ପ୍ରଧାନମନ୍ତ୍ରୀ ମୋଦୀଙ୍କ ଖୁଡିଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

Published By : Prameya-News7 Bureau | April 27, 2021 IST

ଅହମ୍ମଦାବାଦ ୨୭।୦୪: କରୋନାର ଦ୍ଵିତୀୟ ଲହରରେ ଦେଶର ସ୍ଥିତି ସଙ୍ଗୀନ। ଆକ୍ରାନ୍ତଙ୍କ ସହ ତାଳ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁଡି ନର୍ମଦାବେନ ମୋଦୀଙ୍କ ମଙ୍ଗଳବାର ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନା ଭାଇରସ୍‌ରେ ସଂକ୍ରମିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ସହରର ନ୍ୟୁ ରାନିପ ଅଞ୍ଚଳରେ ରହୁଥିଲେ।

ପ୍ରଧାନମନ୍ତ୍ରୀଙ୍କ ଛୋଟ ଭାଇ ପ୍ରହ୍ଲାଦ ମୋଦୀ କହିଛନ୍ତି, କରୋନା ସଂକ୍ରମଣରେ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଆମ ଖୁଡି ନର୍ମଦାବେନଙ୍କୁ ପ୍ରାୟ ଦଶ ଦିନ ପୂର୍ବେ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ନର୍ମଦାବେନଙ୍କ ସ୍ଵାମୀ ଜଗଜୀବନ ଦାସ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାପା ଦାମୋଦରଦାସଙ୍କ ଭାଇ ଥିଲେ। ଅନେକ ବର୍ଷ ପୂର୍ବେ ତାଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.