ରଦାନ କରନ୍ତି ଏବଂ ହଠାତ୍ ସତର୍କତା ଅବଲମ୍ବନ କରନ୍ତି ଏବଂ ନମସ୍ତେ କହିବା ସହିତ ଅଭିବାଦନ କରନ୍ତି |

   Related Posts