Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀଙ୍କ କରୋନା ପ୍ରତିରୋଧକ ଟିପ୍ସ: ଖାଦ୍ୟପେୟ ସହ ଯୋଗ ଏବଂ ସନ୍ତୁଳିତ ଜୀବନ ଶୈଳୀକୁ ଗୁରୁତ୍ବ

2/04/2020 at 8:35 PM

ନୂଆଦିଲ୍ଲୀ୨/୪: କରୋନା ପାଇଁ ଖାଦ୍ୟପେୟର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଲେ କରୋନା ଭୁତାଣୁ ସହ ଅନ୍ୟ ଭୁତାଣୁ ବି ସହଜରେ ଶରୀରେ କୌଣସି ରୋଗ ସୃଷ୍ଟି କରିପାରନ୍ତି ନାହିଁ । ଏଥିପାଇଁ ସନ୍ତୁଳିତ ଜୀବନଶୈଳୀ , ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ , ବ୍ୟାୟମ ,ଯୋଗ,ପ୍ରାଣାୟମର ଆବଶ୍ୟକତା ରହିଛି।

କୋଭିଡ୍‌ -୧୯ ଭୁତାଣୁ ବିରୋଧରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ ମନ୍ତ୍ରାଳୟ ଦ୍ୱାର ଦିଆଯାଇଥିବା ଇଂରାଜୀ ଓ ହିନ୍ଦୀର ପରାମର୍ଶକୁ ଟ୍ୱିଟ କରିଛନ୍ତି । ଏହା କରିବା ଅତି ସହଜ । ଓ ବର୍ଷ ସାରା କରିପାରେ । ଋତୁଚର୍ଯ୍ୟା ଉପରେ ଏହା ଆଧାରିତ ।

  • ପୁରା ଦିନ ଉଷୁମ ପାଣି ପିଅନ୍ତୁ
  • ପ୍ରତିଦିନ ୩୦ ମିନିଟ୍‌ ଯୋଗାସନ, ପ୍ରାଣାୟନ ଓ ଧ୍ୟାନ କରନ୍ତୁ

-ହଳଦୀ , ଜିରା , ଧନିଆ , ରସୁଣକୁ ଖାଦ୍ୟରେ ବ୍ୟବହାର କରନ୍ତୁ

  • ପ୍ରତିଦିନ ଏକ ଚାମଚ ଚବନପ୍ରାଶ ଖାଆନ୍ତୁ । ମଧୁମେହ ବା ଡାଇବେଟିସ୍‌ ହୋଇଥିଲେ ସୁଗାରଫ୍ରି ଚବନପ୍ରାଶ ଖାଆନ୍ତୁ

-ତୁଳସୀ, ଡାଲଚିନି, ଶୁଣ୍ଠି (ଶୁଖିଲା ଅଦା),ଗୋଲମରିଚ ,ଖିସ୍‌ମିସ୍‌ରେ ଚା କରି ପିଅନ୍ତୁ (ଦରକାର ହେଲେ ଗୁଡ ଓ ଲେମ୍ବୁ ରସ୍‌ ସ୍ୱାଦ ପାଇଁ ମିଶାଇ ପାରିବେ)

  • ଗୋଲ୍‌ଡେନ୍ ମିଲ୍କ ବା ସୁନେଲୀ କ୍ଷୀର, ଏକ ଗ୍ଲାସ କ୍ଷୀରରେ(୧୫୦ ମିଲି) ଏକ ଚାମଚ ହଳଦୀ ପକାଇ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁ ।
  • ନସ୍ୟ – ସକାଳେ ଓ ସଞ୍ଜ ବେଳେ ନାକ ରନ୍ଧ୍ରରେ ରାଶି କିମ୍ବା ନଡିଆ ତେଲ ଦୁଇ ବୁନ୍ଦା ଲଗାନ୍ତୁ (ପକାନ୍ତୁ)
    ସକାଳେ କିମ୍ବା ସଞ୍ଜରେ ଏକ ଚାମଚ ରାଶି କିମ୍ବା ନଡିଆ ତେଲ ଗଳଗଳ ଓ କୁଳି କରିଦିଅନ୍ତୁ । ଏହାପରେ ଉଷୁମ ପାଣିରେ କୁଳି କରନ୍ତୁ ।
    କାଶ ଓ ଗଳା ଖରାପ ଥିଲେ
    ପୁଦିନା ଓ ଜୁଆଣି ଗରମ ପାଣିରେ ପକାଇ ବାମ୍ପକୁ ପ୍ରଶ୍ୱାସରେ ନିଅନ୍ତୁ ।
  • ଲବଙ୍ଗ ଚୁର୍ଣ୍ଣରେ ଗୁଡ ମିଶାଇ ଖାଆନ୍ତୁ
  • ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ

   Related Posts