Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ : ଅର୍ଥନୈତିକ ପଦକ୍ଷେପରେ ରହିବ ଫୋକସ୍‌, ତଥାପି କରୋନା ବୃଦ୍ଧି ହାର ନେଇ ଚିନ୍ତା

11/05/2020 at 8:16 AM

ନୂଆଦିଲ୍ଲୀ ୧୧।୦୫: ଦେଶରେ କରୋନା ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୩ରେ ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହେବ । ଦେଶରେ କରୋନା ମହାମାରୀ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଏହା ପଞ୍ଚମ ଭିଡିଓ କନଫରେନ୍ସିଂ ଆଲୋଚନା । ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଡିଜିପି ମଧ୍ୟ ଏଥିରେ ସାମିଲ ହେବେ।

ଆଜି ହେବାକୁ ଥିବା ବୈଠକ ୨ୟ ଅଧିବେଶନରେ ହେବ । ପ୍ରଥମ ଅଧିବେଶନ ଅପରାହ୍ନ ୩ ଟାରୁ ୫.୩୦ ପର୍ଯ୍ୟନ୍ତ ଚାଲିବ |ସେହିପରି ଦ୍ୱିତୀୟ ଅଧିବେଶନ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । ବୈଠକରେ ପରେ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହେବ ।

ଦେଶରେ ଜାରି ରହିଥିବା ତୃତୀୟ ପର୍ଯ୍ୟାୟ ଲକ ଡାଉନ୍ ମେ’ ୧୭ ତାରିଖରେ ସରୁଛି । ଏହାପୂର୍ବରୁ ଏହି ଭିଡିଓ କନଫରେନ୍ସିଂରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ଦେଶରେ ପ୍ରଥମେ ମାର୍ଚ୍ଚ ୨୫ରେ ୨୧ ଦିନ ପାଇଁ ଲକଡାଉନ୍ ଜାରି ହୋଇଥିଲା । ଏହାପରେ ଲକଡାଉନ୍ ପୁଣିଥରେ ୧୩ ଦିନ ପାଇଁ ବଢ଼ାଯାଇଥିଲା । ଏହାପରେ ତୃତୀୟ ପର୍ଯ୍ୟାୟରେ ୧୪ ଦିନ ଲକଡାଉନ ବଢ଼ାଯାଇଥିଲା । ତେବେ ଏବେ ମେ’ ୧୭ରେ ଲକଡାଉନ ସରିବାକୁ ଥିବା ବେଳେ ଆଜି ଆଲୋଚନା ପରେ କି ନିଷ୍ପତ୍ତି ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ କିଛିଟା ନିୟମ କୋହଳ କରାଯାଇଥିଲା । ଯେପରି ରେଡ୍‌ ଜୋନ୍‌ ଥିବା ଜିଲ୍ଲାଗୁଡିକରେ କଟକଣା ଜାରି କରାଯାଇଥିବା ବେଳେ ଅରେଞ୍ଜ ଜୋନ ଓ ଗ୍ରୀନ୍ ଜୋନ୍‌ରେ କିଛିଟା ନିୟମ କୋହଳ କରାଯାଇଥିଲା । କିନ୍ତୁ ଯେପରି ସ୍କୁଲ , କଲେଜ , ସପିଂ ମଲ୍‌ ଖୋଲିବା ଉପରେ କଟକଣା ରହିଥିଲା । ସେହିପରି ଦେଶରେ ଲକ୍‌ଡ଼ାଉନ୍‌ ଜାରି ରହିଥିବା ବେଳେ ଗତକାଲି ଭାରତୀୟ ରେଳବାରଇ ପକ୍ଷରୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଥିଲା ।

ଟ୍ରେନ୍‌ ଚଳାଚଳ ସମୟରେ କିଛି ନିୟମକୁ କଡାକଡି ପାଳନ କରିବା ସହ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେପରି କରୋନା ଲକ୍ଷଣ ଥିବା ବ୍ୟକ୍ତି ଟ୍ରେନ୍‌ ଯାତ୍ରା କରିପାରିବେ ନାହିଁ । ଦେଶରେ ପାସେଞ୍ଜରର ୩୦ଟି ଟ୍ରେନ୍‌ ଚଳାଚଳ ନେଇ ରେଳବାଇ ପକ୍ଷରୁ ଟିକେଟ ବୁକିଂ ଆରମ୍ଭ କରାଯିବ । ଟିକେଟ ବୁକିଂ ପାଇଁ ରେଳବାଇ ପକ୍ଷରୁ ଏକ ଓ୍ୱେବସାଇଟ୍‌ ମଧ୍ୟ ଜାରି କରାଯାଇଛି । ଏହା ମାଧ୍ୟମରେ ଟିକେଟ୍‌ ବୁକିଂ ହେବ । ଟିକେଟ କାଉଣ୍ଟରରେ କୌଣିସ ପ୍ରକାରର ଟିକେଟ୍ ବୁକିଂ କରାଯିବାନାହିଁ ବୋଲି ଭାରତୀୟ ରେଳବାଇ ପକ୍ଷରୁ ଜଣାଇଦିଆଯାଇଛି ।

   Related Posts