Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ଦ୍ଵିତୀୟ ଆର୍ଥିକ ପ୍ୟାକେଜ୍: ଅର୍ଥମନ୍ତ୍ରୀ ସୀତାରମଣଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

2/05/2020 at 3:46 PM

ନୂଆଦିଲ୍ଲୀ ୦୨।୦୫: କରୋନା ଭାଇରସ୍‌ ମହାମାରୀକୁ ନେଇ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ ଦେଶର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଦେଶର ଅର୍ଥବ୍ୟବସ୍ଥାକୁ ସଜାଡିବା ଲାଗି ଦ୍ଵିତୀୟ ଆର୍ଥିକ ପ୍ୟାକେଜ୍‌ ଘୋଷଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗୃହ ମନ୍ତ୍ରୀ ଅମିତ୍ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ମନ୍ତ୍ରଣାଳୟର ଅନେକ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି। ସୂତ୍ର ଅନୁଯାୟୀ ବୈଠକରେ କରୋନା ଭାଇରସ୍‌ ମହାମାରୀ ରୋକିବା ଏବଂ ଲକ୍‌ଡାଉନ୍‌ ପ୍ରଭାବିତ କ୍ଷେତ୍ର ପାଇଁ ଦ୍ଵିତୀୟ ରିଲିଫ ପ୍ୟାକେଜ୍‌କୁ ନେଇ ଆଲୋଚନା ହୋଇଛି।

ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମିତ୍ ଶାହା, ନିର୍ମଳା ସୀତାରମଣଙ୍କ ସହିତ ବୈଠକ ପରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ବର୍ଗ(MSME) ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ବଡ ଅଧିକ ସହିତ ବୈଠକ କରିବେ। ଅର୍ଥ ମନ୍ତ୍ରଣାଳୟ ଆଜି ସନ୍ଧ୍ୟାରେ ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ  ବିସ୍ତୃତ ସୂଚନା ଦେବା ସହ ନିଜ ଯୋଜନାର ପୂରା ସୂଚନା ଦେବେ।

ସୂଚନା ଅନୁଯାୟୀ ସରକାର କରୋନା ଭାଇରସ୍‌ରୁ ରିଲିଫ ଦେବା ପାଇଁ ସର୍ବାଧିକ ୪.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରନ୍ତି। ଆଗାମୀ ରିଲିଫ ପ୍ୟାକେଜ୍‌ରେ ଦେଶର ଗରିବ ବର୍ଗଙ୍କ ସହିତ ଏମିତି ଲୋକଙ୍କୁ ରିଲିଫ ଦିଆଯିବାର ସମ୍ଭାବନା ରହିଛି, ଯେଉଁମାନେ ଚାକିରି ହରାଇଛନ୍ତି।

ଏହା ସହିତ ଟିକସ ଛାଡ ଏବଂ ଅନ୍ୟ ଉପାୟ ଜରିଆରେ କ୍ଷୁଦ୍ର ଏବଂ ବଡ କମ୍ପାନୀକୁ ରିଲିଫ ଦିଆଯାଇପାରେ। ନାମ ଗୋପନୀୟ ରଖିବା ସର୍ତ୍ତରେ ଦୁଇ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗରେ ଅଲଗା ଅଲଗା ତିନୋଟି ବଡ ବୈଠକ କରିଛନ୍ତି।  ପ୍ରଥମ ବୈଠକ ବିଦେଶୀ ନିବେଶ ଏବଂ ଅଦୌଗିକି ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଥିରେ ବିଦେଶୀ, ଘରୋଇ ନିବେଶକଙ୍କୁ ଉନ୍ନତ ସୁବିଧା ଦେବା ଉପରେ ଆଲୋଚନା ହୋଇଛି। ବୈଠକରେ ଅଦୌଗିକି ନିବେଶ ବଢାଇବା ପାଇଁ ବିଶେଷ ଯୋଜନା କରିବା ନେଇ ଆଲୋଚନା କରାଯାଇଛି।

ଦ୍ଵିତୀୟ ବୈଠକରେ ମୁଖ୍ୟ ପ୍ରସଙ୍ଗ କୋଇଲା, ମାଇନିଂ ସେକ୍ଟରର ବିକାଶ ଉପରେ ଥିଲା। ଏଥିରେ କୋଇଲା, ମାଇନିଂରେ ନିବେଶ ଆକର୍ଷିତ ନେଇ ରଣନୀତି ପ୍ରସ୍ତୁତ  ହେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆମଦାନୀ ପରିବର୍ତ୍ତେ ଘରୋଇ କୋଇଲାର ବ୍ୟବହାର ହେବା ଉଚିତ୍। ବୈଠକରେ ଅତିରିକ୍ତ କୋଇଲା ଖଣି ନିଲାମ ଶୀଗ୍ର କରିବାକୁ ନିର୍ଣ୍ଣୟ ନିଆଯାଇଛି।

ପ୍ରଥମେ ଦିଆଯାଇଛି ୧ ଲକ୍ଷ ୭୦ ହଜାର କୋଟି

ଲକ୍‌ଡାଉନ୍‌ରେ ସର୍ବାଧିକ ପ୍ରଭାବିତ ଆର୍ଥିକ ରୂପେ ନିମ୍ନ ବର୍ଗ ଲାଗି ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରଯାଇଥିଲା। ଏଥିରେ ମାଗଣାରେ ଶସ୍ୟ ବିତରଣ, ରୋଷେଇ ଗ୍ୟାସ୍‌ ବିତରଣ ତଥା ଗରିବ ମହିଳା ଏବଂ ବୃଦ୍ଧଙ୍କୁ ନଗଦ ସହାୟତା ମଧ୍ୟ ସାମିଲ।

   Related Posts