କୋସି ମହାସେତୁ ସମେତ ୧୨ଟି ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | September 18, 2020 IST

ନୂଆଦିଳ୍ଲୀ ୧୮/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌ମୋଦି ଆଜି ବିହାରରେ କୋସି ରେଳ ମାର୍ଗ ବ୍ରିଜକୁ ଉଦଘାଟନ କରି ରାଜ୍ୟକୁ ଉତ୍ସର୍ଗ କରିଛନ୍ତି। ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆ​ରେ ବ୍ରିଜର ଉଦଘାଟନ କରିଛନ୍ତି। ତେବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୋଦି ରାଜ୍ୟକୁ ଅନେକ ପ୍ରକଳ୍ପ ଦେଉଛନ୍ତି। ନୂଆ ରେଳ ଲାଇନ ଓ ବିଦ୍ୟୁତିକରଣ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି। କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ପିଏମ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହିଁ ବିହାର ଲୋକଙ୍କୁ ସମ୍ବୋଧନ କରିଛନ୍ତି।

ତେବେ ଆଜି ଏହା ସହ ମୋଦି ୧୨ଟି ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ମୋଦି କହିଛନ୍ତି ‘ରେଳ ଯୋଗାଯୋଗ କ୍ଷେତ୍ରରେ ଆଜି ନୂଆ ଇତିହାସ ସୃଷ୍ଟି ହୋଇଛି। କୋସି ମହାସେତୁ ଓ କିଓଲ ବ୍ରିଜ୍ ସହ ବିହାରରେ ରେଳ ଯାତାୟାତ, ରେଲଓ୍ବେରେ ମେକ ଇନ ଇଣ୍ଡିଆକୁ ଅଗ୍ରାଧିକାର ଦେବା, ନୂତନ ନିଯୁକ୍ତି ସୃଷ୍ଟି ସହ ବହୁ ପ୍ରକଳ୍ପର  ଆଜି ଲୋକାର୍ପଣ ଓ ଶୁଭାରମ୍ଭ ହୋଇଛି। ବହୁ ବର୍ଷ ତଳେ ଭୀଷଣ ଭୂକମ୍ପ ଯୋଗୁ ମିଥିଳା ଓ କୋସି କ୍ଷେତ୍ର ଅଲଗା ହୋଇଥିଲା। କରୋନା କାଳରେ ଏ ଅଞ୍ଚଳ ପୁଣି ଯୋଡି ହୋଇ ଯାଇଛି।’

ଏହା ପୂର୍ବରୁ ପିଏମ ମୋଦି ବିହାର ସହରର ବିକାଶ ସହ ସଂଶ୍ଲିଷ୍ଟ ୫୪୫ କୋଟି ଟଙ୍କାର ସାତଟି ପ୍ରକଳ୍ପ ଦେଇଥିଲେ। ଏଥରୁ ଚାରିଟି ଜଳ ଆପୂର୍ତି, ଦୁଇଟି ଜଳ ନିଷ୍କାସନ ଓ ଗୋଟିଏ ନଦୀକୂଳ ବିକାଶ ସହ ଜଡ଼ିତ। ଉଲ୍ଲେଖନୀୟ ଯେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସେ ୬ଟି କାର୍ଯ୍ୟ ଘୋଷଣା କରିଥିଲେ। ଆଜି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ହେଉଛି ଚତୁର୍ଥ। ସେପ୍ଟେମ୍ବର ୨୨ ଓ ୨୩ରେ ବିହାର ପାଇଁ ଆଉ ଦୁଇଟି ନୂଆ କାର୍ଯ୍ୟକ୍ରମ କରିପାରନ୍ତି ମୋଦି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.