ବିଶ୍ଵରେ ଲୋକପ୍ରିୟତା ଶୀର୍ଷରେ ମୋଦୀ, କରୋନା ଭାଇରସ୍ ଲଢେଇରେ ସମସ୍ତଙ୍କୁ ପଛରେ ପକାଇଲେ

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ/ଓ୍ଵାଶିଂଟନ ୨୨।୦୪: କରୋନା ଭାଇରସ୍‌ ମହାସଙ୍କଟ ସମୟରେ ଲୋକପ୍ରିୟତା ମାମଲାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵର ଅନେକ ଲିଡରଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ୬୮ ପ୍ରତିଶତ ରହିଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ୩ ପ୍ରତିଶତ ହ୍ରାସ ପାଇଛି। ଆମେରିକାର ଗ୍ଲୋବାଲ ଡାଟା ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ପଲିଟିକଲ୍‌ ଇଣ୍ଟେଜିଲେନ୍ସର ମୁତାବକ ଏପ୍ରିଲ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଟିଂ ୬୮ ପ୍ରତିଶତ ରହିଛି, ଯାହା ବର୍ଷର ପ୍ରାରମ୍ଭରେ ୬୨ ପ୍ରତିଶତ ଥିଲା।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଗରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଟିଂରେ ସୁଧାରର କାରଣ କରୋନା ଭାଇରସ୍‌ ମୁକାବିଲାକୁ ନେଇ ତାଙ୍କର ପ୍ରସ୍ତୁତି। ସେ ମାର୍ଚ୍ଚ ୨୫ରେ ଦେଶରେ ଲକ୍‌ଡାଉନ୍‌ର ଘୋଷଣା କରିଥିଲେ ଏବଂ ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ଅବଧିକୁ ୧୯ ଦିନ ପାଇଁ ବଢାଇ ଦେଇଛନ୍ତି। ସେ ବିଶ୍ଵର ନେତାଙ୍କୁ ମହାମାରୀର ମୁକାବିଲା ପାଇଁ ଏକଜୁଟ ହେବାକୁ ମଧ୍ୟ ଆହ୍ଵାନ ଦେବା ସହ ପ୍ରୟାସ ମଧ୍ୟ କରିଛନ୍ତି। ସାର୍କ ଦେଶଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ  ହେଉ କିମ୍ବା ଜି ୨୦ ଦେଶର ବୈଠକରେ ସେ କରୋନା ମୁକାବିଲା ପାଇଁ ଅଗ୍ରଣୀ ଭୂମିକା ନିଭାଇଛନ୍ତି।

{"id":258342,"sizeSlug":"large"}

ଏହି କାରଣରୁ ମୋଦୀଙ୍କ ଲୋକପ୍ରିୟତାରେ ବୃଦ୍ଧି ଘଟିଛି। ଏହି ଘଡିସନ୍ଧି ସମୟରେ ଭାରତ ଅନେକ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଯୋଗାଇ ଦେଇଛି। ନିକଟରେ ହୋଇଥିବା ସର୍ଭେ ଅନୁଯାୟୀ, ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ବେଳକୁ ଆମେରିକାରେ ଲକ୍‌ଡାଉନ୍‌ ଲଗାଇବା ସମୟରେ ଟ୍ରମ୍ପଙ୍କ ଲୋକପ୍ରିୟତା ୪୯ ପ୍ରତିଶଥ ରହିଥିଲା, ଯାହା ଏବେ ହ୍ରାସ ଘଟି ୪୩ ପ୍ରତିଶତରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.