ରବିବାର ସକାଳ ୧୧ରେ ମୋଦିଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: ରବିବାର ସକାଳ ୧୧ ଟାରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସିକ ରେଡିଓ କାର୍ଯ୍ୟକ୍ରମର ଏହା ୭୦ ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ନେଟଓ୍ବାର୍କରେ ପ୍ରସାରିତ ହେବ।

wp:core-embed/twitter {"url":"https://twitter.com/narendramodi/status/1320017899466227713","type":"rich","providerNameSlug":"twitter","className":""}
https://twitter.com/narendramodi/status/1320017899466227713
/wp:core-embed/twitter

ଏହା ପୂର୍ରବୁ ୧୭ ସେପ୍ଟେମ୍ବରରେ ମୋଦି ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଦେଶବାସୀ ଆସନ୍ତାକାଲି ସକାଳ ୧୧ରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଡିଡି ଭାରତୀ ମାଧ୍ୟମରେ ଶୁଣିପାରିବେ। ଏହାପରେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ କାର୍ଯ୍ୟକ୍ରମ ସରିବାର କିଛି ସମୟ ପରେ ଏବଂ ରାତି ୮ଟାରେ ପ୍ରସାରଣ କରାଯିବ।

ଏହାସହ ଏହି କାର୍ଯ୍ୟକ୍ରମକୁ ନିଜ ଭାଷାରେ ଶୁଣିବା ପାଇଁ ୧୯୨୨ ନମ୍ବରରେ କଲ୍‌ କରିପାରିବେ। କଲ୍‌ କରିବା ପରେ ଆପଣଙ୍କୁ ଗୋଟିଏ କଲ୍‌ ଆସିବ। ଏହାପରେ ଆପଣ ନିଜ ପସନ୍ଦର ଭାଷା ବାଛିବା ସହ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.