Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧି ନଥିଲେ, ଦେଲେ ୧୩ ହଜାର ଟଙ୍କା ଜରିମାନା: ବୁଲଗେରିଆ ପ୍ରତିପକ୍ଷଙ୍କ ଉଦାହରଣ ଦେଲେ ମୋଦୀ

30/06/2020 at 9:33 PM

ନୂଆଦିଲ୍ଲୀ ୩୦।୦୬: ଲକ୍‌ଡାଉନ୍‌ ୨.୦ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଷଷ୍ଠ ଥର ପାଇଁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନାଠୁ ଅଧିକ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ଏହି ସମୟରେ ସେ ଏମିତି ଏକ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦାହରଣ ଦେଇଛନ୍ତି, ଯିଏ ନିୟମ ପାଳନ ନକରିବାରୁ ତାଙ୍କୁ କେମିତି ଜରିମାନା ଦେବାକୁ ପଡିଥିଲା। ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ ବୁଲଗେରିଆର ପ୍ରଧାନମନ୍ତ୍ରୀ ବୋକୋକୋ ବୋରିସୋଭଙ୍କ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୋରିସୋଭ ବିନା ମାସ୍କ ପିନ୍ଧି ଏକ ଚର୍ଚ୍ଚକୁ ଯାଇଥିଲେ। କିନ୍ତୁ ମାସ୍କ ପିନ୍ଧିନଥିବା କାରଣରୁ ତାଙ୍କୁ ୧୩ ହଜାର କୋଟି ଟଙ୍କାର ଜୋରିମାନା ଗଣିବାକୁ ପଡିଥିଲା।

ବୁଲଗେରିଆରେ କରୋନା ମାମଲା ବଢିବା ପରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ମାତ୍ର ଚଳିତ ମାସରେ ସେଠାକାର ପ୍ରଧାନମନ୍ତ୍ରୀ ବିନା ମାସ୍କରେ ଚର୍ଚ୍ଚରେ ପ୍ରବେଶ କରିଥିଲେ। ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କର ଏବଂ କର୍ମଚାରୀଙ୍କ ଉପରେ ଜରିମାନା ଲଗାଯାଇଥିଲା।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ନିଜର ସମ୍ବୋଧନରେ ବୁଲଗେରିଆ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଆପଣ ଖବରରେ ଦେଖିଥିବେ ଯେ, ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମାସ୍କ  ପିନ୍ଧି ନଥିବା କାରଣରୁ ଜରିମାନା ଦେବାକୁ ପଡିଥିଲା। ଭାରତରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଏମିତି ସକ୍ରିୟତାର ସହ କାମ କରିବାକୁ ପଡିବ। ଏହା ୧୩୦ କୋଟି ଜନତାଙ୍କ ରକ୍ଷାର ଅଭିଯାନ। ଗାଁର ପ୍ରଧାନ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ, କେହି ମଧ୍ୟ ଆଇନର ଉର୍ଦ୍ଧ୍ଵରେ ନାହାନ୍ତି।

   Related Posts