Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନ୍ ଓ ପାକିସ୍ତାନକୁ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଦେଶକୁ ଟାର୍ଗେଟ କଲେ ଦିଆଯିବ କଡ଼ା ଜବାବ…

15/08/2020 at 12:16 PM

ନୂଆଦିଲ୍ଲୀ ୧୫।୦୮ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲାର ପ୍ରାଚୀରରୁ ଚୀନ୍‌ ଓ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଚୀନ୍‌ର ବିସ୍ତାରବାଦୀ ଓ ପାକିସ୍ତାନର ଆତଙ୍କବାଦୀ ନୀତିକୁ ଜୋରଦାର ପ୍ରହାର କରିଛନ୍ତି ପ୍ରଧାନମନ୍ତ୍ରୀ । ପଡୋଶୀ ଦେଶ ପାକିସ୍ତାନ ଓ ଚୀନ୍‌ର ନାମ ନ ନେଇ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀ ଓ ବିସ୍ତାରବାଦୀ ବିପକ୍ଷରେ ଆମେ ଜେରାଦାର ଲଢେଇ ଜାରି ରଖିଛୁ । ଆମ ଯବାନମାନେ କଣ କରିପାରନ୍ତି, ତାହା ଲଦାଖରେ ସାରା ଦୁନିଆ ଦେଖିଛି। ଭାରତୀୟ ସେନା ଯେକୌଣସି ସ୍ଥିତିରେ ଓ ପରିସ୍ଥିତିର ସମ୍ମୁଖୀନ କରିବାକୁ ପ୍ରସ୍ତୁତ ରହିଛି ।

ଚୀନ୍‌ ଓ ପାକିସ୍ତାନ ସହିତ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସଂପ୍ରଭୁତାର ସମ୍ମାନ କରିଥାଏ , ଆମ ପାଇଁ ଏହା ସର୍ବଦା ଉପରେ ରହିଥାଏ । ଦେଶର ଯବାନମାନେ କଣ କରିପାରନ୍ତି, ତାହା ଲଦାଖରେ ସାରା ଦୁନିଆ ଦେଖିଲା । LOC ଠାରୁ ଆରମ୍ଭ କରି LAC ପର୍ଯ୍ୟନ୍ତ ଦେଶର ସଂପ୍ରଭୁତା ଉପରେ କେହି ବି ଆଖି ଉଠାଇଛି, ସେନା ସେମାନଙ୍କୁ ସେହି ଭାଷାରେ ଜବାବ ଦେଇଛି । ଆତଙ୍କବାଦ ଓ ବିସ୍ତାରବାଦୀ ବିରୋଧରେ ଭାରତ ମଜବୁତ ସହିତ ମୁକାବିଲା କରୁଛି ।  ଆଜି ସାରା ଦୁନିଆରେ ଭାରତ ବିଶ୍ୱାସ ଓ ମଜବୁତ ସହିତ ଭାବେ ଛିଡାହୋଇଛି ।

ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୯୨ ରୁ ୧୮୪ଦେଶ ଭାରତକୁ ସଂଯୁକ୍ତ ରାଷ୍ଟ୍ରରେ ଅସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ କରିଛନ୍ତି । ବିଶ୍ୱରେ ଭାରତ କିପରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ସଂଖ୍ୟା ହେଉଛି , ତାହାର ଉଦାହରଣ । ଭାରତ ନିଜ ପଡୋଶୀ ସହିତ ଉତ୍ତମ ସମ୍ପର୍କ ରଖିବା ପାଇଁ ସଦାସର୍ବଦା ଉଦ୍ୟମ ଜାରି ରଖିଛି । ସେ ଦେଶ ସୀମା ଆମ ଦେଶ ସହିତ ମାଟି ସହିତ ଜଡିତ ଥାଉ, କିମ୍ବା ସମୁଦ୍ର ସହିତ ସୀମା ଯୋଡି ହୋଇଥାଉ ।  ଆମ ସମ୍ପର୍କକୁ ସର୍ବଦା ସୁରକ୍ଷା , ବିକାଶ ଓ ବିଶ୍ୱାସର ସହଭାଗିତାର ସହ ଆଗକୁ ବଢିବାରେ ବିଶ୍ୱାସ କରିଥାଉ ।

ଦକ୍ଷିଣ ଏସିଆରେ ସାରାବିଶ୍ୱର 1/4  ଭାଗ ଲୋକ ବାସ କରନ୍ତି । ଆମେ ସହଯୋଗ ଓ ସହଭାଗିତ ସହ ନେଇ ଏତେ ବଡ଼ ଜନସଂଖ୍ୟାର ବିକାଶ ଓ ସମୃଦ୍ଧି ସହିତ ଆଗକୁ ବଢିପାରିବା । ଏହି କ୍ଷେତ୍ରରେ ରହୁଥିବା ସମସ୍ତ ଦେଶର ନେତାମାନଙ୍କ ଏତେ ବଡ଼ ବିଶାଳ ଜନସମୂହର ବିକାଶ ଓ ପ୍ରଗତି ପାଇଁ ଆଗକୁ ଆସିବା ଦରକାର । ଆଜିକା ଦିନରେ ପଡୋଶୀ କେବଳ ଭୌଗଳିକ ସୀମାରେ ରହୁଥିବା ଦେଶ ନୁହେଁ, ବରଂ ଯାହା ସହିତ ଆମ ହୃଦୟ ମିଶିଥାଏ । ସେମଧ୍ୟ ଆମ ପଡୋଶୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

   Related Posts