ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା ପରେ କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | January 26, 2019 IST

ଦିଲ୍ଲୀ ୨୬/୧ : ଭାରତ ସରକାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜି ଦେଶମୁଖ ଏବଂ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ଦେବା ପାଇଁ ଘୋଷଣା କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା ଉପରେ ଖୁସି ବ୍ୟକ୍ତ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ପ୍ରଣବ ମୁଖାର୍ଜୀଙ୍କୁ ନିଷ୍କପଟ ରାଜନେତା ବୋଲି କହିଛନ୍ତି | ପ୍ରଣବ ମୁଖାର୍ଜୀ ନିଃସ୍ୱାର୍ଥ ଭାବେ ଦେଶର ସେବା କରିଛନ୍ତି ବୋଲି କହିଛନ୍ତି ମୋଦି | ପ୍ରଣବ ଡା ଦେଶରେ ବିକାଶ ପ୍ରତି ଗଭୀର ଛାପ ଛାଡିଛନ୍ତି ବୋଲି କହିଛନ୍ତି ମୋଦି |


ସୂଚନାଯୋଗ୍ୟ ଯେ, ଶୁକ୍ରବାର, ଜାନୁଆରୀ ୨୫ ତାରିଖରେ ଭାରତ ସରକାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜି ଦେଶମୁଖ ଏବଂ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ | ଗଣତନ୍ତ୍ର ଦିବସର ଦିନେ ପୂର୍ବରୁ ରାଷ୍ଟ୍ରପତି ଭବନରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ନାନାଜି ଦେଶମୁଖ ଏବଂ ଭୂପେନ ହଜାରିକାଙ୍କୁ ଏହି ସମ୍ମାନ ମରଣୋତ୍ତର ଭାବେ ପ୍ରଦାନ କରାଯିବ |


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ବରିଷ୍ଠ ନେତା | ସେ ୟୁପିଏ-୧ ଏବଂ ୨ ସରକାର ସମୟରେ ମହତ୍ଵପୂର୍ଣ୍ଣ ପଦବୀରେ ରହିଥିଲେ |ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ | ସେ ଦେଶର ୧୩ ତମ ରାଷ୍ଟ୍ରପତି ଥିଲେ |

{"id":78237}


ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଦେଶବାସୀଙ୍କୁ ପ୍ରଣବ ମୁଖାର୍ଜୀଙ୍କ ଅବଦାନ ମନେପକେଇ ଦେଇଛନ୍ତି| ସେ କହିଛନ୍ତି ଯେ, ପ୍ରଣବ ଦା ଆମ ସମୟର ଉତ୍କୃଷ୍ଟ ରାଜନେତା | ପ୍ରଣବ ଦା ଦଶନ୍ଧି ଧରି ନିଃସ୍ୱାର୍ଥ ଭାବେ ଦେଶର ସେବା କରିଛନ୍ତି | ଦେଶର ବିକାଶ କ୍ଷେତ୍ରରେ ପ୍ରଣବ ଦା ଗଭୀର ଛାପ ଛାଡିଛନ୍ତି | ତାଙ୍କ ଜ୍ଞାନ ଏବଂ ବୌଦ୍ଧିକତା ଅତୁଳନୀୟ | ତାଙ୍କୁ ଭାରତ ରତ୍ନ ଦିଆଯାଉଥିବା ଯୋଗୁଁ ସେ ବହୁତ ଖୁସି ବୋଲି କହିଛନ୍ତି ମୋଦି |


ନାନାଜି ଦେଶମୁଖ ପୂର୍ବ ଭାରତରେ ଭାରତୀୟ ଜନସଂଘ ସହ ଜଡିତ | ୧୯୭୭ ମସିହାରେ ଭାରତୀୟ ଜନତା ଦଳର ସରକାର ହେବାପରେ ସେ ମନ୍ତ୍ରୀପଦ ସ୍ୱୀକାର କରିନଥିଲେ | ବରଂ ଜୀବନ ପର୍ଯ୍ୟଟନ ଦିନଦୟାଲ ସଂସ୍ଥା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ବିସ୍ତାର ପାଇଁ କାର୍ଯ୍ୟ କରୁଥିଲେ | ଅଟଳ ବିହାରୀ ବାଜପେୟୀଙ୍କ ସରକାର ତାଙ୍କୁ ରାଜ୍ୟସଭା ସଦସ୍ୟ ମନୋନୀତ କରିଥିଲେ | ବାଜପେୟୀଙ୍କ କାର୍ଯ୍ୟକାଳରେ ହିଁ ଭାରତ ସରକାର ତାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ କ୍ଷେତ୍ରରେ ଅନୁକରଣୀୟ ଯୋଗଦାନ ପାଇଁ ପଦ୍ମ ବିଭୂଷଣ ପ୍ରଦାନ କରିଥିଲେ |

{"id":78234}


ଭୂପେନ ହଜାରିକା ପୂର୍ବୋତ୍ତର ରାଜ୍ୟ ଆସାମ ସହ ଜଡିତ | ନିଜ ମାତୃଭାଷା ଅହମିଆ ଛଡା ଭୂପେନ ହଜାରିକା ହିନ୍ଦୀ, ବଙ୍ଗଳା ସମେତ ଅନେକ ଭାଷାରେ ଗୀତ ଗାଇଛନ୍ତି | ଫିଲ୍ମ "ଗାନ୍ଧୀ ଟୁ ହିଟଲର"ରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ 'ବୈଷ୍ଣବ ଜନ ତୁ' ଗାଇଥିଲେ | ଭୂପେନ ହଜାରିକାଙ୍କୁ ପୂର୍ବରୁ ପଦ୍ମ ଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି |

{"id":78235}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.