Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜାତିସଂଘ ମହାସଭାର ୭୫ତମ ଅଧିବେଶନକୁ କାଲି ସମ୍ବୋଧିତ କରିବେ ମୋଦୀ, ଏହା ରହିବ ମୁଖ୍ୟ ପ୍ରସଙ୍ଗ

25/09/2020 at 10:40 PM

ନୂଆଦିଲ୍ଲୀ ୨୫।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମିଳିତ ଜାତିସଂଘ ମହାସଙ୍ଘ(ୟୁଏନଜିଏ)ର ୭୫ତମ ସାଧାରଣ ସଭାକୁ ସମ୍ବୋଧିତ କରିପାରନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଭାରତୀୟ ସମୟନୁସାରେ ସନ୍ଧ୍ୟା ୬ଟା ୩୦ ନିର୍ଦ୍ଧାରିତ କରାଯାଇଛି। ହେଲେ ଏହି ସମୟ ଚୂଡାନ୍ତ ହୋଇ ନାହିଁ। ଶନିବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଜାତିସଂଘ ମହାସଭାରେ ଭାଷଣ ଦେବେ। ଭାଷଣରେ ମୋଦୀଙ୍କ ମୁଖ୍ୟ ପ୍ରସଙ୍ଗ ଆତଙ୍କବାଦ ଉପରେ ରହିପାରେ।

କରୋନା ସଙ୍କଟ ସମୟରେ ଆୟୋଜିତ ଜାତିସଂଘର ୭୫ ତମ ସାଧାରଣ ସଭାର ଥିମ୍ ରହିଛି ‘The Future We Want, The United Nations We Need, Re-framing Our Collective Commitment to Multilatralism-Confronting the Covid-19 Through Effective Multilateral Action’3। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଶନିବାର ମହାସଭାକୁ ସମ୍ଵୋଧିତ କରିବେ। ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଭାଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରହିଛି।  ଇମ୍ରାନ ଭାରତୀୟ ସମୟ ରାତି ୧୦ଟା ୧୫ ମିନିଟ୍‌ରେ ଭାଷଣ ଦେବେ।

କରୋନା ମହାମାରୀ କାରଣରୁ ଦୁନିଆର ଅଧିକାଂଶ କାର୍ଯ୍ୟକ୍ରମ ଭର୍ଚୁଆଲ ସ୍ତରରେ ଆୟୋଜିତ ହେଉଛି। ତେଣୁ ମିଳିତ ଜାତିସଂଘର ମହାସଭାର ୭୫ତମ ଅଧିବେଶନ ଭର୍ଚୁଆଲସ୍ତରରେ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ୟୁଏନଜିଏ ହଲ୍‌ରେ ଏକ ପୂର୍ବ ରେକର୍ଡ ଭିଡିଓ ଷ୍ଟେଟମେଣ୍ଟର ମାଧ୍ୟମରେ ହେବ।

ନିଜ ଭାଷଣରେ ମୋଦୀ ଭାରତ ସାମ୍ନାରେ ଥିବା ଆତଙ୍କବାଦ ସମେତ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଏହି ମଞ୍ଚରେ ଉଠାଇବେ। ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ଉପରେ ନିୟନ୍ତ୍ରଣକୁ ନେଇ ବିଶ୍ଵକୁ ଆହୁରି ମଜବୁତ କରିବା ଉପରେ ନିଜର ମତ ରଖି ପାରନ୍ତି।

   Related Posts