ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | May 21, 2020 IST

ଭୁବନେଶ୍ବର୨୧/୫: ପୂର୍ବରୁ କୁହାଯାଉଥିଲା କି ପ୍ରଧାନମନ୍ତ୍ରୀ ଓଡିଶା ଆସିପାରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ସ୍ପଷ୍ଟ ହୋଇଛି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ପେଜ୍‌ରେ ଟ୍ବିଟ୍ କରାଯାଇଛି। ଏ ନେଇ ବିଜୁପଟ୍ଟନାୟକ ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବାତ୍ୟା ପ୍ରଭାବିତ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ଓଡ଼ିଶାର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଯିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ଯିବେ ବାତ୍ୟାଞ୍ଚଳ। ସୁରକ୍ଷା ଯାଞ୍ଚ ପାଇଁ ଏୟାରପୋର୍ଟରେ ପଞ୍ଚହଁଞ୍ଚିଲେ ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି, ଏୟାରପୋର୍ଟ ନିର୍ଦ୍ଦେଶକ ଭି ଭି ରାଓ, ଅତିରିକ୍ତ ଡିଜି ପ୍ରିୟଦର୍ଶୀ ମିଶ୍ର, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ଉପସ୍ଥିତ।

wp:core-embed/twitter {"url":"https://twitter.com/PMOIndia/status/1263487665791352832?s=20","type":"rich","providerNameSlug":"twitter","className":""}
https://twitter.com/PMOIndia/status/1263487665791352832?s=20
/wp:core-embed/twitter

ବାତ୍ୟା ଅମ୍ଫାନ ଓଡ଼ିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ପ୍ରବଳ କ୍ଷୟକ୍ଷତି କରିଛି। ୭୨ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ବାତ୍ୟାରେ ହଜାର ହଜାର ଘର ଭାଙ୍ଗି ଯାଇଥିବେଳେ ରାଜ୍ୟ ସରକାର ମଧ୍ୟ ଯୁଦ୍ଧାକାଳୀନ ଭିତରେ ଲକ୍ଷଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ଏହାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆସୁଥିବା କୁହଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.