Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କରୋନା ଆତଙ୍କ: ଛାତ୍ରଙ୍କ ପିତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ, ନୋଏଡାରେ ବନ୍ଦ ହେଲା ଦୁଇଟି ସ୍କୁଲ

3/03/2020 at 3:39 PM

ନୂଆଦିଲ୍ଲୀ ୦୩।୦୩- ଗତକାଲି ଦେଶରେ ଦୁଇଟି ନୂତନ କରୋନା ମାମଲା ସାମ୍ନାକୁ ଆସିବା ପରେ ଦେଶରେ ଉଦବେଗର ମାହୋଲ ରହିଛି। ଏହା ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବ୍ରତ ଏବଂ ଭୟଭୀତ ନହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି। ଏକତ୍ର କାମ କରି ଦେଶରେ ବ୍ୟାପୁଥିବା କରୋନାର ମୁକାବିଲା କରିବାକୁ ଆହ୍ଵାନ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଟ୍ଵିଟ୍ ମଧ୍ୟ କରିଛନ୍ତି। ଅନ୍ୟପଟେ ଜଣେ ଛାତ୍ରଙ୍କ ପିତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ନୋଏଡାରେ ଦୁଇଟି ଘରୋଇ ସ୍କୁଲକୁ ବନ୍ଦ ରଖାଯାଇଛି। ଏହା ସହିତ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି ଯେ, ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମକୁ ଏକାଠି ମିଶି କାମ କରିବାର ଅଛି, ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଛୋଟ ହେଉ ପଛେ କରୋନାର ପ୍ରତିହତ ପାଇଁ ଛୋଟ ଛୋଟ ଉପାୟ ବାହାର କରନ୍ତୁ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ  କରୋନ ଭୂତାଣୁ ଉପରେ ପ୍ରସ୍ତୁତି ସମ୍ବନ୍ଧରେ ବ୍ୟାପକ ସମୀକ୍ଷା କରିଛନ୍ତି। ଅଲଗା ଅଲଗା ମନ୍ତ୍ରଣାଳୟ ଓ  ରାଜ୍ୟ ମିଶି କାମ କରୁଛନ୍ତି। ଭାରତ ଆସୁଥିବା ଲୋକଙ୍କ ସ୍କ୍ରିନିଂଠୁ ନେଇ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଛି। ଉଲ୍ଲେଖଯୋଗ୍ୟ, ସୋମବାର ତେଲଙ୍ଗାନା ଓ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତ ଦୁଇଟି ମାମଲା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ଭାଇରସର ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ସ୍ଵାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ ଓ ସରକାରୀ ଅଧିକାରୀଙ୍କ ତତ୍କାଳ ବୈଠକ ଡକାଇଛନ୍ତି।

ଅନ୍ୟପଟେ ଦିଲ୍ଲୀରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମଙ୍ଗଳବାର ନୋଏଡାରେ ଦୁଇଟି ଘରୋଇ ସ୍କୁଲ ବନ୍ଦ ରଖାଯାଇଛି ଏବଂ ପରୀକ୍ଷାକୁ  ଘୁଞ୍ଚାଇ ଦିଆଯାଇଛି। ସ୍କୁଲରେ ପଢୁଥିବା ଜଣେ ଛାତ୍ରଙ୍କ ପିତା କରୋନା ଭାଇରସରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି।

ଏହା ସହିତ ସରକାର ପରାମର୍ଶ ଜାରି କରି କହିଛନ୍ତି ଯେ, ମାର୍ଚ୍ଚ ୩ କିମ୍ବା ଏହା ପୂର୍ବରୁ ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନର ସେହି ନାଗରିକଙ୍କ ନିୟମିତ ଭିସା ନିଲମ୍ବିତ କରାଯାଇଛି ଯେଉଁମାନେ ଭାରତରେ ପ୍ରବେଶ କରି ନାହାନ୍ତି।

   Related Posts