Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ବାଘ ଗଣନା ରିପୋର୍ଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ : ଦେଶରେ ୨,୯୬୭ଟି ବାଘ

29/07/2019 at 10:08 AM

ନୂଆଦିଲ୍ଲୀ ୨୯/୭: ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବାଘ ଗଣନା ରିପୋର୍ଟ-୨୦୧୮ ଉନ୍ମୋଚନ କରିଛନ୍ତି । ୨୦୧୮ରେ ଦେଶରେ ବାଘ ସଂଖ୍ୟା ୨୯୬୭ । ବିଶ୍ବରେ ଭାରତ ବାଘଙ୍କ ପାଇଁ ସବୁଠୁ ନିରାପଦ ସ୍ଥାନ ବୋଲି ରିପୋର୍ଟରେ କୁହାଯାଇଛି । ୨୦୧୪ରେ ଦେଶରେ ବାଘ ସଂଖ୍ୟା ୨୨୨୬ ଥିଲା । ଗତ ୪ବର୍ଷ ଭିତରେ ଦେଶରେ ବାଘ ସଂଖ୍ୟା ୭୪୧ ବଢିଛି ।

ବାଘ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ଖୁସି ଖବର । ଏଥର ବାଘ ଗଣନା ପାଇଁ ବିଭିନ୍ନ ଜଙ୍ଗଲରେ ୧୪ହଜାର କ୍ୟାମେରା ଲଗା ଯାଇଥିଲା । ପୂର୍ବୋତ୍ତର ଭାରତର ଘଞ୍ଚ ଜଙ୍ଗଲରେ ବାଘ ସଂଖ୍ୟା ସଠିକ ଭାବରେ ଜାଣିବା ଲାଗି ବିଶେଷ ପଦକ୍ଷେପ ନିଆଯାଇଥିଲା । ଏହାସହ ପାରମ୍ପରିକ ପାଦଚିହ୍ନ ପଦ୍ଧତିର ମଧ୍ୟ ବ୍ୟବହାର କରାଯାଇଥିଲା । ୨୦୦୬ରୁ ଭାରତରେ ପ୍ରତି ୪ବର୍ଷରେ ଥରେ ବାଘଗଣନା ହେଉଛି ।

ଏହିକ୍ରମରେ ୨୦୦୬, ୨୦୧୦ ଏବଂ ୨୦୧୪ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଏବଂ କେନ୍ଦ୍ର ସରକାରଙ୍କ ସହାୟତାରେ ବାଘଗଣନା ହୋଇଛି । ଦେଶରେ ବାଘ ସଂଖ୍ୟା ବଢୁଥିବା ସତ୍ବେ ବାଘଶିକାର ମୁଣ୍ଡବ୍ୟଥା ବଢାଇଛି । NTCA ଅନୁଯାୟୀ ୨୦୧୨ରୁ ୨୦୧୭ଭିତରେ ୪୦୮ଟି ବାଘ ମରିଥିବା ବେଳେ ଏଥିରୁ ୨୨ପ୍ରତିଶତ ଶିକାର ହୋଇଛନ୍ତି ।

   Related Posts