ସରପଞ୍ଚଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ : ଭିଡିଓ କନଫରେନ୍ସିଂ ହେବ ଆଲୋଚନା, କରୋନା ମୁକାବିଲା ପାଇଁ ଦେଇପାରନ୍ତି ଉପଦେଶ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ଆଜି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ ଆଜି ଦେଶର ସମସ୍ତ ପଞ୍ଚାୟତ ପ୍ରତିନିଧି ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ ସୂଚନା ଦେଇଛନ୍ତି । ଏଥି ସହିତ ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ସ୍ବତନ୍ତ୍ର ପଦକ୍ଷେପ। ଯେଉଁଥିରେ ଗ୍ରାମ ପଞ୍ଚାୟତର ବିକାଶ ଯୋଜନା ପ୍ରସ୍ତୁତ ହେବ ଏବଂ କାର୍ଯ୍ୟକାରୀ କରିବା ପାଇଁ ଗ୍ରାମ ପଞ୍ଚାୟତ ସୁଯୋଗ ପାଇବେ। ସୂଚନାଯୋଗ୍ୟ ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ଜାରି ରହିଛି। ଏହାରି ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଅଲୋଚନା କରିଥିବା ବେଳେ ଆଜି ସରପଞ୍ଚମାନଙ୍କ ସହ ଆଲୋଚନା ବହୁ ଗୁରୁତ୍ଵ ବହନ କରୁଛି। ସରପଞ୍ଚ ମାନଙ୍କୁ ପ୍ରଧାନମନ୍ତ୍ରୀ ଆଜି କରୋନା ମୁକାବିଲା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଉପଦେଶ ଦେବେ ବୋଲି ଚର୍ଚ୍ଚା ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.