Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ହାସ୍ୟାସ୍ପଦ ବୟାନ, କହିଲେ- ଭାରତ ନିର୍ମାଣ କରିଛି ନକଲି ଅଯୋଧ୍ୟା, ଅସଲି ତ ନେପାଳରେ

13/07/2020 at 10:06 PM

କାଠମାଣ୍ଡୁ ୧୩।୦୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତ ଉପରେ ନେପାଳ ସୀମାରେ ଅନୁପ୍ରବେଶର ଅଭିଯୋଗ ଲଗାଇ ସାରିଛନ୍ତି। ଏବେ ସେ ସାଂସ୍କୃତିକ ଓ ପୌରାଣିକ କଥାକୁ ନେଇ ନୂତନ ଆଳାପ କରିଛନ୍ତି। ସେ ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ନେଇ ହାସ୍ୟାସ୍ପଦ ବୟାନ ଦେଇଛନ୍ତି। ଏବେ ପ୍ରଧାନମନ୍ତ୍ରୀ ଓଲି ଅଯୋଧ୍ୟା ଭାରତର ନୁହେଁ ବୋଲି କହିଛନ୍ତି। ଓଲି  ବିବାଦୀୟ ଟିପ୍ପଣୀ ଦେଇ କହିଛନ୍ତି, ଭାରତରେ ଯେଉଁ ଅଯୋଧ୍ୟା ରହିଛି, ତାହା ନକଲି। ପ୍ରକୃତ ଅଯୋଧ୍ୟା ତ ନେପାଳରେ ରହିଛି।  ଭାରତ ସାଂସ୍କୃତିକ ଅତିକ୍ରମଣ ପାଇଁ ନକଲି ଅଯୋଧ୍ୟା ନିର୍ମାଣ କରିଥିବା ବେଳେ ଅସଲି ଅଯୋଧ୍ୟା ନେପାଳରେ ରହିଛି।

ଓଲି କବି ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ନିଜର ସରକାରୀ ବାସଭବନ ବ୍ଲୁଓ୍ଵାଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ନେପାଳ ଉପରେ ସାଂସ୍କୃତିକ ଅତ୍ୟାଚାର କରାଯାଇଛି। ଐତିହାସିକ ତଥ୍ୟକୁ ମଧ୍ୟ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଛି। ଆମେ ଏବେ ମଧ୍ୟ ମାନୁଛୁ ଯେ, ଆମେ ଭାରତୀୟ ରାଜକୁମାର ରାମଙ୍କୁ ସୀତା ଦେଇଥିଲୁ। ଏହା ପରେ ଓଲି ଅତ୍ୟନ୍ତ ହାସ୍ୟାସ୍ପଦ କଥା କହିଛନ୍ତି।

ସେ ଦାବି କରି କହିଛନ୍ତି ଯେ, ଆମେ ଭାରତ ସ୍ଥିତ ଅଯୋଧ୍ୟାର ରାଜକୁମାରଙ୍କୁ ସୀତା ଦେଇନଥିଲୁ ବରଂ ନେପାଳର ଅଯୋଧ୍ୟାର ରାଜକୁମାରଙ୍କୁ ଦେଇଥିଲୁ। ଅଯୋଧ୍ୟା ଏକ ଗାଁ ଯାହା ବୀରଗଞ୍ଜରୁ କିଛି ଦୂର ପଶ୍ଚିମରେ ଅବସ୍ଥିତ। ଓଲି ଏହା ମଧ୍ୟ କହିଛନ୍ତି, ଭାରତରେ ନିର୍ମିତ ଅଯୋଧ୍ୟା ବାସ୍ତବିକ ନୁହେଁ।

ଓଲିଙ୍କ ଯୁକ୍ତି ରାମ ଏତେ ଦୂର କେମିତି ଆସି ପାରିବେ ?

ଓଲି ଯୁକ୍ତି ବାଢିଛନ୍ତି ଯେ, ଯଦି ଭାରତର ଅଯୋଧ୍ୟା ବାସ୍ତବିକ ତେବେ ସେଠାରୁ ରାଜକୁମାର ରାମ ବିବାହ ପାଇଁ ଜନକପୁର କେମିତି ଆସି ପାରିବେ ? ସେ ଏହା ମଧ୍ୟ ଦାବି କରିଛନ୍ତି ଜ୍ଞାନ-ବିଜ୍ଞାନର ଉତ୍ପତ୍ତି ଓ ବିକାଶ ନେପାଳରେ ହୋଇଛି।

ଏହା ପୂର୍ବରୁ ଓଲି ବୟାନ ଦେଇଥିଲେ ଯେ, ତାଙ୍କୁ କ୍ଷମତାଚ୍ୟୁତ୍ କରିବା ପାଇଁ ଭାରତ ଷଡଯନ୍ତ୍ର ରଚୁଛି। ତାଙ୍କର ଏହି ବୟାନରେ ଖୋଦ୍ ନେପାଳ ସରକାର ଲୋକ ହିଁ ପ୍ରଶ୍ନ ଉଠାଇଥିଲେ। ସେ ଏହା ମଧ୍ୟ ଆଶଙ୍କା ପ୍ରକାଶ କରିଥିଲେ ଯେ, ତାଙ୍କର ଏବଂ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ଜୀବନ ପ୍ରତି ବିପଦ ରହିଛି।

ପ୍ରଚଣ୍ଡ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ଟିପ୍ପଣୀ ନା ରାଜନୈତିକ ଭାବେ ଠିକ୍ ନା କୂଟନୈତିକ ଭାବେ ଠିକ୍। ଏହା ପୂର୍ବରୁ ଓଲି ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ଉପରେ ରୋକ୍‌ ଲଗାଇଥିଲେ। ଓଲି ଅଭିଯୋଗ କରିଥିଲେ, ଭାରତୀୟ ଚ୍ୟାନେଲ ତାଙ୍କ ବିରୋଧରେ ଆପତ୍ତିଜନକ ଖବର ପ୍ରସାରଣ କରୁଛି।

   Related Posts