Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ତାଜ୍ ହୋଟେଲରେ ୭୧ତମ ଜନ୍ମଦିନ ପାଳିଲେ ପ୍ରିନ୍ସ ଚାର୍ଲସ୍

14/11/2019 at 9:54 PM

ମୁମ୍ବାଇ :  ନଭେମ୍ବର ୧୪ କେବଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ନୁହଁନ୍ତି ଦେଶର ପୂର୍ବ ଇଂରେଜ ଶାସକଙ୍କ ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲସଙ୍କ ଜନ୍ମଦିନ ମଧ୍ୟ। ୩ ଦିବସୀୟ ଭାରତ ଗସ୍ତରେ ଆସିଥିବା ପ୍ରିନ୍ସ ଚାର୍ଲସ ଗୁରୁବାର ମୁମ୍ବାଇରେ ତାଙ୍କର ୭୧ତମ ଜନ୍ମଦିନ ପାଳନ କରିଛନ୍ତି। ତାଜ ହୋଟେଲରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଚାର୍ଲସ ସ୍କୁଲ ପିଲାଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳନ କରିଥିବା ବେଳେ ପିଲାମାନେ ତାଳି ବଜାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ତେବେ ଜନ୍ମଦିନ ପାଳନ ପୂର୍ବରୁ ଚାର୍ଲସ୍ ହୋଟେଲରେ ବ୍ୟବସାୟୀଙ୍କ ସହ ସ୍ଥାୟୀ ବଜାର ଶିର୍ଷକ ଏକ ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ । ପ୍ରିନ୍ସ ଚାର୍ଲସଙ୍କର ଏହା ୧୦ମ ଅଧିକାରୀ ଭାରତ ଗସ୍ତ କାର୍ଯ୍ୟକ୍ରମ। ଏହା ପୂର୍ବରୁ ୨୦୧୭ ମସିହାରେ ପତ୍ନୀ କ୍ୟାମିଲାଙ୍କ ସହ ଭାରତ ଗସ୍ତରେ ଆସିଥିଲେ।

ମୁମ୍ବାଇ ଗସ୍ତ ପୂର୍ବରୁ ଚାର୍ଲସ ବୁଧବାର ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପରେ ବଂଗଲାସାହିବ ଗୁରୁଦ୍ୱାର ଯାଇ ସେଠାରେ ମଥାନତ କରିବା ସହ ଶ୍ରଦ୍ଧାଳୁଙ୍କ ଲାଗି ରୁଟି ସେକିଥିଲେ।  ଏହି ଅବସରରେ ସେ ପାଣିପାଗ ବିଭାଗ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନରେ ଯାଇଥିଲେ।

   Related Posts